ଓଡିଶା

odisha

ETV Bharat / state

ମହାପ୍ରଭୁଙ୍କୁ ଲାଗି ହେଲା 'ଜୈବିକ ଚାଉଳ'ରେ ମହାପ୍ରସାଦ - ORGANIC RICE USE FOR MAHAPRASAD

ପ୍ରଥମ ଥର ପୁରୀ ଶ୍ରୀମନ୍ଦିର କୋଠ ଭୋଗ ପ୍ରସ୍ତୁତିରେ ବ୍ୟବହାର ହୋଇଛି ଜୈବିକ ଚାଉଳ । ପରୀକ୍ଷାମୂଳକ ଭାବେ ଲାଗି କଲା ଶ୍ରୀମନ୍ଦିର ପ୍ରଶାସନ ।

ORGANIC RICE USE FOR MAHAPRASAD
ORGANIC RICE USE FOR MAHAPRASAD (ETV Bharat Odisha)

By ETV Bharat Odisha Team

Published : Feb 22, 2025, 10:36 AM IST

ପୁରୀ:ଜୈବିକ ଚାଉଳରୁ ପ୍ରସ୍ତୁତ ଅନ୍ନକୁ ପରୀକ୍ଷାମୂଳକ ଭାବେ ମହାପ୍ରଭୁଙ୍କ କୋଠ ଭୋଗରେ ଲାଗି କରାଯାଇଛି । ଆଗାମୀ ଦିନରେ ଶ୍ରୀମନ୍ଦିର ପରିଚାଳନା କମିଟିର ପରାମର୍ଶ ଏବଂ ସୁଆର ମହାସୁଆର ନିଯୋଗର ପରାମର୍ଶ ଅନୁସାରେ ଏହାକୁ ପୂର୍ଣ୍ଣ ରୂପରେ କାର୍ଯ୍ୟକାରୀ କରାଯିବ । କୃଷି ବିଭାଗ ପକ୍ଷରୁ ପାଞ୍ଚ ପ୍ରକାରେ ଜୈବିକ ଚାଉଳ ଶ୍ରୀମନ୍ଦିର ପ୍ରଶାସନକୁ ଯୋଗାଇ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । ଗୋବିନ୍ଦ ଭୋଗ, ଝିଲି, ପଦ୍ମକେଶରୀ, କଳା ଜିରା ଏବଂ ହଜାର ଚଉଦ ଚାଉଳ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ହୋଇଛି ।

  • ଜୈବିକ ଚାଉଳରୁ ପ୍ରସ୍ତୁତ ହେଲା କୋଠ ଭୋଗ :

ଗୁରୁବାର ଦିନ(ଫେବୃଆରୀ ୨୦ ତାରିଖ) ଜୈବିକ ଚାଉଳରେ କୋଠ ଭୋଗ ପ୍ରସ୍ତୁତ ହୋଇଛି । ଆଗକୁ ସମସ୍ତଙ୍କର ପରାମର୍ଶ ଅନୁଯାୟୀ ଗୋବିନ୍ଦ ଭୋଗ ଏବଂ ଝିଲି ଜୈବିକ ଚାଉଳରେ କୋଠ ଭୋଗ ପ୍ରସ୍ତୁତ କରାଯିବ । ଅନ୍ୟ ତିନି ପ୍ରକାରର ଚାଉଳ ପଦ୍ମକେଶରୀ, କଳାଜିରା ଏବଂ ହଜାର ଚଉଦ ଚାଉଳରେ ମହାପ୍ରଭୁଙ୍କ ବିଭନ୍ନ ପ୍ରକାର ପିଠା ଭୋଗ ପ୍ରସ୍ତୁତ କରାଯିବ । କୋଠ ଭୋଗ ପ୍ରସ୍ତୁତ ପାଇଁ ଦୈନିକ ୭୦ କେଜିରୁୁ ୧୦୦ କେଜି (ଏକ କୁଇଣ୍ଟାଲ୍) ଚାଉଳ ଆବଶ୍ୟକ ଥିବାରୁ ପ୍ରାଥମିକ ପର୍ଯ୍ୟାୟରେ ମହାପ୍ରଭୁଙ୍କ କୋଠ ଭୋଗକୁ ସମ୍ପୂର୍ଣ୍ଣ ଜୈବିକ ଚାଉଳରେ ପ୍ରସ୍ତୁତ କରାଯିବା ନେଇ ନିଷ୍ପତ୍ତି ହୋଇଛି ।‌ ପରବର୍ତ୍ତୀ ସମୟରେ ଜୈବିକ ଚାଉଳ ଉତ୍ପାଦନ ବଢ଼ିଲେ ଭକ୍ତଙ୍କ ପାଇଁ ପ୍ରସ୍ତୁତ ହେଉଥିବା ମହାପ୍ରସାଦ ମଧ୍ୟ ଜୈବିକ ଚାଉଳରେ କରାଯିବ ।

ORGANIC RICE USE FOR MAHAPRASAD (ETV Bharat Odisha)
  • ସ୍ବାଗତ କଲେ ସୁଆର ମହାସୁଆର ନିଯୋଗ:

    ରାସାୟନିକ ସାର ମୁକ୍ତ ଚାଉଳ ଶରୀର ପାଇଁ ଉପକାରୀ ହୋଇଥିବାରୁ ଜୈବିକ ଚାଉଳରେ ମହାପ୍ରସାଦ ପ୍ରସ୍ତୁତ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ କୃଷି ବିଭାଗ ମିଳିତ ଉଦ୍ୟମ ଆରମ୍ଭ କରିଛନ୍ତି । ଜୈବିକ ଚାଉଳରୁ ମହାପ୍ରଭୁଙ୍କ କୋଠ ଭୋଗ ପ୍ରସ୍ତୁତକୁ ସ୍ବାଗତ କରିଛନ୍ତି ସୁଆର ମହାସୁଆର ନିଯୋଗ ଓ ବରିଷ୍ଠ ସେବାୟତ । ତେବେ ଏହାର‌ ଅଧିକ ଦର ରହୁଥିବାରୁ ମହାପ୍ରସାଦ ଦରବୃଦ୍ଧି ଯେଭଳି ନହୁଏ । ସେ ଦିଗରେ ଶ୍ରୀମନ୍ଦିର ପ୍ରଶାସନ ଧ୍ୟାନ ଦେବାକୁ ଭକ୍ତ ଦାବି କରିଛନ୍ତି । ଏହା କାର୍ଯ୍ୟକାରୀ କରାଯିବା ପୂର୍ବରୁ ସମସ୍ତ ଦିଗକୁ ଅନୁଧ୍ୟାନ କରାଯାଇ ଭକ୍ତଙ୍କୁ ସୁହାଇବା ଭଳି କାର୍ଯ୍ୟ କରାଯିବ । ଡାଲି ଏବଂ ଅନ୍ୟାନ୍ୟ ପନିପରିବା ମଧ୍ୟ ଜୈବିକ ପଦ୍ଧତିରେ ଚାଷ କରାଯାଇ ଶ୍ରୀମନ୍ଦିରକୁ ଯୋଗାଣ ପାଇଁ ଲକ୍ଷ୍ୟ ଥିବା କହିଛନ୍ତି ।
  • କୋଠ ଭୋଗରେ ଲାଗିଲା ଜୈବିକ ଚାଉଳ:

ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସଧାରଣ ସମ୍ପାଦକ ନାରାୟଣ ମହସୁଆର କହିଛନ୍ତି," ଗତ 15 ତାରିଖରେ କୃଷି ବିଭାଗ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହେଇଥିଲା । ଏହି ବୈଠକରେ ବହୁ ପଦାଧିକାରୀ, ସୁଆର ମହାସୁଆର ନିଯୋଗ ଯୋଗ ଦେଇଥିଲେ । ସେଠାରେ ସ୍ଥିର ହୋଇଥଲା ଆମେ ମହାପ୍ରଭୁଙ୍କ କୋଠ ଭୋଗରେ ପ୍ରଥମେ ଜୈବିକ ଚାଉଳ ବ୍ୟବହାର କରିବୁ । କୃଷି ବିଭାଗ ପକ୍ଷରୁ ପାଞ୍ଚ ପ୍ରକାର ଚାଉଳ ଆମକୁ ଦେଇଥିଲେ । କଳାଜିରା, ଗୋବିନ୍ଦ ଭୋଗ, ଝିଲି, ପଦ୍ମ କେଶରୀ, ହଜାରେ ଚଉଦ କିସମ ଚାଉଳ ଆମକୁ ଦେଖାଇ ଥିଲେ । ଆମେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପରେ ଜୈବିକ ଚାଉଳରୁ ପ୍ରସ୍ତୁତ ଅନ୍ନ ଭୋଗ କରିଥିଲୁ । ଏହି ଚାଉଳରୁ ଆମେ କିଛି ବ୍ୟଞ୍ଜନ ମଧ୍ୟ କରିଥିଲୁ ।"

ORGANIC RICE USE FOR MAHAPRASAD (ETV Bharat Odisha)
  • ରାସାୟନିକ ଏବଂ ଜୈବିକ ଚାଉଳ ମଧ୍ୟରେ ପାର୍ଥକ୍ୟ :

ସେ ଆହୁରି କହିଛନ୍ତି," ରାସାୟନିକ ସାରରୁ ଉତ୍ପାଦନ ହେଉଥିବା ଚାଉଳ ଓ ଜୈବିକ ଚାଉଳ ମଧ୍ୟରେ ବହୁତ୍ ପାର୍ଥକ୍ୟ ରହୁଛି । ଦୁଇ ଚାଉଳର ସ୍ଵାଦ ମଧ୍ୟରେ ବହୁତ ଫରକ ରହୁଛି । ତେବେ କୃଷି ବିଭାଗ ପକ୍ଷରୁ ଆମକୁ ଦିଆଯାଇଥିବା ପାଞ୍ଚ ପ୍ରକାର ଚାଉଳ ମଧ୍ୟରୁ ଗୋବିନ୍ଦ ଭୋଗ ଓ ଝିଲି ଜୈବିକ ଚାଉଳକୁ କୋଠ ଭୋଗ ଓ ଅନ୍ୟ ଚାଉଳକୁ ପିଠା ଭୋଗ ପ୍ରସ୍ତୁତିରେ ଲଗାଇବା ନେଇ ସ୍ଥିର କରିଛୁ । ଜୈବିକ ଚାଉଳ ଉତ୍ପାଦନ କମ ରହିବ । ଏଣୁ ଏହାର ଦାମ ଅଧିକ ରହିବ । ଏହାକୁ ସବ୍ ସିଡରେ ଯୋଗାଇ ଦେବାକୁ ଆମେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ କହିଛନ୍ତି । ଫଳରେ ଭକ୍ତ ଆଗାମୀ ଦିନରେ ଜୈବିକ ଚାଉଳରୁ ପ୍ରସ୍ତୁତ ମହାପ୍ରସାଦ ଉଚିତ୍ ମୂଲ୍ୟରେ ପାଇ ପାରିବେ ଶ୍ରଦ୍ଧାଳୁ ।"

ORGANIC RICE USE FOR MAHAPRASAD (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ, ସବୁଠି ସ୍ବାଗତ - ORGANIC RICE FOR MAHAPRASAD

ଏହା ମଧ୍ୟ ପଢନ୍ତୁ... ଲିଙ୍ଗରାଜ ମନ୍ଦିରରେ ନୂଆ ବିବାଦ, ଅନିଶ୍ଚିତତାରେ ଜାଗର ଯାତ୍ରା - LINGARAJ TEMPLE

ଏହା ମଧ୍ୟ ପଢନ୍ତୁ...ଏଥର ରଥଯାତ୍ରା ଭିଡ ଜଗିବ AI କ୍ୟାମେରା - PURI RATH YATRA 2025

ORGANIC RICE USE FOR MAHAPRASAD (ETV Bharat Odisha)
  • ପରିବା ଏବଂ ଡାଲି ମଧ୍ୟ ଜୈବିକ ପଦ୍ଧତିରେ ଉତ୍ପାଦନ ହେବ:

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି," ମହାପ୍ରଭୁଙ୍କ କୋଠ ଭୋଗରେ ଜୈବିକ ଚାଉଳ ପରୀକ୍ଷାମୂଳକ ଭାବେ ଆରମ୍ଭ ହେଇଛି । ପାଞ୍ଚଟି ପ୍ରଜାତିରର ଜୈବିକ ଚାଉଳରୁ କେଉଁ ପ୍ରଜାତି ଚାଉଳ କେଉଁ ଭୋଗ୍ ପ୍ରସ୍ତୁତିରେ ଠିକ ତାହା ତର୍ଜମା ହୋଇଛି । ତେବେ ଗୋବିନ୍ଦ ଭୋଗ ଓ ଝିଲି ଚାଉଳକୁ କୋଠ ଭୋଗରେ ଲଗାଇବାକୁ ସେବାୟତ୍ ପରାମର୍ଶ ଦେଇଛନ୍ତି । ତେବେ ଓଡ଼ିଶାରେ ଯେଉଁଠି ବି ଜୈବିକ ଚାଉଳ ଉତ୍ପାଦନ ହେଉଥିବା ସେହି ଚାଉଳକୁ ଆମେ ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତିରେ ଲଗାଇବୁ । କେବଳ ଚାଉଳ ନୁହେଁ ଶ୍ରୀମନ୍ଦିରକୁ ଆସୁଥିବା ପରିବା, ଡାଲି ମଧ୍ୟ ଜୈବିକ ପଦ୍ଧତିରେ ଉତ୍ପାଦନ କରିବା ପାଇଁ ଆମେ ଉଦ୍ୟମ କରିବୁ ।"

JAGANNATH TEMPLE PURI (ETV Bharat Odisha)
  • ଜୈବିକ ଚାଉଳର ଦାମ୍ ଅଧିକ ରହିବ:

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହା ମଧ୍ୟ କହିଛନ୍ତି," ଜୈବିକ ଚାଉଳର ଦାମ୍ ଏବେ ନିଶ୍ଚିତ ଭାବେ ଅଧିକ ରହିବ । ତେଣୁ ତତକ୍ଷଣାତ୍ ସବୁ ମହାପ୍ରସାଦ କେବଳ ଜୈବିକ ଚାଉଳରୁ ତିଆରି ହେବ, ତାହା ଏବେ କହିବା ଠିକ୍ ହେବ ନାହିଁ । ପ୍ରଥମେ ଏବେ ଜୈବିକ ଚାଉଳକୁ କୋଠ ଭୋଗରେ ଲଗାଯିବ । ଯେତେବେଳେ ଜୈବିକ ଚାଉଳ ଉତ୍ପାଦନ ବଢିବ ସେତେବେଳେ ସମ୍ପୂର୍ଣ୍ଣ ମହାପ୍ରସାଦ ପ୍ରସ୍ତୁତି ଜୈବିକ ଚାଉଳରେ କରିବା ସମ୍ଭବ ହେବ । "

Puri Sri Jagannath Temple (ETV Bharat Odisha)

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details