ଓଡିଶା

odisha

ETV Bharat / state

ମାଡ଼ି ଆସୁଛି 'ଦାନା', ମୁକାବିଲା ପାଇଁ ପ୍ରସ୍ତୁତ ପୁରୀ ପ୍ରଶାସନ, 24 ଓ 25 ତାରିଖ ଶ୍ରୀମନ୍ଦିର ନ ଆସିବାକୁ ଭକ୍ତଙ୍କୁ ଅପିଲ୍

ସମ୍ଭାବ୍ୟ ବାତ୍ୟା 'ଦାନା'କୁ ନେଇ ସରକାରଙ୍କ ପକ୍ଷରୁ ପୁରୀ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି।

Preparation To Tackle Cyclone
Preparation To Tackle Cyclone (ETV bharat Odisha)

By ETV Bharat Odisha Team

Published : 4 hours ago

ପୁରୀ:ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । 24 ଓ 25 ତାରିଖ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଶ୍ରୀମନ୍ଦିରକୁ ଭକ୍ତମାନେ ନ ଆସିବାକୁ ନିବେଦନ କରିଛି ପ୍ରଶାସନ। ସମ୍ଭାବ୍ୟ ବାତ୍ୟା 'ଦାନା'କୁ ନେଇ ସରକାରଙ୍କ ପକ୍ଷରୁ ପୁରୀ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ବାତ୍ୟା ସମୟରେ ୬୦ ରୁ ୯୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ମୁକାବିଲା ନେଇ ସମସ୍ତ ପ୍ରସ୍ତୁତି କରାଯାଇଛି। ଜିଲ୍ଲାରେ ଥିବା ୧୭୯ ଟି ବାତ୍ୟା ଆଶ୍ରୟସ୍ଥଳୀ ସହ ବିଭିନ୍ନ କଲେଜ ଏବଂ ସ୍କୁଲକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି ।

ବାତ୍ୟା ମୁକାବିଲା ପାଇଁ ପୁରୀ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି:

ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, 2 ଟି ଓଡ୍ରାଫ ଓ 2 ଟି ଏନଡିଆରଏଫ ଟିମ୍ ପୁରୀରେ ପହଞ୍ଚିଛନ୍ତି । ଓଡ୍ରାଫ ଟିମକୁ ୬ ଟି ଭାଗରେ ବିଭକ୍ତ କରାଯାଇଛି । ପିପିଲି , କୋଣାର୍କ, ଅସ୍ତରଙ୍ଗ ଏବଂ କାକଟପୁରରେ ଏହି ଟିମକୁ ମୁତୟନ କରାଯାଇଛି । ଏଥିସହ ଓଡ୍ରାଫର ଦୁଇଟି ଟିମକୁ ହେଡ୍‌ କ୍ବାଟରରେ ରଖାଯାଇଛି । ସେହିପରି ଏନଡିଆରଏଫ ଟିମ୍‌କୁ କୃଷ୍ଣପ୍ରସାଦରେ ମୁତୟନ କରାଯାଇଛି । ଗର୍ଭବତୀ ମହିଳାମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ନେଇ ବ୍ୟବସ୍ଥା କରାଯାଇଛି । ଅଗ୍ନିଶମ ବିଭାଗ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି।

Preparation To Tackle Cyclone (ETV bharat Odisha)

ଏହା ବି ପଢନ୍ତୁ...ଭିତରକନିକା-ଧାମରା ମଝିରେ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ, କେନ୍ଦ୍ରାପଡ଼ା-ଭଦ୍ରକରେ ପ୍ରବଳ ବର୍ଷା: IMD

ଏହା ମଧ୍ୟ ପଢନ୍ତୁ:- ବଙ୍ଗୋପସାଗରରେ ଆଖି ଦେଖାଇଲା ବାତ୍ୟା 'ଦାନା', ଓଡ଼ିଶା ଉପକୂଳ ମୁହାଁ ! ଭୀଷଣ ବାତ୍ୟା ରୂପରେ ଛୁଇଁବ ସ୍ଥଳଭାଗ

ଏହା ମଧ୍ୟ ପଢନ୍ତୁ :- ‘ଦାନା’ ମୁକାବିଲା ପାଇଁ ପ୍ରସ୍ତୁତ ଉପକୂଳ: ମୟୂରଭଞ୍ଜରେ ରେସକ୍ୟୁ ମକଡ୍ରିଲ୍‌, ଭଦ୍ରକରେ ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ ସରକାର ଖୋଲିଲେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ବାତ୍ୟା 'ଦାନା'ର ଟିକିନିକ ଅପଡେଟ ଦେବ ଏସଆରସି

Preparation To Tackle Cyclone (ETV bharat Odisha)

ହବିଷ୍ୟାଳି ରହଣୀ କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା:

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି,"ବାତ୍ୟା ମୁକାବିଲା ନେଇ ଜିଲ୍ଲାରେ ଥିବା ସମସ୍ତ ବ୍ଲକରେ ବରିଷ୍ଠ ଅଧିକାରୀଙ୍କୁ ମୁତୟନ କରାଯାଇଛି। ସମସ୍ତ ବିଭାଗ ସହ ସୁସମନ୍ବୟ ରଖାଯାଇଛି । ବିଦ୍ୟୁତ ବିଭାଗ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ମୋବାଇଲ ମେଡିକାଲ ଟିମ୍‌ ପ୍ରସ୍ତୁତ ଅଛନ୍ତି । ଜିରୋ କାଜୁଆଲିଟିକୁ ଗୁରୁତ୍ବ ଦିଆଯାଇଛି। ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ଆଜି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ହବିଷ୍ୟାଳି ରହଣୀ କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୪ ଓ ୨୫ ତାରିଖରେ ହବିଷ୍ୟାଳିଙ୍କ ଦର୍ଶନ ବନ୍ଦ ରହିବ। ପ୍ରବଳ ବର୍ଷା ସମୟରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ନ ଆସିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯିବ। ଠାକୁରଙ୍କ ନୀତିକାନ୍ତିରେ ଯେଭଳି କୌଣସି ପ୍ରଭାବ ନପଡେ ସେନେଇ ସେବାୟତଙ୍କ ସହ ଆଲୋଚନା କରାଯାଇଥିବାବେଳେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।"



ଇଟିଭି ଭାରତ, ପୁରୀ

ABOUT THE AUTHOR

...view details