ଓଡିଶା

odisha

କୋଇଲା ଖଣି ଘରୋଇକରଣକୁ ବିରୋଧ, ତାଳଚେର ବିଧାୟକଙ୍କ ଚରମ ଚେତାବନୀ

By ETV Bharat Odisha Team

Published : Feb 13, 2024, 7:18 AM IST

Coal Block Privatisation: କୋଲ ବ୍ଲକ ଆବଣ୍ଟନକୁ ନେଇ ଜୋର ଧରିଲା ବିରୋଧ । କ୍ଷତିଗ୍ରସ୍ତ ହେବାକୁ ଥିବା 40ରୁ ଅଧିକ ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ବିଧାୟକଙ୍କ ବିରୋଧ । ଅଧିକ ପଢନ୍ତୁ

Coal Block Privatisation
Coal Block Privatisation

Coal Block Privatisation

ଅନୁଗୋଳ: କୋଲ ବ୍ଲକ ଆବଣ୍ଟନକୁ ନେଇ ଜୋର ଧରିଲା ବିରୋଧ । ଆନ୍ଦୋଳନକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ ହେବାକୁ ଥିବା 40ରୁ ଅଧିକ ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ବିଧାୟକ । ଅନୁଗୋଳ ଜିଲ୍ଲା ତାଳଚେରରେ ଘରୋଇ କୋଇଲା କମ୍ପାନୀଙ୍କୁ କୋଇଲା ବ୍ଲକ ଆବଣ୍ଟନ ପ୍ରକ୍ରିୟା ବିରୁଦ୍ଧରେ ତେଜିଛି ଆନ୍ଦୋଳନ । ପୂର୍ବରୁ ମହାନଦୀ କୋଇଲା କମ୍ପାନୀ (MCL) ଭାରତ ସରକାରଙ୍କ ଅଧୀନରେ ରହିଛି । ଏବେ କିନ୍ତୁ MCL ପରିବର୍ତ୍ତେ ଅନ୍ୟ ଘରୋଇ କମ୍ପାନୀକୁ ବ୍ଲକ ଆବଣ୍ଟନ ପାଇଁ ଯୋଜନା କରାଯାଉଛି । ଯାହାକୁ ନେଇ ଆରମ୍ଭ ହୋଇଛି ବିରୋଧ ପ୍ରଦର୍ଶନ ।


ଘରୋଇ କୋଇଲା କମ୍ପାନୀକୁ କୋଇଲା ବଣ୍ଟନକୁ ବିରୋଧ କଲେ ତାଳଚେର ବିଧାୟକଙ୍କ ସମେତ ପାଖାପାଖି ୪୦ଟି ଗ୍ରାମର ଗ୍ରାମବାସୀ । ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏକ ପ୍ରତିବାଦ ସଭା କରିବା ସହ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ, ଆସନ୍ତା ୧୫ ତାରିଖରେ ତାଳଚେର ବ୍ଲକର ପାଖାପାଖି ୪୦ଟି ଗ୍ରାମର ନୂତନ କୋଲ ବ୍ଲକକୁ ଘରୋଇକରଣ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ହୋଇସାରିଛି । ତେବେ ସ୍ଥାନୀୟ ଗ୍ରାମବାସୀ ଏମସିଏଲକୁ କୋଲ ବ୍ଲକଗୁଡିକ ଦେବା ପାଇଁ ଦାବି କରୁଥିବାବେଳେ କେନ୍ଦ୍ର ସରକାର ଏହାକୁ ଘରୋଇକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯାହାଦ୍ୱାରା ଗ୍ରାମବାସୀମାନେ ନିଯୁକ୍ତି ଓ କ୍ଷତିପୂରଣ ପାଇବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ...ଝାରସୁଗୁଡା ଲଖନପୁରରେ ପ୍ରତିଷ୍ଠା ହେବ କୋଇଲା ବାଷ୍ପୀକରଣ ପ୍ଲାଣ୍ଟ

ଏହା ମଧ୍ୟ ପଢନ୍ତୁ...ଦଶ ଦଫା ଦାବିରେ 12ରେ ସୁବର୍ଣ୍ଣପୁରରେ ଚାଷୀ ଆନ୍ଦୋଳନ

ଲୋକଙ୍କୁ ଉଚିତ କ୍ଷତିପୂରଣ ବା ନିଯୁକ୍ତି ନମିଳିବାର ଆଶଙ୍କା ଉପୁଜିଛି । ଏହାକୁ ବିରୋଧ କରି ନିଜର ଜମିଗୁଡିକୁ ଘରୋଇ କମ୍ପାନୀ ହାତକୁ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି ଅଞ୍ଚଳବାସୀ । ଏନେଇ ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନ କହିଛନ୍ତି, "MCLର କୋଇଲା ଖଣି କାମ ଜାରି ରହିଛି । ଲୋକେ ଦେଶର ସ୍ୱାର୍ଥ ପାଇଁ ଭାରତ ସରକାରଙ୍କ କମ୍ପାନୀକୁ ନିଜର ଭିଟାମାଟି ଛାଡି ଦେଉଥିଲେ । କିନ୍ତୁ ଘରୋଇ କମ୍ପାନୀକୁ ନୁହେଁ । ଯଦି ସରକାର ସେଭଳି କରନ୍ତି ତେବେ ଏଠାରେ ଥିବା ସବୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବନ୍ଦ କରି ଦିଆଯିବ । ଖଣ୍ଡେ ବି କୋଇଲା ବାହାରକୁ ଯିବାକୁ ଦିଆଯିବ ନାହିଁ । ଏ ମାଟି ଆନ୍ଦୋଳନର ମାଟି, ଏଠି ଲୋକଙ୍କ ସହ ଖେଳିଲେ କେନ୍ଦ୍ର ସରକାର ତା'ର ପରିଣାମ ଭୋଗିବେ ।"

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details