ଭୁବନେଶ୍ବର: ପୁଣି ଗାନ୍ଧୀମାର୍ଗକୁ ଆନ୍ଦୋଳନକୁ ଓହ୍ଲାଇଲେ ପାଚିକା ମହାସଂଘ । ଗତକାଲି(ଗୁରୁବାର) 12 ଦଫା ଦାବି ନେଇ ରାଜରାସ୍ତାରେ ଶୋଭାଯାତ୍ରା ସହ ବିକ୍ଷୋଭ ପଦର୍ଶନ କରିଛନ୍ତି । ପାଚିକା ମାନଙ୍କୁ ଅଣ ଦେଖା କରାଯାଉଥିବା ଅଭିଯୋଗ । ସେଥିମଧ୍ୟରେ ତାଙ୍କର ବେତନ ବୃଦ୍ଧି ସାଙ୍ଗକୁ ତାଙ୍କୁ ଶ୍ରମିକ ଆଖ୍ୟା ଦେବା ପାଇଁ ସେମାନେ ଦାବି କରିଛନ୍ତି ।
ଭୁବନେଶ୍ବରରେ ଶୋଭାଯାତ୍ରା କରିବା ସହ ବିକ୍ଷୋଭ ପଦର୍ଶନ କରିଛନ୍ତି ପାଚିକା ମହାସଂଘର ମହିଳା । ୧୨ ଦଫା ଦାବି ନେଇ ଶହ ଶହ ପାଚିକା ମାନେ ଆନ୍ଦୋଳନ କରିଛନ୍ତି । ସରକାରଙ୍କ ବିରୋଧରେ ନାରା ଦେଇଥିଲେ ମହିଳା ମାନେ । ତେବେ ସେମାନଙ୍କ କହିବା ଅନୁଯାୟୀ, ଅନ୍ୟ ରାଜ୍ୟରେ ପାଚିକା ମନଙ୍କର ଦରମା ବୃଦ୍ଧି ହେଉଥିବା ବେଳେ ଆମ ରାଜ୍ୟରେ ପାଚିକା ମାନଙ୍କୁ ଅଣଦେଖା କରାଯାଉଛି । ବର୍ତ୍ତମାନର ମହଙ୍ଗା ଯୁଗରେ ପାଚିକା ମାସିକ ବେତନ ମାତ୍ର ୩୨ ଶହ ଟଙ୍କା ପାଉଛନ୍ତି । ଯେଉଁଥିରେ ଜୀବନ ନିର୍ବାହ କଷ୍ଟ ସାଧ୍ୟ ହେଉଛି । ପୂର୍ବରୁ ଅନେକ ଥର ନିଜ ଅସୁବିଧା ଜଣାଇବା ସହ ଧାରଣାରେ ମଧ୍ୟ ବସିଥିଲେ । ସେହି ସମୟରେ ପ୍ରତିଶୃତି ଦିଆଯାଇଥିଲା ଯେ, ଦୁଇ ମାସ ମଧ୍ୟରେ ତାଙ୍କ ଦରମା ବଢ଼ାଯିବ । କିନ୍ତୁ ଏପର୍ଯ୍ୟନ୍ତ ତାହା ହୋଇପାରିଲା ନାହିଁ । ତେଣୁ ବାଧ୍ୟ ହୋଇ ସେମାନେ ପୁଣି ଧାରଣାରେ ବସିଛନ୍ତି । ଆଉ ଯେପର୍ଯ୍ୟନ୍ତ ତାଙ୍କ ଦାବି ପୂରଣ ନହେବ ସେପର୍ଯ୍ୟନ୍ତ ସେମାନେ ଧାରଣାରେ ବସି ରହିବେ । ଆବଶ୍ୟକ ପଡ଼ିଲେ ଭୋଟ ମଧ୍ୟ ବର୍ଜନ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।