ଭୁବନେଶ୍ବର: ଧାରଣାରେ ବସିଲେ ଓଡିଶା ମୈତ୍ରୀ ମହାସଂଘ । ମୈତ୍ରୀ କେନ୍ଦ୍ର ସରକାରଙ୍କର ଯୋଜନା ଅନ୍ତର୍ଗତ । କିନ୍ତୁ ରାଜ୍ୟ ସରକାର ଏହାକୁ ଘରୋଇ ସଂସ୍ଥାକୁ ଟେକି ଦେଇଛନ୍ତି । ତାଙ୍କୁ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ ଆସିଛି । ତେଣୁ ନିଜ 4 ଦଫା ଦାବି ସହ ଭୁବନେଶ୍ବର ଲୋୟର ପିଏମଜିରେ ଧରଣାରେ ବସିଛନ୍ତି ମୈତ୍ରୀ ମହାସଂଘ । ଦାବି ମଧ୍ୟରେ ମୈତ୍ରୀ ମାନଙ୍କୁ ସରକାରୀ ବିଭାଗରେ ନିଯୁକ୍ତି, ଏବଂ ମନୋନୀତ ହୋଇଥିବା ପଞ୍ଚାୟତରେ ନିଯୁକ୍ତିର ଦାବି କରାଯାଇଛି ।
ଭୁବନେଶ୍ବରର ଲୋୟର ପିଏମଜି ଠାରେ ଧାରଣାରେ ବସିଛନ୍ତି ମୈତ୍ରୀ ମହାସଂଘ । ମୈତ୍ରୀ ମାନେ ଧାରଣା ମାଧ୍ୟମରେ ଅଭିଯୋଗ ଆଣିଛନ୍ତି ଯେ, ପ୍ରଶିକ୍ଷଣ ପରେ ନିଯୁକ୍ତି ଦେବେ ବୋଲି କହି ତାଙ୍କୁ ପ୍ରତିଶୃତି ମଧ୍ୟ ଦେଇଛନ୍ତି ରାଜ୍ୟ ସରକାର । କେବଳ ସେତିକି ନୁହେଁ, ତିନିଥର ଦାବି ପରେ ଚୁକ୍ତିନାମା ମଧ୍ୟ କରାଯାଇଛି । କିନ୍ତୁ ସେହି ପ୍ରତିଶୃତି ପାଣିର ଗାର ହୋଇରହିଯାଇଛି । ପ୍ରଶିକ୍ଷଣର ୮ ମାସ ପରେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର ନିଯୁକ୍ତି ହେଇନାହିଁ । ତେଣୁ ତାଙ୍କ ଚାରି ଦଫା ଦାବି ନେଇ ରାଜରାସ୍ତାକୁ ଓଲ୍ଲାଇଛନ୍ତି ରାଜ୍ୟର ମୈତ୍ରୀମାନେ । ତେବେ ସେହି ଚାରି ଦଫା ଦାବିରେ ମୈତ୍ରୀ ମାନଙ୍କୁ ସରକାରୀ ବିଭାଗରେ ନିଯୁକ୍ତି, ଏନଜିଓଙ୍କ କବଳରୁ ମୁକ୍ତି, ବାହାର ରାଜ୍ୟ ମୈତ୍ରୀଙ୍କ ସମାନ୍ତରାଳ ଦରମା ଏବଂ ମନୋନୀତ ହୋଇଥିବା ପଞ୍ଚାୟତରେ ନିଯୁକ୍ତି ଆଦି ରହିଛି ।