ଭୁବନେଶ୍ବର:ରାଜ୍ୟରେ ଗ୍ରୀଷ୍ମ ଋତୁ ନ ଆସିବାରୁ ବଢିଲାଣି ତାତି । ଅନେକ ସ୍ଥାନରେ ଜଳ ସଙ୍କଟ ମଧ୍ୟ ଦେଖାଗଲାଣି । ଖରା ହେଲେ ଶୁଖିଲା ପଡୁଛି ଜଙ୍ଗଲ ଭିତର ଜଳାଶୟ । ବନ୍ୟପ୍ରାଣୀମାାନେ ଏହି ଜଳାଶୟ ଉପରେ ନିର୍ଭର କରୁଥିବା ବେଳେ ପ୍ରଚଣ୍ଡ ଖରାରେ ଏହା ଶୁଖିଯାଉଛି । ଫଳରେ ଜନବସତି ମୁହାଁ ହେଉଛନ୍ତି ବନ୍ୟ ଜନ୍ତୁ । ତେବେ ଏଥିପ୍ରତି ବନ ବିଭାଗ ସଚେତନ ଅଛି । ବନ୍ୟପ୍ରାଣୀଙ୍କ ପାଇଁ ଜଙ୍ଗଲରେ ଜଳ ସୁବିଧା କରିବା ପାଇଁ ବନ ବିଭାଗ ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ସୁଶାନ୍ତ ନନ୍ଦ ।
ଏନେଇ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି, "ଜଳକୁ ନେଇ ସମସ୍ୟା କେବଳ ଜଙ୍ଗଲରେ ନୁହେଁ ଏହା ସାରା ପୃଥିବୀରେ ଦେଖାଯାଉଛି । ବନ୍ୟପ୍ରାଣୀଙ୍କ ପାଇଁ ଜଙ୍ଗଲରେ ଜଳ ସୁବିଧା କରିବା ପାଇଁ ବନ ବିଭାଗ ପ୍ରସ୍ତୁତ ହୋଇଛି । ଜଙ୍ଗଲ ମଧ୍ୟରେ ଖୋଲାଯାଇଛି ଛୋଟ ଛୋଟ ପୋଖରୀ । ବିଶେଷ ଭାବରେ ଖରାଦିନରେ ଏହି ଛୋଟ ପୋଖରୀ ଶୁଖିଯାଇଥାଏ । ତେବେ ଏଥିରେ ଟ୍ୟାଙ୍କର ମାଧ୍ୟମରେ ପାଣି ଭର୍ତ୍ତି କରାଯାଉଛି । ତେଣୁ ଖରା ଦିନ ଆସିଲେ ଜଙ୍ଗଲରେ ମଧ୍ୟରେ ଛୋଟ ଛୋଟ ଜଲାଶ୍ରାୟ କରାଯାଉଛି । ପାଣି ପାଇଁ ବନ୍ୟପ୍ରାଣୀ ମାନେ ଜଙ୍ଗଲ ବାହାରକୁ ଆସିବା କୋଚିତ ଦେଖାଯାଇଥାଏ ।"
ଏହା ବି ପଢନ୍ତୁ- Watch: ଗାଁ ପାଖରେ ବୁଲୁଛି କଲରାପତରିଆ ବାଘ, ଛାନିଆ ଲୋକେ