ଓଡିଶା

odisha

ETV Bharat / state

ଧର୍ମଘଟ ପାଇଁ ଚାଲିଥିଲା ସଜବାଜ: ଆଲୋଚନା କଲେ ମନ୍ତ୍ରୀ, ବଦଳିଗଲା ନିଷ୍ପତ୍ତି

ଶେଷ ମୁହୂର୍ତ୍ତରେ ବଦଳିଗଲା ନିଷ୍ପତ୍ତି । ଧର୍ମଘଟ ହେବା ପୂର୍ବରୁ ଡାକି ଆଲୋଚନା କଲେ ମନ୍ତ୍ରୀ । ବସ ଧର୍ମଘଟ ନିଷ୍ପତ୍ତିରୁ ଓହରିଗଲା ସଂଘ ।

By ETV Bharat Odisha Team

Published : 4 hours ago

ବସ ଧର୍ମଘଟ ପ୍ରତ୍ୟାହୃତ
ବସ ଧର୍ମଘଟ ପ୍ରତ୍ୟାହୃତ (ETV Bharat Odisha)

ବ୍ରହ୍ମପୁର:ସରିଥିଲା ଆନ୍ଦୋଳନ ପାଇଁ ସଜବାଜ । ଆଜି ଘରୋଇ ବସ ଚଳାଚଳ ବନ୍ଦ ରଖିବାକୁ ଡାକରା ଦେଇଥିଲା ଦକ୍ଷିଣାଞ୍ଚଳ ଏବଂ ପଶ୍ଚିମାଞ୍ଚଳ ଘରୋଇ ବସ୍ ମାଲିକ ସଂଘ । ହେଲେ ରାଜ୍ୟ ପରିବହନ ମନ୍ତ୍ରୀ ଏହି ଖବର ପାଇବା ପରେ ଦୁଇ ସଂଘର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକରେ ସେମାନଙ୍କ ସମସ୍ୟାକୁ ଶୁଣିବା ସହିତ ସେମାନଙ୍କ ସମସ୍ୟା ପ୍ରତି ଆଲୋଚନା କରି ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଫଳରେ ବସ୍‌ ଧର୍ମଘଟକୁ ପ୍ରତ୍ୟାହାର କରିନେଇଥିଲା ସଂଘ ।

ଲକ୍ଷ୍ମୀ ବସ ପାଇଁ ଧର୍ମଘଟ ଡାକରା ଦେଇଥିଲା ସଂଘ:

ବସ ଧର୍ମଘଟ ପ୍ରତ୍ୟାହୃତ (ETV Bharat Odisha)

ମୁଖ୍ୟତଃ ରାଜ୍ୟରେ ପଞ୍ଚାୟତରୁ ବ୍ଲକକୁ ଲକ୍ଷ୍ମୀ ବସ୍ ଗଡିବା ଯୋଗୁଁ ଏହା ଦ୍ବାରା ଘରୋଇ ବସ୍ ମାଲିକ ମାନେ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଥିବା କହିଛନ୍ତି । ଏନେଇ ପଶ୍ଚିମାଞ୍ଚଳ ଏବଂ ଦକ୍ଷିଣାଞ୍ଚଳ ଘରୋଇ ବସ୍ ମାଲିକ ମଞ୍ଚ ପ୍ରାୟ ୨୦ଟି ଘରୋଇ ବସ ମାଲିକ ସଂଘର ଆଲୋଚନା କରି ଏହିପରି ଆନ୍ଦୋଳନ କରିବା ସହିତ ବସ୍ ଚଳାଚଳ ବନ୍ଦ ରହିବାକୁ ନିଷ୍ପତ୍ତି ନେଇଥିଲେ ।

ଆଲୋଚନା ପରେ ଗଣମାଧ୍ୟମକୁ ଏଭଳି କହିଲେ ପରିବହନ ମନ୍ତ୍ରୀ:

ବସ ଧର୍ମଘଟ ପ୍ରତ୍ୟାହୃତ (ETV Bharat Odisha)

ଦୁଇ ସଂଘର କର୍ମକର୍ତ୍ତାଙ୍କ ସହିତ ହୋଇଥିବା ଆଲୋଚନା ନେଇ ରାଜ୍ୟ ସଡକ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ବସ୍ ଧର୍ମଘଟ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ । ପଞ୍ଚାୟତରୁ ବସ୍ ଯିବ ବ୍ଲକକୁ ଏବଂ ବ୍ଲକରୁ ଯିବ ଜିଲ୍ଲାକୁ ଯାହାକୁ ନେଇ ବସ୍ ମାଲିକ ମାନଙ୍କ କ୍ଷତି ହେଉଥିବା ବିଷୟକୁ ବୈଠକରେ ଉପସ୍ଥାପନ କରିଥିବା ବେଳେ ଜନସାଧାରଣ ଯେହେତୁ ପଞ୍ଚାୟତରୁ ବ୍ଲକ ଅଭିମୁଖେ ହୋଇନାହାନ୍ତି ଏବଂ ବସ୍ ଗୁଡିକ ଖାଲି ଯାଉଥିବା ଯୋଗୁଁ ଏହା ଦ୍ବାରା ସରକାରଙ୍କୁ ମଧ୍ୟ କ୍ଷତି ହେଉଥିବା ଯୋଗୁଁ ସରକାର ଏନେଇ ମଧ୍ୟ ଚିନ୍ତା କରୁଛନ୍ତି।’

ଭଲରେ ଚାଲିବ ଲକ୍ଷ୍ମୀ, କ୍ଷତି ସହିବେନି ଘରୋଇ ବସ ମାଲିକ:

ବସ ଧର୍ମଘଟ ପ୍ରତ୍ୟାହୃତ (ETV Bharat Odisha)

ଏଣୁ ଲକ୍ଷ୍ମୀର ନୂଆ ରୂପ କରି ସରକାର ଏହାକୁ ଆହୁରି ଯେପରି ଭଲରେ ଚାଲିବ ଏବଂ ଗ୍ରାମାଞ୍ଚଳ ପରିବହନ ସେବା ଯେପରି ବାଧ୍ୟାପ୍ରାପ୍ତ ନହେବ ସେ ନେଇ ରାଜ୍ୟ ସରକାର ବଦ୍ଧପରିକର । ଲୋକଙ୍କୁ ବସ୍ ସେବା ଯୋଗାଇଦିଆଯିବା ସହିତ ଯେପରି ଘରୋଇ ବସ୍ ମାଲିକ ସଂଘର କ୍ଷତି ହେବ ନାହିଁ ତାହାକୁ ମଧ୍ୟ ସରକାର ଦୃଷ୍ଟି ଦେବେ ବୋଲି କହିଛନ୍ତି ମନ୍ତ୍ରୀ ।

ମନ୍ତ୍ରୀଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ବଦଳାଇଲା ସଂଘ:

ବସ ଧର୍ମଘଟ ପ୍ରତ୍ୟାହୃତ (ETV Bharat Odisha)

ରାଜ୍ୟ ପରିବହନ ମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ବସ୍ ଧର୍ମଘଟ ପ୍ରତ୍ୟାହାର ହୋଇଥିବା ନେଇ ସୂଚନା ଦେଇଛନ୍ତି ଉଭୟ ଦକ୍ଷିଣ ଓଡିଶା ଏବଂ ପଶ୍ଚିମ ଓଡିଶା ଘରୋଇ ବସ୍ ମାଲିକ ସଂଘର କର୍ମକର୍ତ୍ତା । ବ୍ରହ୍ମପୁରରେ ରହିଥିବା ଗଞ୍ଜାମ ଘରୋଇ ବସ୍ ମାଲିକ ସଂଙ୍ଘର ସମ୍ପାଦକ ସୁବାସ ଚନ୍ଦ୍ର ପଟ୍ଟନାୟକ କହିଛନ୍ତି,‘ମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ରହିଥିବା ଦାବିର ସମାଧାନ କରାଯିବା ନେଇ ପ୍ରତିଶ୍ରୁତି ମିଳିବା ପରେ ପ୍ରତ୍ୟାହାର କରାଯାଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲୁ ।’

ନିଷ୍ପତ୍ତିକୁ ସ୍ବାଗତ:

ସେପଟେ ପଶ୍ଚିମ ଓଡିଶା ଘରୋଇ ବସ୍ ମାଲିକ ସଂଘର ଯୁଗ୍ମ ସମ୍ପାଦକ ପ୍ରଦୀପ ସାହୁ ମଧ୍ୟ ପରିବହନ ମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ଯାହା ପଦକ୍ଷେପ ନିଆଗଲା ତାହାକୁ ସ୍ବାଗତ କରୁଥିବା କହିଛନ୍ତି । ଏପରିକି ରାଜ୍ୟ ସରକାରଙ୍କ ଦ୍ଵିତୀୟ ପର୍ଯ୍ୟାୟ ଲକ୍ଷ୍ମୀ ବସର ପରିମିଟ୍ ପ୍ରଦାନ କ୍ଷେତ୍ରରେ ରହିଥିବା ବିଷୟକୁ ମଧ୍ୟ ଆଲୋଚନା କରାଯାଇଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ଗଡ଼ିବନି ବସ, ଆନ୍ଦୋଳନ ଡାକରା ଦେଲା ଘରୋଇ ବସ ମାଲିକ ସଂଘ - Private Bus Strike

ମହଙ୍ଗା ପଡିଲା ନମ୍ବର ପ୍ଲେଟ ଜାଲିଆତି, ଘରୋଇ ବସକୁ ୨ ଲକ୍ଷ ଫାଇନ - 2 LAKH FINE TO A PRIVATE BUS

'ମୋ ବସ' ମୁହାଁ ଯାତ୍ରୀ, ଅଟୋ ଚାଳକଙ୍କ ରୋଜଗାରରେ ବେଡ଼ି - Mo Bus Affects Auto Drivers Income

ବିଧାନସଭାରେ ଉଠିଲା ଲକ୍ଷ୍ମୀ ବସ୍‌ ପ୍ରସଙ୍ଗ: ଲାଭ-କ୍ଷତି ହିସାବ ମାଗିଲେ ବିଧାୟକ, ଉତ୍ତର ରଖିଲେ ପରିବହନ ମନ୍ତ୍ରୀ - Laccmi bus scheme

ପାର୍ବଣ ସମୟରେ ବସ୍ ଧର୍ମଘଟ ଅନେକ ପ୍ରଭାବ ପଡିଥାନ୍ତା:

ସେପଟେ ପାର୍ବଣ ସମୟରେ ଯଦି ବସ୍ ଧର୍ମଘଟ ହୋଇଥାନ୍ତା ଏହାକୁ ନେଇ ସାଦାରଣ ଯାତ୍ରୀଙ୍କ କ୍ଷେତ୍ରରେ ବେଶ ପ୍ରଭାବ ପଡିଥାନ୍ତା । ହେଲେ ମନ୍ତ୍ରୀଙ୍କ ଉପସ୍ଥିତିରେ ଆଲୋଚନା କରାଯାଇ ଏହାର ସମାଧାନ ହୋଇଥିବାରୁ ଏହାକୁ ନେଇ ବେଶ ଖୁସି ବସରେ ଯାତ୍ରା କରୁଥିବା ଯାତ୍ରୀ ମାନେ । ମୁଖ୍ୟତଃ ପାର୍ବଣ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନ ଠାରୁ ଆରମ୍ଭ କରି ରାଜ୍ୟ ବାହାରରେ ରହୁଥିବା ବ୍ୟକ୍ତିବିଶେଷ ମାନେ ନିଜ ଘରକୁ ଏବଂ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳକୁ ପରିକ୍ରମା କରୁଥିବାର ନଜର ରହିଥିବା ବେଳେ ଏପରି ପ୍ରତ୍ୟାହାର ହୋଇଥିବା ନେଇ ବେଶ ଖୁସି ହୋଇଛନ୍ତି ଜନସାଧାରଣ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details