ଓଡିଶା

odisha

ETV Bharat / state

କାରାଗାରରୁ କଏଦୀ ଫେରାର ଘଟଣା, ଧର୍ମଗଡରୁ ଜଣେ ଗିରଫ - Prisoners Escape From jail

Prisoners Escape From Kalahandi jail: ଜିଲ୍ଲା ମୁଖ୍ୟ କାରାଗାର ୨ ଜଣ କଏଦୀ ଫେରାର ଘଟଣା । ଘଟଣାର ତଦନ୍ତ ପାଇଁ ମୁଖ୍ୟ କାରାଗାରରେ ପହଞ୍ଚିଛନ୍ତି କୋରାପୁଟ ସର୍କଲର ସିନିଅର୍ ସୁପରିଟେଣ୍ଡ ମନୋରଞ୍ଜନ ପ୍ରତିହାରୀ । ଅଧିକ ପଢନ୍ତୁ

By ETV Bharat Odisha Team

Published : Apr 8, 2024, 12:47 PM IST

Prisoners Escape From Kalahandi jail
Prisoners Escape From Kalahandi jail

Prisoners Escape From Kalahandi jail

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମୁଖ୍ୟ କାରାଗାରରୁ 2 ଜଣ କଏଦୀ ଫେରାର ଘଟଣା । ଦୁଇ କଏଦୀଙ୍କ ମଧ୍ୟରୁ ଜଣକୁ ପୋଲିସ ଖୋଜିପାଇଛି । ସମ୍ପୃକ୍ତ କଏଦୀ ସିକନ୍ଦର ଜାଲ ବୋଲି ଜଣାପଡିଛି । ଧର୍ମଗଡ ନିକଟସ୍ଥ କାଶିବାହଲରୁ ରବିବାର ତାଙ୍କୁ ପୋଲିସ ଧରିଛି । ସେପଟେ ଏହି ଘଟଣାର ତଦନ୍ତ ପାଇଁ ମୁଖ୍ୟ କାରାଗାରରେ ପହଞ୍ଚିଛନ୍ତି ସିନିଅର୍ ସୁପରିଟେଣ୍ଡ କୋରାପୁଟ ସର୍କଲର ମନୋରଞ୍ଜନ ପ୍ରତିହାରୀ ।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଥିବା ଜିଲ୍ଲା ମୁଖ୍ୟ କାରାଗାରରେ ଗତକାଲି(ରବିବାର) ସକାଳୁ ୨ ଜଣ କଏଦୀ ବଗିଚା କାମ କରୁଥିଲେ । ଏହି ସମୟରେ ସୁଯୋଗ ଦେଖି ଦୁଇ ଜଣ କଏଦୀ ଜେଲର ପାଚେରୀ ଡେଇଁ ଚମ୍ପଟ ମାରିଥିଲେ । ଫେରାର ଦୁଇ ଜଣ ବିଚାରଧୀନ କଏଦୀ ହେଲେ ଧର୍ମଗଡର ସିକନ୍ଦର ଜାଲ ଓ ନୀଳମଣି ବିଭାର । ଉଭୟ ପୋସ୍କୋ ମାମଲାରେ ମାର୍ଚ୍ଚରେ ଜଣେ ଓ ଫେବୃଆରୀ ମାସରେ ଆଉ ଜଣେ ବିଚାରଧୀନ କଏଦୀ ଭାବରେ ଜେଲରେ ଥିଲେ । ହେଲେ ଗତକାଲି ସକାଳୁ ସୁରକ୍ଷା ବ୍ୟବସ୍ଥା ଢିଲା ଥିବାର ସୁଯୋଗ ନେଇ ଫେରାର ମାରିବା ପରେ ଜେଲ କର୍ତ୍ତୃପକ୍ଷ ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ନେଇ ପୋଲିସ ଦୁଇଟି ସ୍ଵତନ୍ତ୍ର ଟିମ୍ ପ୍ରସ୍ତୁତ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ଧର୍ମଗଡର ସିକନ୍ଦର ଜାଲକୁ ତାଙ୍କ ଘରୁ ଗିରଫ କରିଛି । ହେଲେ ବର୍ତ୍ତମାନ ସୁଦ୍ଧା ଅନ୍ୟ ଜଣେ କଏଦୀକୁ ଧରିବାରେ ବିଫଳ ରହିଛନ୍ତି ପୋଲିସ ଓ ଜେଲ କର୍ତ୍ତୃପକ୍ଷ।

ଏହା ମଧ୍ୟ ପଢନ୍ତୁ-ଟିଟିଲାଗଡ ଉପକାରାଗାରରୁ କଏଦୀ ଫେରାର ଘଟଣା, ଜେଲ ଡିଆଇଜିଙ୍କ ତଦନ୍ତ ଆରମ୍ଭ

ସେପଟେ ଏହାର ତଦନ୍ତ ପାଇଁ ମୁଖ୍ୟ କାରାଗାରରେ ପହଞ୍ଚିଛନ୍ତି ସିନିୟର୍ ସୁପରିଟେଣ୍ଡ କୋରାପୁଟ ସର୍କଲର ମନୋରଞ୍ଜନ ପ୍ରତିହାରୀ । ସେ ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଦୁଇ ଜଣ ବିଚାରଧୀନ କଏଦୀ ଫେରାର ମାରିବାରେ ସଫଳ ହୋଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନ୍ୟପଟେ ଦୁଇଜଣ ବିଚାରଧୀନ କଏଦୀଙ୍କ ଫଟୋ ଜାରି କରାଯାଇଛି । ଏଥିସହ ଉଭୟ କଏଦୀ ଜେଲ ପଛ ପଟରେ ଥିବା ୪୦ ଫୁଟ ଉଚ୍ଚ ପାଚେରୀ ଡେଇଁ ଫେରାର ମାରିଥିବା ବେଳେ ଜଣଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ଏନେଇ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛନ୍ତି ତଦନ୍ତ କରି ଟିମ୍ । ତେବେ ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏହି ଘଟଣା ହୋଇଥିବାରୁ ଅବହେଳାକାରୀଙ୍କ ଉପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିନିଅର ସୁପରିଟେଣ୍ଡ କୋରାପୁଟ ସର୍କଲର ମନୋରଞ୍ଜନ ପ୍ରତିହାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details