ବ୍ରହ୍ମପୁର: ମଣ୍ଡଳ କାରଗାରରେ କାର୍ଯ୍ୟକାରୀ ହେବାକୁ ଯାଉଛି ନୂତନ ‘PMS ସିଷ୍ଟମ।’ ରାଜ୍ୟର ପ୍ରମୁଖ କାରଗାରରେ ଏହି ବ୍ୟବସ୍ଥା ଲାଗୁ ହେବାକୁ ଯାଉଥିବା ବେଳେ ଏହାଦ୍ବାରା ଜେଲ କର୍ତ୍ତୁପକ୍ଷ ଗୋଟିଏ ସ୍ଥାନରେ ରହି ଜେଲର ସମସ୍ତ ଗତିବିଧିକୁ ଅନୁଧ୍ୟାନ ସହିତ ନିୟନ୍ତ୍ରଣ କରିବାରେ ସଫଳ ହେବେ । ହେଲେ କଣ ଏହି ନୂତନ ‘PMS ସିଷ୍ଟମ’ ଏବଂ ଏହାରି ମାଧ୍ୟମରେ ଜେଲ ସୁରକ୍ଷା ପ୍ରତି ଏହା କେତେ ମାତ୍ରାରେ ସହାୟକ ହୋଇପାରିବ, ଆସନ୍ତୁ ଜାଣିବା ।
- PMS ସିଷ୍ଟମ ସିଷ୍ଟମ କଣ -
‘PMS’ ସିଷ୍ଟମ ହେଉଛି କଏଦୀ ନିୟନ୍ତ୍ରଣ ପ୍ରଣାଳୀ ବା ‘ପ୍ରିଜନ୍ ମ୍ୟାନେଜମେଣ୍ଟ ସିଷ୍ଟମ’ । ଜେଲ ମଧ୍ୟରେ ରହୁଥିବା ଅନ୍ତେବାସୀ ବା କଏଦୀଙ୍କର ପ୍ରତେକ ଦୈନଦିନ କାର୍ଯ୍ୟ ଯେପରି ଅତ୍ୟନ୍ତ ସହଜରେ ଏବଂ ସୁବିଧାରେ ଏହି ସିଷ୍ଟମ୍ ମାଧ୍ୟମର କରାଯାଇପାରିବ ତାହାର ବ୍ୟବସ୍ଥା ରହିଛି । ଏପରିକି ଏହି ସିଷ୍ଟମ୍ ମାଧ୍ୟମରେ ଜେଲ ପରିସରରେ ସୁରକ୍ଷା ଦାୟିତ୍ୱରେ ରହୁଥିବା କର୍ମଚାରୀଙ୍କ ମୁତୟନଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ ତଦାରଖ କରିବାର ବ୍ୟବସ୍ଥା ରହିଛି । ଏପରିକି ଜେଲ ପରିସରରେ କୌଣସି କର୍ମଚାରୀ ଯଦି ଅନୁପସ୍ଥିତ ରହିଛନ୍ତି, ତାହା ହେଲେ ଏହି ସିଷ୍ଟମ ମାଧ୍ୟମରେ ଜେଲ କର୍ତ୍ତୁପକ୍ଷ ଏହାକୁ ତୁରନ୍ତ ଜାଣିପାରିବାର ବ୍ୟବସ୍ଥା ମଧ୍ୟ ରହିଛି ।
- ଫୋନ ବ୍ୟବହାର ଉପରେ ରଖାଯାଇପାରିବ ସ୍ବତନ୍ତ୍ର ନଜର
ଜେଲ ପରିସରରେ ରହୁଥିବା ଅନ୍ତେବାସୀଙ୍କ ଟେଲିଫୋନ କଥାବାର୍ତ୍ତାକୁ ନିରୀକ୍ଷଣ ସହିତ ଯାଞ୍ଚ ମଧ୍ୟ ହୋଇପାରିବ ଏହି ବ୍ୟବସ୍ଥା । ମୁଖ୍ୟତଃ ବିଭିନ୍ନ ସମୟରେ ଜେଲ ପରିସରରୁ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଫୋନ ମାଧ୍ୟମରେ ଧମକ ଚମକ ଦିଆଯିବାଠାରୁ ଆରମ୍ଭ କରି ଦାଦାବଟି ମାଗିବା ଭଳି କାର୍ଯ୍ୟ ହେଉଥିବାର ଏକାଧିକ ନଜିର ରହିଛି । ହେଲେ ବ୍ରହ୍ମପୁର ମଣ୍ଡଳ କାରାଗାରରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ଏହି PMS ସିଷ୍ଟମ ମାଧ୍ୟମରେ ଅନ୍ତେବାସୀଙ୍କୁ ପ୍ରଦାନ କରାଯାଉଥିବା ଟେଲିଫୋନ୍ ବ୍ୟବସ୍ଥାରେ କୌଣସି ଅନ୍ତେବାସୀ ଯଦି ଜେଲ ମଧ୍ୟରେ ରହିଥିବା ଟେଲିଫୋନ୍ରେ କାହାରି ସହିତ ଯଦି କଥାବାର୍ତ୍ତା କରିବ ତାହାହେଲେ ତାହା ରେକଡିଂ ହୋଇପାରିବ । ଏପରିକି ଜେଲ ମଧ୍ୟରେ ରହୁଥିବା ଅନ୍ତେବାସୀଙ୍କୁ ଫୋନରେ କଥାବାର୍ତ୍ତା ପାଇଁ ସ୍ଥିରୀକୃତ ହୋଇଥିବା ସମୟ ମଧ୍ୟରେ ହିଁ କଥାବାର୍ତ୍ତା ହେବାକୁ ପଡିବ, ନଚେତ୍ ତାହା ସମୟ ଶେଷ ପରେ ଅଟୋ କର୍ଟ ହୋଇଯିବ ।
ସେହିପରି ପ୍ରି-ଫିକ୍ସ ମୋବାଇଲ କିମ୍ୱା ଟେଲିଫୋନରେ ହିଁ ଅନ୍ତେବାସୀ କିମ୍ୱା ବନ୍ଦୀମାନେ କଥାବାର୍ତ୍ତା ହୋଇପାରିବ । ଅନ୍ୟ କୌଣସି ଫୋନକୁ ଫୋନ କରିପାରିବେ ନାହିଁ । ଯାହାକି ସେମାନେ ସେମାନଙ୍କ ପୂର୍ବରୁ ପ୍ରଦାନ କରିଥିବା ନିର୍ଦ୍ଦିଷ୍ଟ ଫୋନ ନମ୍ୱରକୁ ହିଁ ଫୋନ୍ କରିପାରିବେ ବୋଲି କହିଛନ୍ତି ବ୍ରହ୍ମପୁର ମଣ୍ଡଳ କାରାଗାରର ଅଧୀକ୍ଷକ ଧିରେନ୍ଦ୍ର ନାଥ ବାରିକ ।
- ଜେଲରେ ରହିଥିବା ମେଡିକାଲ ତଥ୍ୟ ମଧ୍ୟ ଉପଲ୍ଲବ୍ଧ ରହିବ –
କାରାଗାରରେ ରହିଥିବା ମେଡିକାଲଗୁଡିକରେ କେଉଁ କେଉଁ ୱାର୍ଡରେ କେଉଁ ଅନ୍ତେବାସୀ ଚିକିତ୍ସିତ ହେଉଛନ୍ତି , ସେମାନଙ୍କୁ କେଉଁ ଔଷଧ ପ୍ରଦାନ କରାଗଲା, ସେଭଳି ବ୍ୟବସ୍ଥାର ରେକର୍ଡ ରଖିବା ଜେଲ କର୍ତ୍ତୃପକ୍ଷଙ୍କ ପାଇଁ ପୂର୍ବରୁ ଏକ ପ୍ରକାର ଚିନ୍ତାର ବିଷୟ ପାଲଟୁଥିଲା । ଏହି ନୂତନ ପିଏମ୍ଏସ୍ ସିଷ୍ଟମରେ କାରାଗାରରେ ରହୁଥିବା ଅନ୍ତେବାସୀ ଏବଂ ବନ୍ଦୀଙ୍କର ପ୍ରତେକ ଦିନର ଚିକିତ୍ସା ବ୍ୟବସ୍ଥା , ଔଷଧ ବଣ୍ଟନ , ସ୍ୱାସ୍ଥାବସ୍ଥାରେ କେତେ ସୁଧାର ଆସିଲା ତାହାର ତଥ୍ୟ ଏହାରି ମାଧ୍ୟମରେ ରଖିବାରେ ଅନେକ ସହାୟକ ହେଉଥିବା କୁହାଯାଉଛି ।
- ପ୍ରିଜିନର କାଉଣ୍ଟିଂ ପାଇଁ ସହାୟକ ହେବ ଏହି ବ୍ୟବସ୍ଥା
ରାଜ୍ୟରେ ଖୁବ୍ ଶ୍ରୀଘ୍ର ପ୍ରମୁଖ କାରଗାର ସମେତ ବ୍ରହ୍ମପୁର ମଣ୍ଡଳ କାରାଗାରରେ ପୂର୍ଣ୍ଣାଙ୍ଗ ରୂପେ କାର୍ଯ୍ୟକାରୀ ହେବାକୁ ଯାଉଥିବା ପି.ଏମ୍.ଏସ୍ ସିଷ୍ଟମରେ ପ୍ରିଜିନର କାଉଣ୍ଟିଙ୍ଗ୍ କରିବା କ୍ଷେତ୍ରରେ ଏହା ଅନେକ ମାତ୍ରାରେ ସହାୟକ ହେବ ବୋଲି କୁହାଯାଇଛି । ମୁଖ୍ୟତଃ କାରାଗାରର ବିଭିନ୍ନ ୱାର୍ଡ ଏବଂ ବ୍ଲକ ମାନଙ୍କରେ ବନ୍ଦୀ ମାନଙ୍କୁ ରଖାଯାଉଥିବା ବେଳେ ସେମାନଙ୍କୁ କାଉଣଅଟିଙ୍ଗ୍ କରିବାରେ ଏହି ବ୍ୟବସ୍ଥା ସହାୟକ ବୋଲି କୁହାଯାଇଛି । ଏହାରି ମାଧ୍ୟମରେ କେଉଁ ୱାର୍ଡରେ କେତେ ଅନ୍ତେବାସୀ ରହିଛନ୍ତି ଏବଂ ସେଥିରେ ଅତିରିକ୍ତ ଅବଶିଷ୍ଟ କେତେ ରହିପାରିବେ ତାହାକୁ ଅନୁଧ୍ୟାନ ଏବଂ ନିରୀକ୍ଷଣ କରିବାରେ ଏହା ସହାୟକ ହେବ । ଏଥିସହ ଏହି ସିଷ୍ଟମ୍ ସହିତ ସିସିଟିଭି କ୍ୟାମେରା ସଂଯୋଗ ରହିଥିବାରୁ ଏହା ଅନେକ ମାତ୍ରାରେ ସହାୟକ ହୋଇପାରିବ ।
- ଅନ୍ତେବାସୀଙ୍କ ପାଇଁ ଉପଲ୍ଲବ୍ଧ କରାଯାଇଛି ପେନିକ ବଟନ -