ଓଡିଶା

odisha

ETV Bharat / state

ପ୍ରଶାସନର ଜୁଲମକୁ ପ୍ରତିବାଦ, ଟ୍ରକ ମାଲିକ ସଂଘର ଧର୍ମଘଟ ଚେତାବନୀ - Heavy Vehicle Checking

Pressmeet Of Truck Driver Association: ପ୍ରଶାସନ ଓ ବାଲିଘାଟ ମାଲିକ ଜୁଲମ କରୁଥିବା ଅଭିଯୋଗ ଆଣିଛି ଟ୍ରକ ମାଲିକ ସଂଘ ।‌ ଦାବି ପୂରଣ ନହେଲେ ସଂଘ ପକ୍ଷରୁ ଧର୍ମଘଟ କରାଯିବା ନେଇ ଚେତାବନୀ ଦିଆଯାଇଛି । ଅଧିକ ପଢନ୍ତୁ

ପ୍ରଶାସନର ଜୁଲମକୁ ପ୍ରତିବାଦ
ପ୍ରଶାସନର ଜୁଲମକୁ ପ୍ରତିବାଦ

By ETV Bharat Odisha Team

Published : Mar 2, 2024, 9:59 PM IST

Updated : Mar 2, 2024, 10:42 PM IST

ପ୍ରଶାସନର ଜୁଲମକୁ ପ୍ରତିବାଦ

ନିଆଳି:ଧର୍ମଘଟ ପାଇଁ ଚେତାବନୀ ଦେଲା ଟ୍ରକ ମାଲିକ ସଂଘ ।‌ ରବିବାର ମଧ୍ୟରାତ୍ରରୁ ଟ୍ରକ 3 ଜିଲ୍ଲାରେ ମାଲ ପରିବହନ ବନ୍ଦ ପାଇଁ ନିଷ୍ପତ୍ତି ନେଇଛି ସଂଘ ।‌ ପ୍ରଶାସନ ଓ ବାଲିଘାଟ ମାଲିକଙ୍କ ଜୁଲମ ପାଇଁ ଏହି ଧର୍ମଘଟ ଡାକରା ଦିଆଯାଇଥିବା କହିଛନ୍ତି ଟ୍ରକ ମାଲିକ।‌ ପ୍ରଶାସନ ଓ ବାଲିଘାଟ ମାଲିକଙ୍କ ଜୁଲମକୁ ବିରୋଧ କରାଯାଇଛି ।‌ ବାରଙ୍ଗ ବ୍ଲକ ଟ୍ରକ ସଂଘ ସଭାପତି ବିଜୟ କୁମାର ପଣ୍ଡା କହିଛନ୍ତି, "ଚୋର ଭଳି ବ୍ୟବହାର କରାଯାଉଛି। ରାସ୍ତାରେ ଗାଡି ଗଡିଲା ମାତ୍ରେ ପ୍ରଶାସନ ବିଭିନ୍ନ ଆଳ ଦେଖାଇ ଫାଇନ କାଟୁଛି । ଡ୍ରାଇଭରମାନଙ୍କୁ କେସରେ ଫସାଇ ଦିଆଯାଉଛି।" ଏମିତି ଅନେକ ସମସ୍ୟାକୁ ଆଳ କରିଛି ଟ୍ରକ ସଂଘ। କଟକ ଜିଲ୍ଲା କଟକ ସଦର ଥାନା ଅଧୀନସ୍ଥ ଧାକୁଲେଇ ପୀଠ ନିକଟରେ ମା' ଧାକୁଲେଇ ମାଲିକ ସଂଘ ପକ୍ଷରୁ ଏକ ସାମ୍ୱାଦିକ ସମ୍ମୀଳନୀରେ ମାଧ୍ୟମରେ ଅନେକ ଦାବି ଉପସ୍ଥାପନ ହୋଇଛି । ଆଉ ଦାବି ପୂରଣ ହେଲେ ୩ ତାରିଖ ମଧ୍ୟ ରାତ୍ରରୁ ୩ଟି ଜିଲ୍ଲାର ଟ୍ରକ ମାଲିକ ସଂଘ ମାଲ ପରିବହନ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାର ବିଭିନ୍ନ ଟ୍ରକ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ। "ଖଣି ନଦୀ ବା ବିଭିନ୍ନ ଘାଟରୁ ପରିବହନ ପାଇଁ ଟ୍ରିପର, ଟ୍ରକ ଓ ହାଇଓ୍ବା ବ୍ଯବହାର ହୋଇଥାଏ। ବାଲିଘାଟ ନିକଟରେ ଓଜନ ପାଇଁ କୌଣସି ବ୍ୟବସ୍ଥା ନଥିବା କାରଣରୁ ପ୍ରଶାସନିକ ଅଧିକାରୀଙ୍କ ଜୁଲମ ଏବଂ ଫାଇନ ଯୋଗୁଁ ଟ୍ରକ ମାଲିକମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ବାଲିଘାଟରୁ ମିଳୁଥିବା ବାଲି ପରିବହନ ପାଇଁ ଆବଶ୍ୟକ ଇ- ଟ୍ରାନଜିଟ ପାସ ବିଭିନ୍ନ ସମୟରେ ଅସଲି କି ନକଲି ଡ୍ରାଇଭର ଓ ଟ୍ରକ ମାଲିକ ଦ୍ବନ୍ଦରେ ପଡୁଛନ୍ତି । ଏହା ସହିତ ଚେକିଂ ସମୟରେ ଧରା ପଡି ଫାଇନ ଗଣିବା ପାଇଁ ପଡୁଛି। ବାଲିଘାଟରେ ଇ- ଟ୍ରାନଜିଟ୍ ଅସଲି କି ନକଲି ଦିଆଯାଉଛି ତାକୁ ପରକ୍ଷିବା ଦାୟିତ୍ଵ କାହାର?" ବୋଲି ପ୍ରଶ୍ନ କରିଛନ୍ତି ଟ୍ରକ ମାଲିକ ସଂଘ।

ଏହା ମଧ୍ୟ ପଢନ୍ତୁ...4ଦଫା ଦାବି ନେଇ କେନ୍ଦ୍ରାପଡା କଂଗ୍ରେସର ମାଟି ପାଇଁ ଜେଲ ଭରୋ ଆନ୍ଦୋଳନ

ବାଲିଘାଟରେ ମନ ଇଛା ଦରବୃଦ୍ଧି ଯୋଗୁଁ କ୍ରେତା ଏବଂ ମାଲିକ ମଧ୍ୟରେ ସମସ୍ୟା ଉପୁଜୁଥିବା ମଧ୍ୟ ଅଭିଯୋଗ ହୋଇଛି।‌ ବାଲି କିମ୍ବା ମୋରମ, ଗୋଡି ଭଳି ମାଲ ପରିବହନ ସମୟରେ ଗୋଟିଏ କିମ୍ବା ୨ ଟି ସଂସ୍ଥା ତଦନ୍ତ କରିବା ଆବଶ୍ୟକ ବୋଲି ଦାବି କରିଛି ସଂଘ । ତେବେ ଟ୍ରକ ବାଲିଘାଟରୁ ବାଲି ଲୋଡ୍ କରି ଯାଉଥିବା ସମୟରେ ମାଇନ୍ସ ବିଭାଗ, ତହସିଲ ଅଧିକାରୀ, ପୋଲିସ ଏବଂ ଆରଟିଓ ବିଭାଗର ଚଢାଉ ଫଳରେ ବହୁ ସମସ୍ୟା ଉପୁଜୁଥିବା ଅଭିଯୋଗ କରିଛି ସଂଘ । କେବଳ ଗୋଟିଏ କିମ୍ବା ୨ ଟି ସଂସ୍ଥା ତଦନ୍ତ ଦାୟିତ୍ୱ ନେବା ପାଇଁ ସେମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ନିଆଳି

Last Updated : Mar 2, 2024, 10:42 PM IST

ABOUT THE AUTHOR

...view details