ଓଡିଶା

odisha

By ETV Bharat Odisha Team

Published : Jun 18, 2024, 7:32 PM IST

ETV Bharat / state

ରଣକ୍ଷେତ୍ର ପାଲଟିଥିଲା ବାଲେଶ୍ବର, ସହରରେ ଶାନ୍ତି ବଜାୟ ରଖିବାକୁ ସାଂସଦଙ୍କ ଅପିଲ - Group Clash Erupts In Balasore

Group Clash Erupts In Balasore: ଇଦ୍‌ରେ ଅଶାନ୍ତ ହୋଇଥିଲା ବାଲେଶ୍ବର ସହର । ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ଉପୁଜିଲା ସାଙ୍ଘାତିକ ସ୍ଥିତି । ଏହି ଗୋଷ୍ଠୀ କନ୍ଦଳକୁ ନେଇ ବାଲେଶ୍ୱର ସାଂସଦ ଏବଂ ବିଧାୟକଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ । ଅଧିକ ପଢ଼ନ୍ତୁ

Group Clash Erupts In Balasore
Group Clash Erupts In Balasore (ETV Bharat Odisha)

ବାଲେଶ୍ବର:ଦୁଇଦିନ ହେଲା ବାଲେଶ୍ୱରରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ତେବେ ସହରର ଟାଉନ ଥାନା ଅଧିନ ସୁନହଟ ନିକଟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଜୋରଦାର ଗଣ୍ଡଗୋଳ ସୃଷ୍ଟି ହୋଇ ପଥର ମାଡ଼ ହୋଇଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ନିଜେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏହି ଗୋଷ୍ଠୀ କନ୍ଦଳକୁ ନେଇ ବାଲେଶ୍ୱର ସାଂସଦ ଏବଂ ବିଧାୟକ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ। ଯେଉଁଥିରେ ସେ ଲୋକଙ୍କୁ ସଚେତନ କରିବା ପାଇଁ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି।

Group Clash Erupts In Balasore (ETV Bharat Odisha)

ସୂଚନା ଅନୁସାରେ, ବାଲେଶ୍ୱର ସାଂସଦ ଏବଂ ବିଧାୟକ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିଥିବା କହିଛନ୍ତି । ଶାନ୍ତି ବଜାୟ ରଖିବା ପାଇଁ ସେମାନେ ଲୋକଙ୍କୁ ସଚେତନ କରିଛନ୍ତି । ତେବେ ନିଜ ପ୍ରତିକ୍ରିୟା ରଖି ପ୍ରତାପ ଚନ୍ଦ୍ର ଷଡଙ୍ଗୀ କହିଛନ୍ତି, "ଆମେ ସମସ୍ତେ ଜାଣିଛୁ ଲୋକେ ବହୁତ୍ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପରିସ୍ଥିତି ନିୟନ୍ତ୍ରଣକୁ ଆସିଲେ କର୍ଫ୍ୟୁ ଶୀଘ୍ର ଉଠିବ । ମୁଁ ଡିଜି ଓ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛି । ଏହି ସରକାର ପୂର୍ଣ୍ଣ ପ୍ରତିବଦ୍ଧତା ସହ ଲୋକଙ୍କୁ ନ୍ୟାୟ ଦେବାକୁ ଅଛି। ବର୍ତ୍ତମାନ ସୁଦ୍ଧା 44 ଜଣଙ୍କୁ ଗିରଫ କରାଯାଇଛି । ଦଳମତ ନିର୍ବିଶେଷରେ ସମସ୍ତେ ଏକଜୁଟ ହୁଅନ୍ତୁ । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଅଛି । ଜନସାଧାରଣ ସହଯୋଗ କଲେ ପରିସ୍ଥିତି ସ୍ବାଭାବିକ ହେବ ।" ପୋଲିସର ଯାହା ଆବଶ୍ୟକ ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି ବୋଲି ପ୍ରତାପ ଚନ୍ଦ୍ର ଷଡଙ୍ଗୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ.. ଇଦ୍‌ରେ ଅଶାନ୍ତ ବାଲେଶ୍ବର ! ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଉଡ଼ିଲା ଟେକା ପଥର - Group Clash In Balasore

ସେପଟେ ବାଲେଶ୍ଵରରେ ସ୍ବାଭାବିକ ପରିସ୍ଥିତି ଫେରେଇ ଆଣିବାକୁ ଆମେ ବ୍ୟକ୍ତିଗତ ସ୍ଥରରେ ଚେଷ୍ଟା କରୁଛୁ ବୋଲି କହିଛନ୍ତି ବାଲେଶ୍ବର ବିଧାୟକ ମାନସ ରଞ୍ଚନ ଦତ୍ତ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟରୁ 6 ପ୍ଲାଟୁନ କେନ୍ଦ୍ରୀୟ ଫୋର୍ସ ଆସିବାର କାର୍ଯ୍ୟକ୍ରମ ରହିଛି । ଉଭୟ ପକ୍ଷଙ୍କୁ ସେ ଯୋଡହସ୍ତରେ ନିବେଦନ କରିଛନ୍ତି ଶାନ୍ତି ବଜାୟ ରଖିବା ପାଇଁ । ଭାରତୀୟ ଜନତା ପାର୍ଟିର ସରକାର ଅଛି ପୁନର୍ବାର ଏଭଳି ଅବସ୍ଥା ବାଲେଶ୍ଵରରେ ହେବ ନାହିଁ ବୋଲି ମାନସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ଏଠାରେ ପ୍ରକାଶ ଥାଉକି, ରାସ୍ତାରୋକକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଜୋରଦାର ଗଣ୍ଡଗୋଳ ସୃଷ୍ଟି ହୋଇ ପଥର ମାଡ଼ ହୋଇଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଲାଗି ରହିଥିବା ବେଳେ ବାଇକ ଭଙ୍ଗାରୁଜା ସାଙ୍ଗକୁ ଦୁଇ ଗୋଷ୍ଠୀ ମଧ୍ୟରେ ଟେକା ପଥର ମାଡ଼ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଉତ୍ତେଜନା ଅଧିକ ହେବାରୁ ପୋଲିସ ଫୋର୍ସ ଘଟଣା ସ୍ଥଳରେ ଉତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଥିଲେ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details