ଓଡିଶା

odisha

ETV Bharat / state

ଗୋଣ୍ଡ ସମାଜକୁ ଭୁବନେଶ୍ବରରେ ଜମି ପ୍ରଦାନ, ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ ସଦସ୍ୟ - Land Allotment

Gonda Samaj Land Allotment: ଗୋଣ୍ଡ ସମାଜକୁ ଭୁବନେଶ୍ବରରେ ଜମି ପ୍ରଦାନ କରାଯିବା ପ୍ରସଙ୍ଗ । ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ସମାଜର ସଦସ୍ୟ। ଅଧିକ ପଢନ୍ତୁ

ଗୋଣ୍ଡ ସମାଜକୁ ଜମି ପ୍ରଦାନ
ଗୋଣ୍ଡ ସମାଜକୁ ଜମି ପ୍ରଦାନ

By ETV Bharat Odisha Team

Published : Feb 16, 2024, 11:00 AM IST

ଗୋଣ୍ଡ ସମାଜକୁ ଭୁବନେଶ୍ବରରେ ଜମି ପ୍ରଦାନ

ଝାରସୁଗୁଡ଼ା: ରାଜ୍ୟ ସରକାର ଜମି ପ୍ରଦାନ କରିବା ପରେ ଖୁସି ବ୍ୟକ୍ତି କରିଛି ଗୋଣ୍ଡ ସମାଜ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଷଡ଼ବଂଶୀୟ ଗୋଣ୍ଡ ସମାଜର ସଦସ୍ୟ । ପୂର୍ବରୁ ସ୍ଥାନୀୟ ବିଧାୟକଙ୍କ ଜରିଆରେ ଭୁବନେଶ୍ଵରଠାରେ ଗୃହ ନିର୍ମାଣ ସକାଶେ ଭୂମି ଏବଂ ଆର୍ଥିକ ଅନୁଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଥିଲା । ଏହି ଆବେଦନକୁ ମଞ୍ଜୁର କରି ଭୁବନେଶ୍ଵର ସ୍ଥିତ ଚନ୍ଦ୍ରଶେଖରପୁରଠାରେ ଜମି ପ୍ରଦାନ ସହ ଭବନ ନିର୍ମାଣ ପାଇଁ ଆର୍ଥିକ ସହାୟତା ଅନୁଦାନ ପ୍ରଦାନ କରିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । ବିଧାୟିକା ସୁଶ୍ରୀ ଦିପାଳୀ ଦାସଙ୍କ ତତ୍ତ୍ଵାବଧାନରେ ଏହା ସଫଳ ହୋଇଥିବା କହିଛନ୍ତି ଗୋଣ୍ଡ ସମାଜର ସଦସ୍ୟ । ଗୋଣ୍ଡ ଭବନ ନିର୍ମାଣ ପାଇଁ ଜମି ପ୍ରଦାନ ଓ ଆର୍ଥିକ ଅନୁଦାନ ସ୍ଵୀକୃତି ଲାଭ ପାଇଁ ବିଧାୟିକାଙ୍କୁ ମଧ୍ୟ ସାମ୍ୱାଦିକ ସମ୍ମିଳନୀ ଜରିଆରେ ଧନ୍ୟବାଦ ଅର୍ପଣ କରିଛନ୍ତି।


ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଳକ ଅନ୍ତର୍ଗତ ଜୟପୁର ଇଷ୍ଟେଟ ମଯୁରଡିମାରେ ରହିଛି ଜଙ୍ଘାଲିଙ୍ଗା ମନ୍ଦିର । ଏହି ମନ୍ଦିର ପ୍ରାଙ୍ଗଣରେ ଷଡବଂଶୀୟ ଗୋଣ୍ଡ ସମାଜ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଝାରସୁଗୁଡା ବିଧାୟିକା ଦୀପାଳି ଦାସଙ୍କୁ ଷଡ଼ବଂଶୀୟ ଗୋଣ୍ଡ ସମାଜ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଆନ୍ତରିକ ଧନ୍ୟବାଦ ଜଣାଯାଇଛି । ଗୋଣ୍ଡ ଭବନ ନିର୍ମାଣ କରିବା ନେଇ ପ୍ରାୟ ଅଧ ଏକର ଜମି ପ୍ରଦାନ ଓ ଅଧିମୂଲ୍ୟ ବାବଦକୁ ୫ କୋଟି ୬ ଲକ୍ଷ ଟଙ୍କା ଛାଡ ଏବଂ ମଜୁରଡିମାଠାରେ ଜଙ୍ଗା ମନ୍ଦିର ଉନ୍ନତିକରଣ ପାଇଁ 1 କୋଟି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ନିର୍ବାଚନ ପୂର୍ବରୁ ଏହା ଏକ ମାଷ୍ଟରଷ୍ଟ୍ରୋକ ବୋଲି କୁହାଯାଉଥିବାବେଳେ ସରକାରଙ୍କ ଉପରେ ଗୋଣ୍ଡ ସମାଜର ଆସ୍ଥା ବଢିଥିବା ଦେଖିବାକୁ ମିଳିଛି।

ଏହା ବି ପଢନ୍ତୁ...ଗୋଣ୍ଡ ସମାଜର ଇଷ୍ଟଦେବ ଜଙ୍ଘା ବଡ଼ଦେଓଙ୍କୁ କାନ୍ଧରେ ବୋହି ନାଚିଲେ ବିଧାୟିକା ଦୀପାଳି

ସୂଚନା ଅନୁସାରେ, 2023 ମସିହା ମେ 18ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଶ୍ଚିମ ଓଡ଼ିଶା ଗୋଣ୍ଡ ସମାଜ ପାଇଁ ଭୁବନେଶ୍ଵରଠାରେ ଗୃହ ନିର୍ମାଣ ସକାଶେ ଭୂମି ଏବଂ ଆର୍ଥିକ ଅନୁଦାନ ପାଇଁ ପତ୍ର ଲେଖିଥିଲେ ଷଡ଼ବଂଶୀୟ ଗୋଣ୍ଡ ସମାଜ । ଏହି ଜନଜାତିର ଅଧିକ ପରିବାର ଦାରିଦ୍ର୍ୟର ସୀମାରେଖା ତଳେ ଜୀବନ ଯାପନ କରୁଥିବା ନେଇ ପତ୍ରରେ ଉଲ୍ଲେଖ ଥିଲା। ଅନେକ ସମୟରେ ଶିକ୍ଷା ସ୍ବାସ୍ଥ୍ୟ ଓ ଆର୍ଥିକ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବାକୁ ବାଧ୍ୟ ହେଉଥିବା ନେଇ ସେମାନେ ଅଭିଯୋଗ ଆଣିଥିଲେ । ଭୁବନେଶ୍ଵରଠାରେ ଜମି ପ୍ରଦାନ ସହ ଗୋଣ୍ଡ ସମାଜ ଭବନ ନିର୍ମାଣ ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କଲେ ଆଶାନୁରୂପ ଶିକ୍ଷା ସ୍ବାସ୍ଥ୍ୟ ଓ ଆର୍ଥିକ କ୍ଷେତ୍ରରେ ଉନ୍ନତି କରିପାରିବେ ବୋଲି ଉଲ୍ଲେଖ ଥିଲା।


ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details