ଓଡିଶା

odisha

ETV Bharat / state

୨୯ରେ କେନ୍ଦୁଝର ଆସୁଛନ୍ତି ରାଷ୍ଟ୍ରପତି, ଜିଲ୍ଲାର ଆଦିବାସୀ ସଂସ୍କୃତି ଦେଖିବ ସାରା ବିଶ୍ଵ - ରାଷ୍ଟ୍ରପତି ଦୌପଦୀ ମୁର୍ମୁ

President Droupadi Murmu Dharanidhar University Visit: ଚଳିତ ୨୯ ତାରିଖରେ କେନ୍ଦୁଝର ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଧରଣୀଧର ବିଶ୍ବବିଦ୍ୟାଳୟରରେ ଆୟୋଜିତ ଜନଜାତି ସଂସ୍କୃତି ଉପରେ ଜାତୀୟ ପାଠ୍ୟଚକ୍ରରେ ହେବେ ସାମିଲ । ଅଧିକ ପଢନ୍ତୁ

ଧରଣୀଧର ବିଶ୍ବବିଦ୍ୟାଳୟକୁ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି
ଧରଣୀଧର ବିଶ୍ବବିଦ୍ୟାଳୟକୁ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି

By ETV Bharat Odisha Team

Published : Feb 24, 2024, 10:33 PM IST

ଧରଣୀଧର ବିଶ୍ବବିଦ୍ୟାଳୟକୁ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି

କେନ୍ଦୁଝର: ଫେବୃଆରୀ ୨୯ ତାରିଖରେ କେନ୍ଦୁଝର ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଧରଣୀଧର ବିଶ୍ବବିଦ୍ୟାଳୟରରେ ଆୟୋଜିତ କେନ୍ଦୁଝର ଜନଜାତି ସଂସ୍କୃତି ଉପରେ ଆୟୋଜିତ ଜାତୀୟ ପାଠ୍ୟଚକ୍ରରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ବିଶ୍ୱବିଦ୍ୟାଳୟକୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଚିଠି ଆସିଥିବା ସୂଚନା ଦେଇଛନ୍ତି କୁଳପତି ପ୍ରଫେସର ଡଃ ପ୍ରତାପ କୁମାର ମହାନ୍ତି । ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଧରଣୀଧର ବିଶ୍ବ ବିଦ୍ୟାଳୟ ପରିସର ।

ମହାମହିମଙ୍କ ଆଗମନକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଧରଣୀଧର ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠାକୁ ଏକ ବର୍ଷ ପୂର୍ତ୍ତି ହୋଇଛି ।ଏହାରି ଭିତରେ ପ୍ରଥମ ବର୍ଷରେ ଏକ ଜାତୀୟ ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଯୋଗ ଦେବା ନିହାତି ଏକ ଗୌରବର କଥା ବୋଲି କହିଛନ୍ତି କୁଳପତି । ଏହି ଜାତୀୟ ସ୍ତରୀୟ ପାଠ୍ୟଚକ୍ରରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ ଓ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ସୃଷ୍ଟି କରିବ ବୋଲି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡଃ ପ୍ରତାପ କୁମାର ମହାନ୍ତିଙ୍କ କହିଛନ୍ତି ।

ପ୍ରକାଶ ଯୋଗ୍ୟ, ଚଳିତ ଫେବୃୟାରୀ 28ରୁ ମାର୍ଚ୍ଚ ୨ ତାରିଖ ମଧ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଓଡ଼ିଶାର ବିଭିନ୍ନ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ମୟୂରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ, ଭୁବନେଶ୍ବର ଓ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବା ଲାଗି ଆଜି ଅନୁଷ୍ଠିତ ହୋଇଛି ପ୍ରଶାସନିକ ପ୍ରସ୍ତୁତି ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ......ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଆସୁଛନ୍ତି ରାଷ୍ଟ୍ରପତି, ୨୫ତମ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ

ଏହା ମଧ୍ୟ ପଢନ୍ତୁ .....ରାଷ୍ଟ୍ରପତିଙ୍କ ଗସ୍ତ ପ୍ରସ୍ତୁତି ଜୋରଦାର; ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ତେବେ ରାଷ୍ଟ୍ରପତିଙ୍କ ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରେ ଫେବୃୟାରୀ 28 ତାରିଖରେ ରାଇରଙ୍ଗପୁରରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ୨୯ ତାରିଖ ସକାଳେ ରାଷ୍ଟ୍ରପତି ମା’ କୀଚକେଶ୍ବରୀ ମନ୍ଦିର ପରିଦର୍ଶନ, କେନ୍ଦୁଝର ଧରଣୀଧର ବିଶ୍ବବିଦ୍ୟାଳୟରେ କେନ୍ଦୁଝରର ଜନଜାତିଙ୍କ ଉପରେ ଆୟୋଜିତ ଏକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ରକୁ ଉଦଘାଟନ କରିବେ ।

ସେହିଦିନ ଅପରାହ୍ନରେ ଭୁବନେଶ୍ବରରେ ଉତ୍କଳ ବିଶ୍ବବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ । ସେହିପରି ମାର୍ଚ୍ଚ ୧ ତାରିଖରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୫ ତମ ସମାବର୍ତ୍ତନ ଉତ୍ସବରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ମାର୍ଚ୍ଚ ୨ ତାରିଖରେ ସମ୍ବଲପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details