ETV Bharat / state

ନବ ଦାସ ହତ୍ୟା ମାମଲା:‘ ପରିବାର ଲିଖିତରେ ଦେଲେ CBI ତଦନ୍ତ କଥା ସରକାର ବିଚାର କରିବେ ’ - NABA DAS MURDER CASE

ଦୀପାଳିଙ୍କ ଦାବିରେ ଆଇନ ମନ୍ତ୍ରୀଙ୍କ ବଡ ପ୍ରତିକ୍ରିୟା । ପରିବାର ସଦସ୍ୟ ଲିଖିତରେ ଜଣାଇଲେ ହେବ CBI ତଦନ୍ତ । ଏମିତି କହିଲା କଂଗ୍ରେସ ।

ନବ ଦାସ ହତ୍ୟା ମାମଲା: ଲିଖିତରେ ଦେଲେ ବିଚାର କରିବେ ସରକାର କହିଲେ ଆଇନ ମନ୍ତ୍ରୀ
ନବ ଦାସ ହତ୍ୟା ମାମଲା: ଲିଖିତରେ ଦେଲେ ବିଚାର କରିବେ ସରକାର କହିଲେ ଆଇନ ମନ୍ତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : Jan 16, 2025, 5:38 PM IST

Updated : Jan 16, 2025, 8:07 PM IST

ଭୁବନେଶ୍ବର: ଆଉ ମାତ୍ର କିଛି ଦିନ ପରେ ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ । ଠିକ ଏହା ପୂର୍ବରୁ ନବଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ପୁଅ ବିଶାଳ ଦାସ ବାପାଙ୍କ ହତ୍ୟାକାଣ୍ଡର ‘ସିବିଆଇ’ ତଦନ୍ତ ଦାବି କରିଛନ୍ତି । ଯାହାକୁ ନେଇ ରାଜନୀତି ଜୋରଦାର ଆରମ୍ଭ ହୋଇଛି । ଦୁଇ ବର୍ଷ ପରେ ନବ ଦାସଙ୍କ ପରିବାର ଲୋକଙ୍କର ଜ୍ଞାନ ଉଦୟ ହୋଇଛି ବୋଲି କହିଛି କଂଗ୍ରେସ ଓ ବିଜେପି । ପରିବାର ଲୋକ ଲିଖିତ ଭାବେ ଦେଲେ ସରକାର ବିଚାର କରିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

  • ଆମେ ସେତେବେଳେ CBI ତଦନ୍ତ କଥା କହିଥିଲୁ: ଆଇନ ମନ୍ତ୍ରୀ

ନବ ଦାସ ହତ୍ୟା ମାମଲାରେ ପରିବାର ଲୋକଙ୍କ ସିବିଆଇ ତଦନ୍ତ ଦାବିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ କହିଛନ୍ତି, " ଯେତେବେଳେ ଗୋଟେ ପରିବାରର କୌଣସି କ୍ଷତି ହୁଏ । ପରିବାର ସଦସ୍ୟ ଯଦି କୌଣସି ସ୍ପଷ୍ଟ ମତ ଦିଅନ୍ତି ନାହିଁ । ସେତେବେଳେ ତଦନ୍ତ ପ୍ରକ୍ରିୟା ବାଟବଣା ହୁଏ । ଆମେ ବିରୋଧୀ ଦଳରେ ଥିବା ବେଳେ ସିବିଆଇ ତଦନ୍ତ କଥା କହୁଥିଲୁ । କ୍ରାଇମବ୍ରାଞ୍ଚ ବାଟ ବୁଲେଇ ବୁଲେଇ ନେଉଛି ବୋଲି କହିଥିଲୁ । ଏଥିରୁ ସତ୍ୟ ବାହାରିବ ନାହିଁ । ଯାହା ଆମେ ସେତେବେଳେ କହୁଥିଲୁ, ତାହା ଠିକ ହେଲା । ଯିଏ ହତ୍ୟା କଲା ସେ ଧରା ପଡିଲା । ସେ ଗୁଳି କାହିଁକି କଲା ଓ ଗୁଳି କରିବା ପଛରେ ଷଡ଼ଯନ୍ତ୍ର କିଏ କରିଥିଲା ବୋଲି ଆମ ପ୍ରଶ୍ନର ଉତ୍ତର ତତ୍କାଳୀନ ବିଜେଡି ସରକାର ପାଖରେ ନଥିଲା ।"

ନବ ଦାସ ହତ୍ୟା ମାମଲା:‘ ପରିବାର ଲିଖିତରେ ଦେଲେ CBI ତଦନ୍ତ କଥା ସରକାର ବିଚାର କରିବେ ’ (ETV Bharat Odisha)
  • ଲିଖିତ ଜଣାଇଲେ ଗୁରୁତର ସହ ନେବେ ସରକାର :-

ଆଇନ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଆଜି ନବ ଦାସଙ୍କ ପରିବାର ସିବିଆଇ ତଦନ୍ତ ଦାବି କରୁଛନ୍ତି । ସରକାର ଏନେଇ ଚିନ୍ତା କରିବେ । ମାମଲା ପୁନଃ ତଦନ୍ତ କିମ୍ବା ସିବିଆଇ ତଦନ୍ତ ବାବଦରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ସରକାରଙ୍କ ନିଷ୍ପତ୍ତି ଆଗକୁ ଜଣାପଡିବ । କ୍ରାଇମବ୍ରାଞ୍ଚ ତଦନ୍ତ ନାଁ'ରେ ଗତ ସରକାର ଭୁଆଁ ବୁଲେଇଥିଲେ ବୋଲି ବିଳମ୍ବରେ ହେଲେ ବି ତାଙ୍କ ମନରେ ଆସିଲା । କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା ଠିକ ନଥିଲା ବୋଲି ଆଜି ନବ ଦାସଙ୍କ ପରିବାର ଅନୁଭବ କରିଛନ୍ତି । ଖାଲି ଗଣମାଧ୍ୟମ ଆଗରେ କହି ଦେଲେ ହେବନାହିଁ । ଯଦି ପୂର୍ବ ସରକାର ତଦନ୍ତରେ ସେମାନେ ସନ୍ତୁଷ୍ଟ ନୁହଁନ୍ତି ଲିଖିତ ଭାବେ ଜଣାଇଲେ ସରକାର ନିଶ୍ଚୟ ଏହାକୁ ଗୁରୁତର ସହ ନେଇ ନିଷ୍ପତ୍ତି ନେବେ ।"

ନବ ଦାସ ହତ୍ୟା ମାମଲା:‘ CBI ତଦନ୍ତ ନେଇ ପରିବାର ଲିଖିତରେ ଦେଲେ ସରକାର ବିଚାର କରିବେ ’
ନବ ଦାସ ହତ୍ୟା ମାମଲା:‘ CBI ତଦନ୍ତ ନେଇ ପରିବାର ଲିଖିତରେ ଦେଲେ ସରକାର ବିଚାର କରିବେ ’ (ETV Bharat Odisha)
  • ଲୋଭରେ CBI ତଦନ୍ତକୁ ବିରୋଧ କରିଥିଲେ ପରିବାର ଲୋକ :

ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି, "କ୍ଷମତା କିମ୍ବା ଆର୍ଥିକ ଲୋଭରେ ବଶବର୍ତ୍ତୀ ହୋଇ ସେତେବେଳେ ‘ସିବିଆଇ’ ନବ ଦାସଙ୍କ ପରିବାର ଲୋକ ତଦନ୍ତକୁ ବିରୋଧ କରିଥିଲେ । ଏବେ ସେମାନଙ୍କୁ ବ୍ୟାଟିଂ କରିବାକୁ ସୁଯୋଗ ମିଳିଛି । ସେଥିପାଇଁ ‘ସିବିଆଇ’ ତଦନ୍ତ ଲାଗି ପରିବାର ଲୋକ କହି ଦେଇଛନ୍ତି । ଯଦି ସେ ପ୍ରକୃତରେ ସିବିଆଇ ତଦନ୍ତ ଚାହୁଁଛନ୍ତି, ତେବେ ଲିଖିତ ଭାବରେ ଦିଅନ୍ତୁ । ନିଶ୍ଚୟ ଭାବେ ସିବିଆଇ ତଦନ୍ତ ହେବ । ପୁଅ, ଝିଅ କିମ୍ବା ସ୍ତ୍ରୀ ଲିଖିତ ଭାବେ ଏହା ସରକାରଙ୍କୁ ଜଣାନ୍ତୁ । ଆଇନ କାନୁନରେ ଏନେଇ ବ୍ୟବସ୍ଥା ଅଛି ।"

  • ଚ୍ୟାଲେଞ୍ଜ ନକଲେ ଅନ୍ୟ କୌଣସି ତଦନ୍ତ ଲାଗି ସୁଯୋଗ ନାହିଁ :-

ଜୟ ଆହୁରି ମଧ୍ୟ କହିଛନ୍ତି, "ଗୋଟେ ତଦନ୍ତକାରୀ ସଂସ୍ଥା ରିପୋର୍ଟ ଦେଇ ସାରିବା ପରେ ଏହାକୁ ଚ୍ୟାଲେଞ୍ଜ କରିବାକୁ ହେବ । ଏହାକୁ ଚ୍ୟାଲେଞ୍ଜ ନକଲେ ଅନ୍ୟ କୌଣସି ତଦନ୍ତ ଲାଗି ସୁଯୋଗ ନାହିଁ । ସରକାର ଏକ ନିରନ୍ତର ପ୍ରକ୍ରିୟା । ବିଚାର ପ୍ରକ୍ରିୟା ମଧ୍ୟ ସମାନ । ଯଦି ତଦନ୍ତରେ ସନ୍ତୁଷ୍ଟ ନୁହଁ, ତେବେ ସରକାର କିମ୍ବା କୋର୍ଟଙ୍କୁ ଜଣାଇବାକୁ ପଡିବ । ଏହା ପରେ ପରବର୍ତ୍ତୀ ଦିଗରେ ସରକାର ବ୍ୟବସ୍ଥା କରିବେ ।"

  • କିରିମିରା ବ୍ଲକ ଅଧ୍ୟକ୍ଷଙ୍କ ଅନାସ୍ଥା ପ୍ରସ୍ତାବ ପରେ ହୋଇଛି ଜ୍ଞାନ ଉଦୟ :-

କଂଗ୍ରେସର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି," ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରଥମରୁ ହିଁ ସନ୍ଦେହଜନକ । ‘ସିବିଆଇ’ ତଦନ୍ତ ହେଉ ବୋଲି ସେ ସମୟରେ ଆମେ ବିଧାନସଭାରେ ଦାବି କରିଥିଲୁ । ନଚେତ ଜୁଡିସିଆରି ତଦନ୍ତ ଦାବି କରିଥିଲୁ । ସେ ସମୟରେ ସରକାର ଏକମତ ହେଲେ ନାହିଁ । ନବ ଦାସଙ୍କ ପରିବାର ଲୋକ ନିରବ ରହିଲେ । ଯେଉଁ ସମୟରେ କିରିମିରା ବ୍ଲକ ଅଧ୍ୟକ୍ଷଙ୍କ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ ଉଠିବା ପରେ ତାଙ୍କ ଜ୍ଞାନ ଉଦୟ ହୋଇଛି । ନବ ଦାସଙ୍କ ହତ୍ୟା ପଛରେ ରାଜନୈତିକ ଷଡ଼ଯନ୍ତ୍ର ରହିଥିବା ଓଡିଶା ବାସୀ ବି କହୁଛନ୍ତି । ସେଥିପାଇଁ ସିବିଆଇ ତଦନ୍ତ ହେବା କଥା । କାହିଁକି ନା ସିବିଆଇ ତଦନ୍ତ ହେଲେ ସତ ସାମ୍ନାକୁ ଆସିଯିବ । ବିଳମ୍ବରେ ହେଲେ ବି ନବ ଦାସଙ୍କ ପରିବାରର ଜ୍ଞାନ ଉଦୟ ହେଇଛି । ସିବିଆଇ ତଦନ୍ତ ନିଶ୍ଚୟ ଭାବେ ହେବା କଥା ।"

ଏହା ମଧ୍ୟ ପଢନ୍ତୁ:-

ନବ ଦାସ ହତ୍ୟା: CBI ତଦନ୍ତ ଦାବି କଲେ ଝିଅ ଦୀପାଳି, ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ - NABA DAS MURDER CASE

ଖୋଲିବ ପୁରୁଣା ଫାଇଲ; ନବ ଦାଶ ହତ୍ୟାକାଣ୍ଡ ପୁନଃତଦନ୍ତକୁ ସ୍ୱାଗତ କଲା ବିଜେଡି, ବିଜେପି ଆଗରେ ରଖିଲା ଡେଡଲାଇନ୍ - BJD reaction on Old cases

ପୁଣି ତେଜିଲା ନବ ଦାସ ଓ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲା, ସିବିଆଇ ତଦନ୍ତ ଦାବି କଲେ ଜୟନାରାୟଣ - MLA Jayanarayan Mishra Demands

  • ଦୁଇ ବର୍ଷ ପୂର୍ବରୁ ହେବାର ଥିଲା ସିବିଆଇ ତଦନ୍ତ :-

ସେ ଆହୁରି ମଧ୍ୟ କହିଛନ୍ତି, "କଣ ଏମିତି ଶତ୍ରୁତା ଥିଲା ପୋଲିସ କର୍ମଚାରୀ ଗୋପାଳ ଦାସ କାହିଁକି ନବ ଦାସଙ୍କୁ ମାରିଲା ? ହତ୍ୟା କରିବା ପରେ ଏବେ ସେ ଜେଲରେ ଆରାମରେ ଅଛି । ସିବିଆଇ ତଦନ୍ତ ନିଶ୍ଚୟ ହେବା କଥା ।ତଦନ୍ତ ଦୁଇ ବର୍ଷ ପୂର୍ବରୁ ହେବାର ଥିଲା । ପରିବାର ଲୋକ ଏବେ କହିଛନ୍ତି ଭଲ କଥା । ସେହି ସମୟରେ ସେହି ଅଞ୍ଚଳରେ ଯାହା ଆଲୋଚନା ହେଉଥିଲା ବ୍ୟବସାୟିକ ଦୃଷ୍ଟି କୋଣରୁ କିଛି ଲୋକଙ୍କ ସହ ନବ ଦାସଙ୍କର ରାଜନୈତିକ ଶତ୍ରୁତା ଥିଲା । ଶୁଣିବାକୁ ମିଳୁଥିଲା ଆଦାନିର କୋଲ ମାଇନିସରେ ନ ପଶିବାକୁ ସେହି ସମୟରେ କୁହା ଯାଇଥିଲା । ହୁଏତ ସେଥିପାଇଁ ବି ହତ୍ୟା କରାଯାଇଥାଇ ପାରେ । ସିବିଆଇ ତଦନ୍ତ ହେଲେ ସତ ସାମ୍ନାକୁ ଆସିଯିବ ।"

  • ନବ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ଧରାପଡିଲେ ଭଲ : ବିଜେଡି

ବିଜେଡି ବିଧାୟକ ମନୋହର ରନ୍ଧାରୀ କହିଛନ୍ତି, "ନବ ଦାସଙ୍କ ହତ୍ୟାକାଣ୍ଡ ନିଶ୍ଚୟ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ସିବିଆଇ କିମ୍ବା ଉଚ୍ଚସ୍ତରୀୟ ତଦନ୍ତ କଲେ ମୁଖ୍ୟ ଆସାମୀ ଧରାପଡ଼ିବ । ଏନେଇ ସରକାର ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି । ଯେହେତୁ ତାଙ୍କ ପରିବାର ଅର୍ଥାତ ତାଙ୍କ ଝିଅ ଦାବି କରୁଛନ୍ତି, ତେଣୁ ସିବିଆଇ ତଦନ୍ତ ହେଲେ ଭଲ ହେବ । ଏତେ ବଡ଼ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ଧରାପଡିଲେ ଭଲ । ଜଣେ ତତ୍କାଳିନ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଥିଲା, କ୍ରାଇମବ୍ରାଞ୍ଚ ତଦନ୍ତ ହେଲେ ଭଲ । କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ହତ୍ୟାକାରୀକୁ ଜେଲ ପଠାଯାଇଛି । ଅଭିଯୁକ୍ତ ଏବେ ଜେଲରେ ଅଛି । ତାଙ୍କ ପରିବାରର ଦାବି ଉଚିତ ଅଛି ।"

  • ସିବିଆଇ ଭଲ ତଦନ୍ତକାରୀ ସଂସ୍ଥା :

ସେ ଆହୁରି ମଧ୍ୟ କହିଛନ୍ତି, "ସରକାର ସିବିଆଇ ତଦନ୍ତ ନିଷ୍ପତ୍ତି ନେଲେ ଭଲ ହେବ । କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ସେମାନେ ସନ୍ଦେହ କରୁନାହାନ୍ତି । କିନ୍ତୁ ବାପାଙ୍କ ହତ୍ୟା ଘଟଣାରେ ସେମାନେ ନିଶ୍ଚିତ ଦୁଃଖୀ ଅଛନ୍ତି । ସର୍ବ ଭାରତୀୟ ସ୍ତରରେ ସିବିଆଇ ହେଉଛି ଗୋଟେ ଭଲ ତଦନ୍ତକାରୀ ସଂସ୍ଥା । ବାପା ହତ୍ୟାକାଣ୍ଡ ପାଇଁ ପରିବାର ଯାହା ବି ହେଲେ ଚାହିଁବେ ମୁଖ୍ୟ ଆସାମୀ କିମ୍ବା ଆଉ କିଏ ଯଦି ରହି ଯାଇଛନ୍ତି ସେମାନେ ଧରା ପଡ଼ନ୍ତୁ । ସେଥିପାଇଁ ସେମାନେ ସିବିଆଇ ତଦନ୍ତ ହେଲେ ଖୁବଶୀଘ୍ର ସେମାନେ ଧରାପଡିବେ ବୋଲି ନବ ଦାସ ଙ୍କ ପରିବାର ଭାବୁଥିବେ । ମୋର ବିଶ୍ୱାସ ଅଛି ସିବିଆଇ ତଦନ୍ତ ହେଲେ ମୁଖ୍ୟ ଆସାମୀ ଧରା ପଡ଼ିବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 16, 2025, 8:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.