ଉତ୍କଳ ବିଶ୍ଵବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବ, ଯୋଗ ଦେଲେ ରାଷ୍ଟ୍ରପତି ଭୁବନେଶ୍ବର: ଆଜି (ମଙ୍ଗଳବାର) ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗୃହ ରାଜ୍ୟ ଗସ୍ତର ଦ୍ବିତୀୟ ଦିନ । ସକାଳେ କେନ୍ଦୁଝର ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସନ୍ଧ୍ୟାରେ ରାଷ୍ଟ୍ରପତି ଉତ୍କଳ ବିଶ୍ବବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି । ଏହି ଉତ୍ସବରେ ୧୬୬ ଜଣ ପିଏଚଡି ଏବଂ ୯୫ ଜଣ ଗୋଲ୍ଡ ମେଡାଲ ଏବଂ ୬ ଜଣଙ୍କୁ ଏଣ୍ଡୋମେଣ୍ଟ ଦିଆଯାଇଛି । ସେହିପରି ୩ ଜଣଙ୍କୁ ରାଷ୍ଟ୍ରପତି ଡକ୍ଟରେଟ ଡିଗ୍ରୀ ପ୍ରଦାନ କରିଛନ୍ତି ।
ଦୀକ୍ଷାନ୍ତ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସନ୍ଧ୍ୟା ୬ଟାରେ ଆରମ୍ଭ ହୋଇଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। କୂଳାଧିପତି ତଥା ରାଜ୍ୟପାଳ ରଘୁବର ଦାସ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରୁଛନ୍ତି । ଉଚ୍ଚ ଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି । ରାଷ୍ଟ୍ରପତି ବିଶ୍ବବିଦ୍ୟାଳୟର ୩ଜଣ ପୁରାତନ ଛାତ୍ରଙ୍କୁ ସମ୍ମାନସୂଚକ ଡକ୍ଟରକେଟ ଉପାଧି ପ୍ରଦାନ କରିଛନ୍ତି । ସେମାନେ ହେଉଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, IMD DG ମୃତ୍ୟଞ୍ଜୟ ମହାପାତ୍ର, ହିଣ୍ଡାଲକୋର ପରିଚାଳନା ନିର୍ଦ୍ଦେଶକ ସତୀଶ ପାଇ ।
ଏହା ବି ପଢନ୍ତୁ- ଆଦିବାସୀ ସଂସ୍କୃତି ଉପରେ ଅଧିକ ଗବେଷଣା ଆବଶ୍ୟକ: ରାଷ୍ଟ୍ରପତି
ଏହା ବି ପଢନ୍ତୁ- କାଲି ରାଷ୍ଟ୍ରପତିଙ୍କ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଗସ୍ତ କାର୍ଯ୍ୟକ୍ରମ, କାରକେଡ୍ ସୁରକ୍ଷାର ହେଲା ରିହରସାଲ
ଗସ୍ତର ପ୍ରଥମ ଦିନରେ ମୟୂରଭଞ୍ଜରର ଅଧିଷ୍ଠାତ୍ରୀ ଦେବୀ ଖିଚିଂସ୍ଥିତ ମା' କୀଚକେଶ୍ବରୀ ମନ୍ଦିରରେ ମା'ଙ୍କ ଦର୍ଶନ କରିଥିଲେ ରାଷ୍ଟ୍ରପତି । ଏହାପରେ ରାଇରଙ୍ଗପୁରରେ କେନ୍ଦ୍ର ସରକାରଙ୍କ ହଲିଡେ ହୋମ୍ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ହଲିଡେ ହୋମର ଭିତ୍ତିପ୍ରସ୍ତର ସ୍ଥାପନ ପରେ ବାଇଦାପୋଷି ସ୍ଥିତ କମ୍ପ୍ଲେକ୍ସ, ରାଇରଙ୍ଗପୁରରୁ ଯଶିପୁର ଦେଇ ଯାଇଥିବା ଜାତୀୟ ରାଜପଥର ଷ୍ଟ୍ରେଚ୍ ମଜଭୁତ ସହ ପ୍ରଶସ୍ତିକରଣ, ରାଇରଙ୍ଗପୁରରେ ୨୨୦ ନଂ ଜାତୀୟ ରାଜପଥ ଉପରେ ଦୁଇ ଲେନ ବିଶିଷ୍ଟ ବାଇପାସ୍ ରୋଡ଼ ନିର୍ମାଣ ଓ ବଡ଼ସାହି ସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଉଦଘାଟନ କରିଥିଲେ ।
ଆସନ୍ତାକାଲିର କାର୍ଯ୍ୟକ୍ରମ:-ଶୁକ୍ରବାର ମ୍ୟାଡାମ ପ୍ରେସିଡେଣ୍ଟ କଟକ ଓ ବ୍ରହ୍ମପୁର ଗସ୍ତ କରିବେ । କଟକର ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଓଡି଼ଶା ଶାଖା ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ଉଦଘାଟନ କରିବେ ରାଷ୍ଟ୍ରପତି । ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମର ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରାଯିବ । ସେହିପରି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୫ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାଷ୍ଟ୍ରପତି ଯୋଗ ଦେବେ ।
ଇଟିଭି ଭାରତ, ଭୁବନେଶ୍ବର