ଓଡିଶା

odisha

ETV Bharat / state

ଶାନ୍ତି ବିନା ପ୍ରଗତି ଅସମ୍ଭବ: ରାଷ୍ଟ୍ରପତି - ଶାନ୍ତି ବିନା ପ୍ରଗତି ଅସମ୍ଭବ

Golden Jubilee celebration of Brahma Kumari: କଟକ ସହରରୁ ୧୯୭୩ ମସିହାରେ ଆରମ୍ଭ ହୋଇଥିବା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ଵବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀରେ ଯୋଗଦେଇ 'ନିଜର ପରିବର୍ତ୍ତନରେ ବିଶ୍ବର ପରିବର୍ତ୍ତନ'ର କାମ ବ୍ରହ୍ମକୁମାରୀ ସଂଗଠନ ଖୁବ ସୁନ୍ଦର ଭାବରେ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି । ଅଧିକ ପଢ଼ନ୍ତୁ

ଶାନ୍ତି ବିନା ପ୍ରଗତି ଅସମ୍ଭବ: ରାଷ୍ଟ୍ରପତି
ଶାନ୍ତି ବିନା ପ୍ରଗତି ଅସମ୍ଭବ: ରାଷ୍ଟ୍ରପତି

By ETV Bharat Odisha Team

Published : Mar 1, 2024, 10:29 PM IST

ଶାନ୍ତି ବିନା ପ୍ରଗତି ଅସମ୍ଭବ: ରାଷ୍ଟ୍ରପତି

କଟକ: ଓଡ଼ିଶାରେ ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ଵବିଦ୍ୟାଳୟର ସେବାକୁ ପୂରିଛି ୫୦ ବର୍ଷ । କଟକ ସହରରୁ ୧୯୭୩ ମସିହାରେ ଆରମ୍ଭ ହୋଇଥିବା ଏହି ସେବାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଆଧ୍ୟାତ୍ମିକ ସେବାର ଆବଶ୍ୟକତା, ପ୍ରସଙ୍ଗିକତା ଓ ମହତ୍ବ ଉପରେ ଆଲୋକପାତ କରିଛନ୍ତି । ଓଡ଼ିଶାରେ ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ୫୦ ବର୍ଷର ସେବା, ସମାଜକୁ ସଶକ୍ତ, 'ନିଜର ପରିବର୍ତ୍ତନରେ ବିଶ୍ବର ପରିବର୍ତ୍ତନ'ର କାମ ବ୍ରହ୍ମକୁମାରୀ ସଂଗଠନ ଖୁବ ସୁନ୍ଦର ଭାବରେ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି । ସବୁ ପ୍ରକାର ଅଶାନ୍ତ ବାତାବରଣ ଭିତରେ ନିଜକୁ କିଭଳି ଶାନ୍ତ କରି ରଖିହେବ, ସେହି ଜ୍ଞାନ ବ୍ରହ୍ମକୁମାରୀ ତରଫରୁ ସେବା ମାଧ୍ୟମରେ ସୁନ୍ଦର ଭାବେ କରାଯାଉଛି ବୋଲି କହିଛନ୍ତି ରାଷ୍ଟ୍ରପତି ।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, "ରାଜ ଯୋଗ ମାଧ୍ୟମରେ ମଣିଷ ନିଜର ଆତ୍ମାକୁ ସଶକ୍ତ କରି ପାରିବ ଓ ଆଜିକାର ଅଶାନ୍ତ ବାତାବରଣ ଭିତରେ ଆତ୍ମା ସଶକ୍ତ ହେଲେ ହିଁ ଏକ ଶାନ୍ତିପୂର୍ଣ୍ଣ ସମାଜ ଗଠନ ହୋଇପାରିବ । ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ରାଜ୍ୟରେ ଅବିରତ ଭାବରେ ଏହି ସେବା ହିଁ କରାଯାଉଛି । ବ୍ୟକ୍ତି ଚରିତ୍ର ପରିବର୍ତ୍ତନ କାମ ବ୍ରହ୍ମକୁମାରୀ ସଂଗଠନ ବେଶ ପ୍ରଭାବଶାଳୀ ଢଙ୍ଗରେ କରିଛି । ଆଉ ଏହି ବ୍ୟକ୍ତି ଚରିତ୍ର ପରିବର୍ତ୍ତନ ହେଲେ, ସମାଜରେ, ରାଜ୍ୟରେ, ଦେଶରେ ଓ ବିଶ୍ବରେ ବ୍ୟାପକ ପରିବର୍ତ୍ତନ ସମ୍ଭବ ।" ରାଜ ଯୋଗ ଦ୍ବାରା ମାନସିକ ଶାନ୍ତି ଆଣି ସାମାଜିକ ଓ ଅର୍ଥନୈତିକ ଉନ୍ନତିକୁ ଚରିତାର୍ଥ କରିବା ବ୍ରହ୍ମକୁମାରୀର ଆତ୍ମଜ୍ଞାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରାଷ୍ଟ୍ରପତି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ଯୋଗଦେଲେ ରାଷ୍ଟ୍ରପତି ମୁର୍ମୁ

ବ୍ରହ୍ମକୁମାରୀର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ରଘୁବର ଦାସ, କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇ ବ୍ରହ୍ମକୁମାରୀ ସେବାରେ ନାରୀମାନଙ୍କୁ ଅଗ୍ରାଧିକାର ଦେବା ପ୍ରସଙ୍ଗ ଉପରେ ଆଲୋକପାତ କରିଛନ୍ତି । ଯେଉଁ ସମୟରେ ନାରୀ ମାନଙ୍କର କୌଣସି ପ୍ରକାର ସମ୍ମାନ ବା ଅଧିକାର ନଥିଲା, ସେ ସମୟରେ ପ୍ରଜାପିତା ବ୍ରହ୍ମା ଈଶ୍ବରୀୟ ସେବା ଆରମ୍ଭ କରି, ସେବାର ସମ୍ପୂର୍ଣ୍ଣ ଦାୟିତ୍ବ ନାରୀ ମାନଙ୍କ ହାତରେ ଅର୍ପଣ କରିଥିଲେ । ଆଜି ବି ନାରୀ ମାନଙ୍କୁ ସଶକ୍ତ କରି ଆଗକୁ ବଢାଇବାର ଏହି ପଦକ୍ଷେପର ପ୍ରାସଙ୍ଗିକତା ଯଥେଷ୍ଟ ରହିଛି ବୋଲି ରାଜ୍ୟପାଳ ଓ କୃଷିମନ୍ତ୍ରୀ ନିଜ ଅଭିଭାଷଣରେ ପ୍ରକାଶ କରିଛନ୍ତି । ଆଜିର ଏହି ସୁନ୍ଦର ସମାବେଶ ବ୍ରହ୍ମକୁମାରୀ ସେବାକୁ ଆଗକୁ ବଢିବାକୁ ଆହୁରି ଉତ୍ସାହ ଦେବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

ବ୍ରହ୍ମା କୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ସେବା ୧୯୩୭ ମସିହାରେ ଆରମ୍ଭ ହୋଇଥିବା ବେଳେ, ରାଜ୍ୟରେ ଏହି ସେବା ୧୯୭୩ ମସିହାରେ ରାଜଯୋଗିନୀ ବ୍ରହ୍ମକୁମାରୀ କମଲେସ୍‌ ଦିଦିଙ୍କ ଦ୍ବାରା ଆରମ୍ଭ କରାଯାଇଥିଲା । ତେବେ ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ଏହି କାର୍ଯ୍ୟକ୍ରମ ଆଗାମୀ ୨ ଦିନ ଧରି ଚାଲିବ । ଫୁଲନଖରା ନିକଟ ଓମ୍ଫେଡ୍‌ ପଡିଆରେ ଆସନ୍ତାକାଲି ୪୭ ଜଣ ବ୍ରହ୍ମକୁମାରୀ ଭଉଣୀ ଈଶ୍ବରୀୟ ସେବାରେ ସମର୍ପିତ ହେବାର କାର୍ଯ୍ୟକ୍ରମ ରହିଛି । ସମର୍ପିତ ଭଉଣୀ ମାନେ ଆଜୀବନ ବ୍ରାହ୍ମଚାରିଣୀ ରହି ଈଶ୍ବରୀୟ ସେବାରେ ନିୟୋଜିତ ହେବେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details