President Draupadi Murmu Odisha Visit, ଭୁବନେଶ୍ବର: ଆଜି ଠାରୁ 5 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଗସ୍ତରେ ସେ ରାଜଧାନୀ ଭୁବନେଶ୍ୱର, ପୁରୀ ଓ ମୟୂରଭଞ୍ଜରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । 4 ତାରିଖରେ ପୁରୀରେ ଆୟୋଜିତ ନୌସେନା ଦିବସ (Navy Day-2024) ରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି । ଏହାସହ ଭୁବନେଶ୍ୱରରେ କୋର୍ଟ କମ୍ପ୍ଲେକ୍ସର ଉଦଘାଟନରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ରାଷ୍ଟ୍ରପତିଙ୍କ ତିନିଦିନିଆ ଗସ୍ତର କାର୍ଯ୍ୟସୂଚୀ ମଧ୍ୟ ଚୂଡାନ୍ତ ହୋଇଛି । ସେହି ଆଧାରରେ ପ୍ରୋଟୋକଲ ଅନୁସାରେ, ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
- ରାଷ୍ଟ୍ରପତିଙ୍କ ଗସ୍ତର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ :
ନିର୍ଦ୍ଧାରିତ ସମୟ ଅନୁସାରେ, ଆଜି ଅପରାହ୍ନ ୨.୩୦ ରେ ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରୁ ବାହାରିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପରେ ଦିଲ୍ଲୀ ଅପରାହ୍ନ ଏୟାରପୋର୍ଟରୁ ବାୟୁସେନାର ସ୍ବତନ୍ତ୍ର ବିମାନଯୋଗେ ଆସି ଅପରାହ୍ନ ୫ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ପରେ ବିମାନ ବନ୍ଦରରୁ ସିଧାସଳଖ କାରକେଡ ଯୋଗେ ୫.୩୦ମିନଟରେ ଚନ୍ଦ୍ରଶେଖରପୁର ନିଳାଦ୍ରୀ ବିହାରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ଏକ ସାଧାରଣ ସଭାରେ ଯୋଗଦେବେ । ସେଠାରୁ ୬.୨୫ରେ ରାଜଭବନରେ ପହଞ୍ଚି ରାତ୍ରିଯାପନ କରିବେ । ପରଦିନ ଅର୍ତାତ ୪ ତାରିଖ ସକାଳ ୯ଟାରେ ରାଜଭବନରୁ ବାହାରି ୯.୨୦ ରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚି ସେଠାରୁ ସ୍ବତନ୍ତଚ୍ର ବିମାନ ଯୋଗେ ୯.୫୫ରେ ପୁରୀ ତାଳବଣିଆ ହେଲିପ୍ୟାଡ ପଡିଆରେରେ ପହଞ୍ଚିବେ । ୧୦.୦୫ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ଶ୍ରୀମନ୍ଦିରରୁ ବାହାରି ୧୦.୫୦ରେ ଗୋପବନ୍ଧୁ ଆର୍ୟୁବୈଦିକ ମହାବିଦ୍ୟାଳୟରେ ପହଞ୍ଚି ୭୫ ତମ ବାର୍ଷିକୀ ଉତ୍ସବରେ ଯୋଗଦେବେ ।
- ନୌସେନା ଦିବସରେ ଯୋଗଦେବେ ରାଷ୍ଟ୍ରପତି :
ପରେ ମଧ୍ୟହ୍ନ ୧୨.୧୦ରେ ରାଜଭବନରେ ପହଞ୍ଚି ସେଠାରେ ମଧ୍ୟାହ୍ନ ଭୋଜନ ସହ ବିଶ୍ରାମ ନେବ । ପରେ ୩.୫୫ରେ ନୌସେନା ଦିବସରେ ଯୋଗ ଦେବା ପାଇଁ ବାହାରିବେ । ଏନେଇ ପୁରୀ ରାଜଭବନ ପରିସରରେ ଗାର୍ଡ ଅଫ ଅନର ସହ ସେଠାରୁ ସେ ୨୦୦ ମିଟର ପର୍ଯ୍ୟନ୍ତ ଚାଲିଚାଲି ବ୍ଲୁ ଫ୍ଲାଗ ବିଚରେ ହେଉଥିବା ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ୪୦.୦୫ରେ ନୌସେନା ଦିବସ କାର୍ଯ୍ୟକ୍ରମରେ ନୌସେନାର ଚିତ୍ତାକର୍ଷକ କୋଶଳ ପ୍ରଦର୍ଶନ ଓ ବିଭିନ୍ନ ପ୍ରତିରକ୍ଷାରେ ବ୍ୟବହୃତ ଯୁଦ୍ଧ ସାମଗ୍ରୀର ପ୍ରଦର୍ଶନ ଦେଖିବେ । ୦୫.୪୫ରେ କାର୍ଯକ୍ରମ ସାରି ୦୫.୫୫ରେ ପୁରୀ ରାଜଭବନକୁ ଫେରି ରାତ୍ରିଯାପନ କରିବେ । ପରେ ୫ ତାରିଖ ଦିନ ୦୯.୫୫ରେ ପୁରୀ ତାଳବଣିଆ ହେଲିପ୍ୟାଡରୁ ବାହାରି ୧୦.୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ଯାଇ ୧୦.୫୫ରେ ଓୟୁଏଟି କ୍ୟାମ୍ପସରେ ୪୦ତମ ସମାବର୍ତନ ଉତ୍ସବ ସମାରୋହରେ ଯୋଗଦେବେ । ପରେ ମଧ୍ୟାହ୍ନ ୧୨ଟାରେ ରାଜଭବନ ଫେରି ସେଠାରେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ ସାରି ଅପରାହ୍ନ ୫ଟାରେ ରାଜଭବନରୁ ବାହାରି ୫.୨୦ରେ କଳ୍ପନା ସ୍ଥିତ ଭୁବନେଶ୍ୱର କୋର୍ଟର ଜୁଡିସିଆଲ କମ୍ପ୍ଲେକ୍ସର ଉଦଘାଟନ କରିବେ । ଏଥି ସହ ସେଠାରେ ଏକ ସାଧାରଣ ସଭାରେ ଯୋଗଦାନ କରି ୬.୩୦ରେ ରାଜଭବନରେ ପହଁଚି ରାତ୍ରି ଯାପନ କରିବେ । ପରେ ୬ ତାରିଖରେ ସକାଳ ୦୯.୦୫ରେ ରାଜଭବନରୁ ବାହାରି ଏଜି ଛକ ସ୍ଥିତ ବି.ଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବେ । ୦୯.୧୫ ପର୍ଯ୍ୟନ୍ତ ସେଠାରେ ମହାପର୍ବ ନିର୍ବାଣ ଦିବସରେ ଯୋଗଦେବା । ପରେ ୦୯.୨୫ ସୁଦ୍ଧା ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚି ସେଠାରୁ କଲିକତା ବିମାନ ବନ୍ଦର ଅଭିମୁଖେ ଗସ୍ତ କରିବେ ।
ଏହା ମଧ୍ୟ ପଢ଼ନ୍ତୁ...ରାଷ୍ଟ୍ରପତିଙ୍କ ଦର୍ଶନ ପାଇଁ ଛତିଶା ନିଯୋଗ ବୈଠକ, 8 ଟା 45ରୁ ସାଧାରଣ ଦର୍ଶନ ବନ୍ଦ |