ଓଡିଶା

odisha

ETV Bharat / state

ଇସ୍କନରେ ରଥଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ୩ ଟାରେ ରଥଟଣା - Ratha Yatra at Iskcon Temple - RATHA YATRA AT ISKCON TEMPLE

Ratha Yatra Preparations at Iskcon Temple: ଆସନ୍ତାକାଲି ରଥାରୁଢ଼ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥ, ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ସୁଦର୍ଶନଙ୍କ ସହିତ ଶ୍ରୀମନ୍ଦିରରୁ ବାହାରି ଜନ୍ମବେଦୀକୁ ଯିବେ । ଏଥି ପାଇଁ ଭୁବନେଶ୍ବରର ଇସ୍କନରେ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅଧିକ ପଢ଼ନ୍ତୁ

Ratha Yatra Preparation
Ratha Yatra Preparation (ETV Bharat Odisha)

By ETV Bharat Odisha Team

Published : Jul 6, 2024, 9:37 PM IST

ଭୁବନେଶ୍ୱର:ରାତି ପାହିଲେ ଅନୁଷ୍ଠିତ ହେବାକୁ ଯାଉଛି ଜଗତର ନାଥ ଜଗନ୍ନାଥଙ୍କର ପ୍ରସିଦ୍ଧ ଘୋଷଯାତ୍ରା । ବଡ଼ ଭାଇ ବଳଭଦ୍ର ଆଉ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି କାଳିଆ ସାଆଁନ୍ତ ରତ୍ନବେଦୀ ଛାଡ଼ି ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶନ ଦେବେ । ତେବେ ଚଳିତ ବର୍ଷ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଏବଂ ରଥଯାତ୍ରା ଗୋଟିଏ ଦିନରେ ପଡ଼ୁଥିବାରୁ ନୀତିରେ ପରିବର୍ତ୍ତନ ଦେଖିବାକୁ ମିଳିବ । ତେବେ ଅନ୍ୟପଟେ ଭୁବନେଶ୍ବର ସ୍ଥିତ ଇସ୍କନ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଦିନ ୩ ଟାରେ ଟଣା ଯିବ ବୋଲି ସୂଚନା ମିଳିଛି ।

Ratha Yatra Preparation (ETV Bharat Odisha)

ଆସନ୍ତାକାଲି ଜଗନ୍ନାଥ ବଳଭଦ୍ର ଓ ମାତା ସୁଭଦ୍ରା ରଥାରୁଢ଼ ହୋଇ ଇସ୍କନରୁ ବାହାରି ସିଆରପି ସ୍ଥିତ ମାଉସୀ ମା’ ମନ୍ଦିରକୁ ଯାତ୍ରା କରିବେ । ଇସ୍କନରେ ଏହି ପବିତ୍ର ରଥଯାତ୍ରା ପାଇଁ ରଥ କାମ ଶେଷ ପର୍ଯ୍ୟାୟରେ ଥିବା ବେଳେ ରାତି ମଧ୍ୟରେ ଏହା ଶେଷ ହେବ । ପରେ ଆସନ୍ତାକାଲି ଅର୍ଥାତ ମହାପ୍ରଭୁଙ୍କ ମଙ୍ଗଳ ଆଳତୀରୁ ନୀତିକାନ୍ତି ଆରମ୍ଭ ହୋଇ ସମସ୍ତ ନୀତିକାନ୍ତ ସାରିବା ପରେ ଦିନ ୧୨ରେ ଆରମ୍ଭ ହେବ ଚତୁର୍ଦ୍ଧାମୁରତିଙ୍କ ପହଣ୍ଡି ବିଜେ । ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ସହ ସୁଦର୍ଶନ ପହଣ୍ଡି କରି ରଥାରୁଢ଼ ହେବା ପରେ ଦିନ ୨ ଟାରେ ଛେରା ପହଁରା ନୀତି କରାଯିବ । ଛେରାପହଁରା ପରେ ଦିନ ୩ଟାରେ ରଥ ଟଣା ହେବ ବୋଲି କହିଛି ଇସ୍କନ ମନ୍ଦିର ପ୍ରଶାସନ । ସମସ୍ତେ ମିଳିମିଶି ସମସ୍ତ ରଥ ଟାଣୁଥିବା ବେଳେ ସୁଭଦ୍ରାଙ୍କ ରଥ କେବଳ ମହିଳାମାନେ ଟାଣିଥାନ୍ତି ।

ତେବେ ଇସ୍କନ ରଥଯାତ୍ରାରେ ମୁଖ୍ୟ ଅତିଥି ଭାବେ ପୋଲିସ କମିଶନର ଯୋଗ ଦେବା ସହ ବିଏମସି ମେୟର ସୁଲୋଚନା ଦାସ ଯୋଗ ଦେଇ ସୁଭଦ୍ରାଙ୍କ ରଥ ଟାଣିବେ । ତେବେ ରଥ ଟଣାକୁ ନେଇ ସମସ୍ତ ବ୍ୟବସ୍ଥା ମନ୍ଦିର ପକ୍ଷରୁ ହୋଇଥିବା ବେଳେ ସମସ୍ତ ବିଭାଗ ସହ ଭୁବନେଶ୍ୱର ମହାମହାନଗର ନିଗମ ଓ କମିକମିସନରେଟ ପୋଲିସର ବଡ ଦାୟିତ୍ୱ ରହିଛି । ତେବେ ଶୃଙ୍ଖଳିତ ଦର୍ଶନ ପାଇଁ ବିଏମସି ପକ୍ଷରୁ ସମସ୍ତ ସହାୟତା ଦିଆଯିବ ବୋଲି ମେୟର ପ୍ରତିଶୃତି ଦେଇଥିବା ବେଳେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଆସନ୍ତାକାଲି ପୋଲିସ ମୁତୟନ କମ ସଂଖ୍ୟକ ରହିଥିବା ବେଳେ ମନ୍ଦିର ପକ୍ଷରୁ ୧୫୦ ସ୍ବେଚ୍ଛାସେବୀ ନିୟୋଜିତ ହୋଇଥିବା ମନ୍ଦିର ପକ୍ଷରୁ କୁହାଯାଇଛି । ଭକ୍ତ ଭଗବାନଙ୍କର ଏହି ଆପୂର୍ବ ମିଳନର ପର୍ବରେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତଙ୍କ ସମାଗମ ହେବାକୁ ଥିବା ବେଳେ ଶୃଙ୍ଖଳିତ ରଥଯାତ୍ରା ସମ୍ପନକୁ ନେଇ ବିଏମ୍ସି ଓ ପୋଲିସ ସହାୟତା ଲୋଡିଛି ଇସ୍କନ ମନ୍ଦିର ପ୍ରଶାସନ ।

ଏହା ମଧ୍ୟ ପଢ଼ନ୍ତୁ.. ଲୀଳାମୟ ନିଳାଦ୍ରୀନାଥଙ୍କ ପହଣ୍ଡି ବିଜେ; ବର୍ଷକୁ ୩ ଥର ହୁଏ ନୀତି, ଜାଣନ୍ତୁ ଏହାର ମାହାତ୍ମ୍ୟ - Pahandi Bije ritual

ଅନ୍ୟପଟେ ଯେଉଁ ଭକ୍ତ ଅତ୍ୟଧିକ ଭିଡକୁ ନେଇ ପୁରୀ ଯାଇ ପାରୁନାହାନ୍ତି ସେମାନେ ଇସ୍କନର ଏହି ଦ୍ୱିତୀୟ ବଡ ରଥଯାତ୍ରା ଦେଖିବାକୁ ବେଶ ବ୍ୟଗ୍ର ଥିବା ବେଳେ ପ୍ରତିକ୍ଷାର ସହ ଚାହିଁ ବସିଥିବା କହିଛନ୍ତି । ଅନ୍ୟପଟେ ବର୍ଷାଦିନ ହୋଇଥିବା ବେଳେ ଅସରାଏ ବର୍ଷରେ ଜଳମଗ୍ନ ହେଉଥିବା ଇସ୍କନରେ ରହିଛି ବର୍ଷା ଡର । କାରଣ ବର୍ଷା ପରେ ଏଠାରେ ଜଳ ନିଷ୍କାସନ କରିବା ବିଏମସି ପାଇଁ ଏକ କାଠିକର ପାଠ ହୋଇଥିବା ବେଳେ ପମ୍ପସେଟ ଓ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସହ ବିଭିନ୍ନ ଅଧିକାରୀଙ୍କୁ ବିଏମସି ମୁତୟନ କରିଛି ବୋଲି କହିଛି ମନ୍ଦିର ପ୍ରଶାସନ। ତେଣୁ ବର୍ଷାର ଆଶଙ୍କା ଥିବାରୁ ସମସ୍ତଙ୍କ ସହଯୋଗରେ ରଥ ଟଣା ସୁରୁଖୁରୁରେ କରିବା ପାଇଁ ସହଯୋଗ ଲୋଡିଛି ପ୍ରଶାସନ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details