ଓଡିଶା

odisha

ETV Bharat / state

ଦୂର୍ଗାପୂଜାରେ ଝଲସିବ ଝାରସୁଗୁଡ଼ା, ଶୋଭା ପାଇବ ଆଖି ଲାଖିଯିବା ପରି ତୋରଣ

ଦୁର୍ଗାପୂଜା ପାଇଁ ଜୋରଦାର ପ୍ରସ୍ତୁତି । ଚାଲିଛି ଭଳିକି ଭଳି ତୋରଣ ନିର୍ମାଣ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିବେ ଦର୍ଶକ ।

By ETV Bharat Odisha Team

Published : 4 hours ago

Durga Puja 2024 In Jharsuguda
Durga Puja 2024 In Jharsuguda (ETV Bharat Odisha)

ଝାରସୁଗୁଡ଼ା: ଶରତର ଶାରଦୀୟ ଦୁର୍ଗାପୂଜାରେ ଧରାବତରଣ କରିବେ ଜଗତ ଜନନୀ ମା' ଦୁର୍ଗା । ମାଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଧରାପୃଷ୍ଠ । ଚାରିଆଡ଼େ ମା'ଙ୍କୁ ସ୍ବାଗତ କରିବା ପାଇଁ ସାଜସଜ୍ଜା ଚାଲିଛି । ଏହି ଅବସରରେ ଝାରସୁଗୁଡାରେ ମଧ୍ୟ ପୂଜା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । କେଉଁଠି ଭଳିକି ଭଳି ତୋରଣ ତ ଆଉ କେଉଁଠି ମୂର୍ତ୍ତି କାରୁକାର୍ଯ୍ୟ ଦେଖିବାକୁ ମିଳିବ । ଅନ୍ୟପକ୍ଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ପାଇବେ ଶ୍ରଦ୍ଧାଳୁ।

ଆଖି ଝଲସିଲା ଭଳି ତୋରଣ:

Durga Puja 2024 In Jharsuguda (ETV Bharat Odisha)

ଆସୁଛି ଦୁର୍ଗାପୂଜା । ଝାରସୁଗୁଡା ସହରରେ ଥିବା ମା'ଙ୍କ ମନ୍ଦିରରେ ନବରାତ୍ରୀ ପୂଜା ଚାଲୁଥିବା ବେଳେ ପୂଜା ମଣ୍ଡପମାନଙ୍କରେ ସୁନ୍ଦର ସୁନ୍ଦର ତୋରଣ ଓ ମୂର୍ତ୍ତି ତିଆରି ପାଇଁ କାରୀଗରମାନେ ଦିନରାତି ଲାଗିପଡିଛନ୍ତି । ଝାରସୁଗୁଡା ସହରର ମଙ୍ଗଳବଜାର, ସରବାହାଲ ଓ ଝଣ୍ଡାଛକ ପୂଜା ସ୍ଥାନୀୟ ଲୋକଙ୍କ ସହିତ ଝାରସୁଗୁଡା ସହର ଆଖପାଖ ଅଞ୍ଚଳ ଓ ପଡୋଶୀ ଜିଲ୍ଲାର ଲୋକଙ୍କୁ ଆକର୍ଷିତ କରିଥାଏ । ଏହି ସମସ୍ତ ପୂଜା, ଷଷ୍ଠୀ ଠାରୁ ହିଁ ମଣ୍ଡପମାନଙ୍କରେ ପୂଜା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ । ଝାରସୁଗୁଡା ଏବଂ ଝାରସୁଗୁଡା ଜିଲ୍ଲାର ପଡ଼ୋଶୀ ଜିଲ୍ଲାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ । ଏହାକୁ ନେଇ ଭଳିକି ଭଳି ତୋରଣ ଏବଂ ମୂର୍ତ୍ତି ତିଆରି ଉପରେ ପୂଜା କମିଟିମାନେ ବିଶେଷ ଧ୍ୟାନ ଦେଇଥାନ୍ତି ଏବଂ ରାତିରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥାଏ । ପଶ୍ଚିମବଙ୍ଗରୁ ତୋରଣ କାରିଗରମାନେ ଆସିଥିବା ବେଳେ ମୂର୍ତ୍ତି ତିଆରି ପାଇଁ ବାଲେଶ୍ଵରରୁ କାରିଗର ଆସିଛନ୍ତି ।

Durga Puja 2024 (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ନବରାତ୍ରୀ ପାଇଁ ଉତ୍ସବ ମୁଖର ବୌଦ୍ଧ, ଆଲୋକ ମାଳାରେ ଝଲସୁଛି ପୂଜା ମଣ୍ଡପ - Durga Puja 2024

ଏହା ମଧ୍ୟ ପଢ଼ନ୍ତୁ...ମା' ବିରଜାଙ୍କ ରଥଯାତ୍ରା ଆରମ୍ଭ, ଛୁଟୁଛି ଭକ୍ତଙ୍କ ସୁଅ

ଏହା ମଧ୍ୟ ପଢ଼ନ୍ତୁ...ମନ୍ତ୍ରଧ୍ବନିରେ ପ୍ରକମ୍ପିତ କାକଟପୁର ମଙ୍ଗଳା ପୀଠ, ମା’ଙ୍କ ଆବିର୍ଭାବକୁ ନେଇ ରହିଛି ଏମିତି କିମ୍ବଦନ୍ତୀ

କାଳ୍ପନିକ ଢଙ୍ଗରେ ତୋରଣ ନିର୍ମାଣ:

Durga Puja 2024 (ETV Bharat Odisha)

ଏନେଇ ସରବାହାଲ ପୂଜା କମିଟି ସଭାପତି ରାଜୁ ପାଣିଗ୍ରାହୀ କହିଛନ୍ତି "ଭୁବନେଶ୍ୱର ସ୍ଥିତ ରାମ ମନ୍ଦିରକୁ ଅନୁକରଣ କରି ଏଥର ତୋରଣ ନିର୍ମାଣ କାର୍ଯ୍ୟ ଚାଲିଛି । ଯାହା ଲୋକଙ୍କୁ ବେସ ଆକର୍ଷିତ କରିବ ।" ମୂର୍ତ୍ତି କାରିଗର ଗୌତମ ପ୍ରଧାନ କହିଛନ୍ତି, ଖୁବ ଆକର୍ଷଣୀୟ ଭାବରେ ମୂର୍ତ୍ତିକୁ ତିଆରି କରାଯାଉଛି । ଯାହା ରାତିରେ ଚମକିବ ଏବଂ ଲୋକଙ୍କୁ ଆକର୍ଷିତ କରିବ ।" ସେହିପରି ତୋରଣ କାରିଗର ଅଂଶୁମନ ପାଲ କହିଛନ୍ତି "ବାଉଁଶରେ ନିର୍ମିତ ହେଉଛି ଏହି ତୋରଣ । ଏଥର କାଳ୍ପନିକ ଢଙ୍ଗରେ ତୋରଣ ନିର୍ମାଣ କାର୍ଯ୍ୟ କରିଛି । ଦର୍ଶକଙ୍କୁ ବେସ ଟାଣି ଆଣିବ ।" ଟାଉନ ଦୂର୍ଗାପୂଜା କମିଟି ସମ୍ପାଦକ ସିଦ୍ଧାର୍ଥ ସରକାର କହିଛନ୍ତି, "ଏଥର ୭୫ତମ ବର୍ଷରେ ଟାଉନ ଦୂର୍ଗାପୂଜା ତାର ପ୍ଲାଟିନମ ଜୁବଲି ପାଳନ କରିବାକୁ ଯାଉଛି । ସୁନ୍ଦର ତୋରଣ ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ରହିଛି ।"

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details