ଓଡିଶା

odisha

ETV Bharat / state

୧୬ ରେ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ୪ ଚକର କାର୍ଯ୍ୟ ଶେଷ, ନିର୍ମାଣରେ ଲାଗିଛନ୍ତି ସେବାୟତ - Rukuna Rath Yatra

Rukuna Rath Yatra Preparation: ରୁକୁଣା ରଥଯାତ୍ରାକୁ ଆଉ ମାତ୍ର ୮ ଦିନ ବାକି ରହିଛି । ତେଣୁ ଅହରହ ରଥ ନିର୍ମାମ କାର୍ଯ୍ୟ କରିଚାଲିଛନ୍ତି ମହାରଣା ସେବାୟତ । ଅଧିକ ପଢନ୍ତୁ

Rukuna Rath Yatra
Rukuna Rath Yatra

By ETV Bharat Odisha Team

Published : Apr 7, 2024, 5:44 PM IST

Rukuna Rath Yatra

ଭୁବନେଶ୍ବର:ଆସନ୍ତା ୧୬ ତାରିଖ (ମଙ୍ଗଳବାର) ଦିନ ଅନୁଷ୍ଠିତ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ଅଶୋକାଷ୍ଟମୀ ବା ରୁକୁଣା ରଥଯାତ୍ରା । ଏହାକୁ ନେଇ ଚଳଚଞ୍ଜଳ ହେଲାଣି ଏକାମ୍ର କ୍ଷେତ୍ର ଓ ରଥଖଳା । ରୁକୁଣା ରଥଯାତ୍ରାକୁ ଆଉ ମାତ୍ର ୮ ଦିନ ବାକି ଥିବାବେଳେ ମହାପ୍ରଭୁ ଲିଙ୍ଗରାଜଙ୍କ ରଥ ନିର୍ମାଣରେ ଲାଗିପଡିଛନ୍ତି କାରିଗର । ରଥ ନିର୍ମାଣରେ ଦିନରାତି ଅହରହ କାର୍ଯ୍ୟ କରିଚାଲିଛନ୍ତି ମହାରଣା ସେବାୟତ । କାର୍ଯ୍ୟରେ ଲାଗିଛନ୍ତି ବେହେରା, କମାର ଓ ମହାରଣା ସେବାୟତଙ୍କ ସମେତ ୬୫ ଜଣ ସେବାୟତ । ନେତ୍ର ଉତ୍ସବ ପୂର୍ବରୁ ରଥ ନିର୍ମାଣ ଶେଷ ହେବାର ବିଧି ରହିଛି ।

ଏନେଇ ସେବାୟତ କହିଛନ୍ତି, "ଏଥର ଭଲ କାର୍ଯ୍ୟ ହେଉଛି କେଉଁଥିରେ ବି ଅବହେଳା ହେଉନାହିଁ। ତେଣୁ ଠିକ ସମୟର ରଥ ପ୍ରସ୍ତୁତି ଶେଷ ହେବ ଆଉ ୧୪ରେ ଆମେ ରଥ ପ୍ରଶାସନକୁ ହସ୍ତାନ୍ତର କରିବୁ ।" ତେବେ ରଥ ଅନୁକୂଳ ପୂଜା ପରେ ନିର୍ମାଣ କାର୍ଯ୍ୟ ଜୋରଦାର ଚାଲିଥିବାବେଳେ ରଥର ୪ ଚକ କାର୍ଯ୍ୟ ଶେଷ ହୋଇ ଆଜି ଚକ ପୂଜା ଶେଷ ହୋଇଛି । ଚକ ପରେ ଅଖଠୁ ଆରମ୍ଭ କରି ଦଧି ନଉତି ଯାଏଁ ରଥର ଅନେକ ଅଂଶ ନିର୍ମାଣ କରାଯାଉଛି । ଏହାକୁ ନେଇ ନିହାଣ ଓ ହାତୁଡିର ସ୍ୱରର କୋଳାହଳରେ ଭକ୍ତିମୟ ହୋଇଛି ପୁରା ପରିବେଶ । ମହାରଣା ସେବାୟତମାନେ ବି ପ୍ରଭୁଙ୍କର ଏହି ପବିତ୍ର କାର୍ଯ୍ୟରେ ସାମିଲ ହୋଇ ପରମାନଦ ଲାଭ କରିଛନ୍ତି ।

ଅନ୍ୟପଟେ ରୁକୁଣା ରଥଯାତ୍ରାକୁ ନେଇ ତୃତୀୟ ପର୍ଯ୍ୟାୟ ବୈଠକ ଶେଷ ହୋଇଛି । ଲିଙ୍ଗରାଜଙ୍କ ପାଳିଆ ସେବାୟତଙ୍କୁ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ସଠିକ ସମୟରେ ଓ ଶାନ୍ତି ଶୃଙ୍ଖଳାରେ କିଭଳି ରଥଯାତ୍ରା ସମାପନ ହେବ ସେନେଇ ବୈଠକରେ ହୋଇଛି ଆଲୋଚନା । ସେବାୟତଙ୍କ ବିଭିନ୍ନ ପ୍ରସ୍ତାବ ଓ ପ୍ରସଙ୍ଗ ନେଇ ଆଲୋଚନା ଶେଷ ହୋଇଥିବାବେଳେ ସମସ୍ତ ସେବାୟତ ମିଳିମିଶି ସୁରୁଖୁରରେ ରଥଯାତ୍ରା ସମାପନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସେବାୟତ । ସେପଟେ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କ ପ୍ରସ୍ତାବ ଶୁଣିବା ସହ ସମନ୍ଵୟ ରକ୍ଷା କରି ରଥଯାତ୍ରା କରାଯିବ ବୋଲି କହିଛନ୍ତି।

ଏହା ମଧ୍ୟ ପଢନ୍ତୁ...ଏପ୍ରିଲ ୧୬ରେ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା, ପ୍ରସ୍ତୁତି ନେଇ ପ୍ରଥମ ପର୍ଯ୍ୟାୟ ବୈଠକ ଶେଷ - Lingaraj Rukuna Ratha Yatra 2024


ସୂଚନା ଅନୁସାରେ, ଗତ ୨୨ ତାରିଖରେ ବଲ୍ଲଭ ଧୂପ ପରେ ରଥ ଅନୁକୂଳ କରାଯାଇଛି । ରଥ ନିର୍ମାଣ କାର୍ଯ୍ୟ ଆସନ୍ତା ଏପ୍ରିଲ ୧୪ ତାରିଖ ଦିନ ସମ୍ପୂର୍ଣ୍ଣ କରାଯାଇ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବା ପାଇଁ ମହାରଣା ସେବାୟତମାନେ ସହମତି ପ୍ରଦାନ କରିଛନ୍ତି । ୧୫ ତାରିଖ ଦିନ ରଥ ପ୍ରତିଷ୍ଠା ନିର୍ଦ୍ଧାରିତ ସମୟରେ ଶେଷ ହେବ । ୧୬ ତାରିଖ ଦିନ ସେବା ନୀତି ସରିବା ପରେ ରଥ ଉପରେ ଆବଶ୍ୟକୀୟ ପୂଜା କରି ନିର୍ଦ୍ଧାରିତ ସମୟରେ ସରିବା ପରେ ରଥ ଟଣା ହୋଇପାରିବ । ଭିଡକୁ ଦୃଷ୍ଟିରେ ରଖି ଅଶୋକାଷ୍ଟମୀ ଦିନ ଭୋର ୫ଟାରୁ ମଙ୍ଗଳ ଆଳତୀ ଓ ଅବକାଶ ପରେ ସାହାଣମେଲା ଦର୍ଶନ ବ୍ୟବସ୍ଥା କରାଯିବ । ଶାନ୍ତି ଶୃଙ୍ଖଳାରେ ପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରା ପରିଚାଳନା ପାଇଁ ବିଭିନ୍ନ ସରକାରୀ ବିଭାଗ ସହ ଆଲୋଚନା କରି ଦାୟିତ୍ବ ବଣ୍ଟନ କରାଯାଇଛି । ଆସନ୍ତା ୧୬ ତାରିଖ ଦିନ ମହାପ୍ରଭୁଙ୍କ ରଥଯାତ୍ରା ହେବାକୁ ଥିବାବେବେଳେ ବାହୁଡା ରଥଯାତ୍ରା ଏପ୍ରିଲ ୨୦ ତାରିଖ (ଶନିବାର) ଦିନ ଅନୁଷ୍ଠିତ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details