ଓଡିଶା

odisha

ETV Bharat / state

ବିଶ୍ୱ ଦେଖିଲା ଓଡ଼ିଆ କଳା ଓ ସଂସ୍କୃତିର ଝଲକ, ବାହାରିନରେ ଅନ୍ତର୍ଜାତୀୟ ଯୁବ ମହୋତ୍ସବରେ ପ୍ରଶଂସା ସାଉଣ୍ଟିଲା ଓଡ଼ିଶା - Odisha Culture Display At Bahrain - ODISHA CULTURE DISPLAY AT BAHRAIN

Odisha Art And Culture Display At Bahrain: ‘ବାହାରିନ ଅନ୍ତର୍ଜାତୀୟ ଯୁବ ମହୋତ୍ସବ’ରେ ଆକର୍ଷଣ ପାଲଟିଲା ଓଡ଼ିଶା । ଓଡ଼ିଶାର କଳା, ସଂସ୍କୃତି, ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ବିଶ୍ବ ଦରବାରରେ ଉପସ୍ଥାପନ କଲେ ପ୍ରବାସୀ ଓଡିଆ । ପଢନ୍ତୁ ପୂରା ଖବର...

Odisha Art, Culture Display
Odisha Art, Culture Display (ETV Bharat Odisha)

By ETV Bharat Odisha Team

Published : Aug 21, 2024, 8:22 AM IST

ଭୁବନେଶ୍ବର:ବିଦେଶରେ ଚମକିଲା ଓଡ଼ିଆ ସଂସ୍କୃତି । ପ୍ରଦର୍ଶିତ ହେଲା ଓଡ଼ିଶାର କଳା, ସଂସ୍କୃତି, ହସ୍ତଶିଳ୍ପ, ବାଣିଜ୍ୟ ଏବଂ ପର୍ଯ୍ୟଟନର ବିଭିନ୍ନ ନିଦର୍ଶନ । ବାହାରିନର କିଙ୍ଗ ହାମାଦ ପ୍ରଦର୍ଶନୀ ବିଶ୍ୱ କେନ୍ଦ୍ରରେ ଅନୁଷ୍ଠିତ ହୋଇଛି ‘ଅନ୍ତର୍ଜାତୀୟ ଯୁବ ମହୋତ୍ସବ’ । ବାହାରିନ ସରକାରଙ୍କ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରବାସୀ ଓଡ଼ିଆମାନେ ଅଂଶଗ୍ରହଣ କରିଥିଲେ । ଆମେରିକା, ଇଂଲଣ୍ଡ, ଜାପାନ, ଚୀନ, ଭାରତ ସମେତ 28ଟି ଦେଶର ପ୍ରବାସୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

  • ବାହାରିନରେ ଓଡ଼ିଶା ଷ୍ଟଲ:

ବାହାରିନରେ ଥିବା ଭାରତୀୟ ଦୂତାବାସ ସହଯୋଗରେ ‘ପ୍ରବାସୀ ଓଡି଼ଆ ସମାଜ’ ‘ଅନ୍ତର୍ଜାତୀୟ ଯୁବ ମହୋତ୍ସବ’ରେ ସାମିଲ ହୋଇଥିଲା । ଓଡିଶାର କଳା, ସଂସ୍କୃତି, ଉତ୍ପାଦ ଏବଂ ପର୍ଯ୍ୟଟନ ସୁବିଧା ପ୍ରଦର୍ଶନ କରି ଇଣ୍ଡିଆ ଷ୍ଟଲକୁ ପ୍ରତିନିଧିତ୍ୱ କରିଥିଲେ ପ୍ରବାସୀ ଓଡିଆ । ମଣ୍ଡପରେ ଓଡି଼ଶାର ଆଦିବାସୀ ଉତ୍ପାଦ ସମେତ ପର୍ଯ୍ୟଟନ ସୁବିଧା, ଓଡ଼ିଶାର ପାରମ୍ପରିକ ବସ୍ତ୍ର, ବାଲୁକାକଳା, ଅନ୍ତର୍ଜାତୀୟ ବାଲୁକା କଳାକାର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ପୁସ୍ତକ ଏବଂ ବିଭିନ୍ନ ଓଡ଼ିଆ ହସ୍ତଶିଳ୍ପ ଓ ହସ୍ତତନ୍ତ ଆଦି ପ୍ରଦର୍ଶନ କରାଯାଇଛି । ଏହି ବିଶାଳ ଯୁବ ମହୋତ୍ସବ ଏବଂ ପ୍ରଦର୍ଶନୀକୁ ବାହାରିନର ଯୁବ ବ୍ୟାପାର ମନ୍ତ୍ରୀ ରାୱାନ ବିଣ୍ଟ ନଜୀବ ତଫିକି ଉଦଘାଟନ କରିଛନ୍ତି । ଉଦଘାଟନ ପରେ ଭାରତୀୟ ରାଷ୍ଟ୍ରଦୂତ ବିନୋଦ.କେ ଜାକୋବ ଓ ଅନ୍ୟ ରାଷ୍ଟ୍ରଦୂତମାନଙ୍କ ସହିତ ବାହାରିନର ଯୁବ ବ୍ୟାପାର ମନ୍ତ୍ରୀ ରାୱାନ ବିଣ୍ଟ ନଜୀବ ତଫିକି ଓଡ଼ିଶା ମଣ୍ଡପ ପରିଦର୍ଶନ ମଧ୍ୟ କରିଥିଲେ ।

Odisha Art, Culture Display (ETV Bharat Odisha)
  • ବାହାରିନ ଦେଖିଲା ସମ୍ବଲପୁରୀ ନୃତ୍ୟ:

ବାହାରିନ ଓଡି଼ଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜ ବାହାରିନର ଯୁବ ବ୍ୟାପାର ମନ୍ତ୍ରୀ ଓ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଓଡ଼ିଶାର ପାରମ୍ପାରିକ ସାଲ ଏବଂ ବାହାରିନ ଓଡିଆ ସମାଜ ସ୍ମରଣିକା ସହ ସମ୍ମାନିତ କରିଛନ୍ତି । ପ୍ରବାସୀ ଓଡି଼ଆ ମହିଳାମାନେ ସମ୍ବଲପୁରୀ ଲୋକ ନୃତ୍ୟ ଏବଂ ଓଡି଼ଶାର ଜାତୀୟ ସଂଗୀତ ପରିବେଷଣ କରିଥିଲେ । ଏହାକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

Odisha Art, Culture Display (ETV Bharat Odisha)
  • ଓଡ଼ିଶାକୁ ପ୍ରଶଂସା:

ବ୍ରାଣ୍ଡ ଓଡି଼ଶାର ପ୍ରଚାର ପାଇଁ ‘ଓଡ଼ିଆ ସମାଜ’ର ଉଦ୍ୟମକୁ ଭାରତୀୟ ରାଷ୍ଟ୍ରଦୂତ ବିନୋଦ .କେ ଜାକୋବ ମଧ୍ୟ ପ୍ରଶଂସା କରିଛନ୍ତି । ସେ କହିଛନ୍ତି,"ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟ ବେଶ ପ୍ରଶଂସନୀୟ । ଓଡି଼ଶାର ପର୍ଯ୍ୟଟନର ପ୍ରଚାର ଓ ପ୍ରସାର କରାଯାଇଛି । ବ୍ରାଣ୍ଡ ଓଡି଼ଶାର ପ୍ରଚାର ପାଇଁ ଅରୁଣ କୁମାର ପ୍ରହରାଜ ଓ ତାଙ୍କ ଟିମର ଉଦ୍ୟମକୁ ସାଧୁବାଦ । ଗତ 26 ବର୍ଷ ଧରି ବାହାରିନ ଓଡି଼ଆ ସମାଜ ଓଡ଼ିଶାର ସଂସ୍କୃତି, ଜଗନ୍ନାଥ ସଂସ୍କୃତି, ବାଣିଜ୍ୟ, ପର୍ଯ୍ୟଟନ ଏବଂ ହସ୍ତତନ୍ତକୁ ବିଶ୍ବକୁ ଦରବାରରେ ପରିଚିତ କରାଇବାକୁ ଚେଷ୍ଟା କରୁଛି । ବାହାରିନ ଓଡି଼ଆ ସମାଜ ଏହି ମିଶନରେ ବହୁ ମାତ୍ରାରେ ସଫଳ ମଧ୍ୟ ହୋଇଛନ୍ତି ।"

Odisha Art, Culture Display (ETV Bharat Odisha)
ଏହା ବି ପଢନ୍ତୁ...'ଜୟ ଜଗନ୍ନାଥ' ଧ୍ବନିରେ ପ୍ରକମ୍ପିତ ବାହାରିନ, ପ୍ରବାସୀ ଓଡ଼ିଆ ପାଳିଲେ ବାହୁଡ଼ାଯାତ୍ରା - Bahuda Yatra in Bahrain

'ବିଦେଶ ମାଟିରେ ପରିଚିତ ହେବ ବ୍ରାଣ୍ଡ ଓଡ଼ିଶା'
ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜ କହିଛନ୍ତି, "ଓଡିଶା ଓ ଓଡ଼ିଶାର ବ୍ରାଣ୍ଡକୁ ବିଦେଶ ମାଟିରେ ପରିଚିତ କରିବା ଏହି ଷ୍ଟଲର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଥିଲା । ବିଦେଶ ମାଟିରେ ଅନ୍ତର୍ଜାତୀୟ ଉତ୍ସବରେ ଅଂଶଗ୍ରହଣ କରିବା ଏବଂ ଭାରତର ଐତିହ୍ୟ, କଳା, ସଂସ୍କୃତି ଏବଂ ବାଣିଜ୍ୟ ପ୍ରଦର୍ଶନ କରିବା ଅତ୍ୟନ୍ତ ଗର୍ବର ବିଷୟ । ଏହି କାର୍ଯ୍ୟକ୍ରମ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରୋତ୍ସାହିତ କରିବ । କଳା, ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଓଡି଼ଶା ଏବଂ ବାହାରିନ ମଧ୍ୟରେ ସେତୁ ଭାବରେ କାର୍ଯ୍ୟ କରିବ ।"
ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details