ଭୁବନେଶ୍ବର: ଆସନ୍ତାବର୍ଷ ଜାନୁଆରୀ ୮ ତାରିଖରୁ ଜନତା ମୈଦାନରେ ଆୟୋଜନ ହେବ ‘ପ୍ରବାସୀ ଭାରତୀୟ ଦିବସ’ । ୩ ଦିନିଆ ୧୮ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଚାଲିବ । କାର୍ଯ୍ୟକ୍ରମର ବିଭିନ୍ନ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହେବେ । କାର୍ଯ୍ୟକ୍ରମ ଆୟୋଜନ ପାଇଁ ପରିଚାଳନା କମିଟି, କାର୍ଯ୍ୟନିର୍ବାହୀ କମିଟି ସହ ବିଭିନ୍ନ ଉପ-କମିଟି ଗଠିତ ହୋଇଛି । ଗତକାଲି ଲୋକସେବା ଭବନରେ କାର୍ଯ୍ୟକ୍ରମ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମୀକ୍ଷା କରିଛନ୍ତି ।
- ୧୮ତମ ପ୍ରବାସୀ ଭାରତୀୟ ଦିବସ
ଆସନ୍ତାବର୍ଷ (୨୦୨୫) ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଓଡ଼ିଶାରେ ଅନୁଷ୍ଠିତ ହେବ ୧୮ତମ ‘ପ୍ରବାସୀ ଭାରତୀୟ ଦିବସ’ । ସମାରୋହ ଆୟୋଜନ ପାଇଁ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ସମାରୋହର ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମୀକ୍ଷା କରିଛନ୍ତି । ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ସଚିବ ଏବଂ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।
- ୨୦୦୩ ରୁ ଅନୁଷ୍ଠିତ ହୋଇ ଆସୁଛି:-
ପ୍ରବାସୀ ଭାରତୀୟ ଦିବସ ପାଳନ ଆୟୋଜନ ଭାରତ ସରକାରଙ୍କର ଏକ ପ୍ରମୁଖ କାର୍ଯ୍ୟକ୍ରମ । ଭାରତର ବିକାଶରେ ପ୍ରବାସୀ ଭାରତୀୟଙ୍କର ଅବଦାନକୁ ସ୍ୱୀକୃତି ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ୧୯୧୫ ମସିହା ଜାନୁଆରୀ ୯ ତାରିଖରେ ଜାତିରପିତା ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିଥିବା ସ୍ମୃତିରେ ‘ପ୍ରବାସୀ ଭାରତୀୟ ଦିବସ’ ୨୦୦୩ ରୁ ଏହା ପ୍ରତିବର୍ଷ ଅନୁଷ୍ଠିତ ହେଉଥିଲା । ୨୦୧୫ ରୁ ଏହା ପ୍ରତି ୨ବର୍ଷରେ ଥରେ ଅନୁଷ୍ଠିତ ହେଉଛି । ଅଦ୍ୟାବଧି ୧୭ଥର ଏହା ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇସାରିଛି । ଗତବର୍ଷ (୨୦୨୩)ରେ ଏହା ମଧ୍ୟ ପ୍ରଦେଶର ଇନ୍ଦୋରରେ ଅନୁଷ୍ଠିତ ହୋଇଥିଲା । ଆସନ୍ତା ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେବ ।
- ସମ୍ମାନିତ ହେବେ ସଫଳ ପ୍ରବାସୀ ଭାରତୀୟ:-
ଦେଶ ପ୍ରତି ପ୍ରବାସୀଙ୍କ ଚିନ୍ତାଧାରା ଓ ଭାବନାକୁ ଦେଶବାସୀଙ୍କ ନିକଟରେ ପ୍ରକାଶ କରିବା ସହ ସକରାତ୍ମକ କଥାବାର୍ତ୍ତା ପାଇଁ ଏହା ଏକ ମଞ୍ଚ । ନିଜ ନିଜ କ୍ଷେତ୍ରରେ ସଫଳତା ହାସଲ କରିଥିବା ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିବା, ସେମାନଙ୍କଠାରୁ ଦେଶବାସୀଙ୍କ ଆଶା ବିଷୟରେ ଜଣାଇବା, ଭାରତର ଯୁବପିଢୀକୁ ପ୍ରବାସୀ ଭାରତୀୟମାନଙ୍କ ସହିତ ସଂଯୋଗ କରିବା ଆଦି ପ୍ରସଙ୍ଗରେ ଏହି ସମ୍ମିଳନୀ ଗୁରୁତ୍ୱ ବହନ କରେ । ଏହି ବୃହତ କାର୍ଯ୍ୟକ୍ରମ ଆୟୋଜନ ନେଇ ସମନ୍ଵୟ ଏବଂ ପ୍ରାରମ୍ଭିକ ପ୍ରସ୍ତୁତି ନିମନ୍ତେ ବିଦେଶ ମନ୍ତ୍ରାଳୟର ୫ ଜଣିଆ ପ୍ରତିନିଧି ଦଳ ଓଡିଶା ଆସିଥିଲେ । ଗତ ସେପ୍ଟେମ୍ବର ୨୫ ରୁ ୨୭ ତାରିଖ ଓଡ଼ିଶା ଆସି ମୁଖ୍ୟ ଶାସନ ସଚିବ ଓ ସମ୍ପୃକ୍ତ ବିଭାଗର ସଚିବଙ୍କ ସହ ଆଲୋଚନା କରିଛନ୍ତି । ଏହା ସହିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ କ୍ଷେତ୍ର ପରିଦର୍ଶନ କରିଛନ୍ତି ।
- ଓଡିଶା ପାଇଁ ସମ୍ମାନର ବିଷୟ: ସିଏସ
ମୁଖ୍ୟ ଶାସନ ସଚିବ କହିଛନ୍ତି," ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ଆମ ପାଇଁ ଗୌରବ ଓ ସମ୍ମାନର ବିଷୟ ହେବ । ସମ୍ମିଳିତ ଉଦ୍ୟମରେ ଏହି ଦିବସ ସଫଳତାର ସହ ଆୟୋଜନ ହେବ । ସେଥିପାଇଁ ମୁଖ୍ୟ ଶାସନ ସଚିବ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । କାର୍ଯ୍ୟକ୍ରମ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ସହଯୋଗରେ ଅନୁଷ୍ଠିତ ହେବ । ପ୍ରବାସୀ ଭାରତୀୟ ଦିବସ ଆୟୋଜନ ଏକ ବୃହତ ସମ୍ମିଳନୀ ହେବ । ଯେଉଁଥିରେ ପାଖାପାଖି ୫୦୦୦ ବ୍ୟକ୍ତି ବିଶେଷ ଭାଗ ନେବେ । କାର୍ଯ୍ୟକ୍ରମରେ ବିଭିନ୍ନ ଦିବସରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଦେଶ ବିଦେଶରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରବାସୀ ଭାରତୀୟ ଯୋଗ ଦେବେ ।
- ପ୍ରବାସୀ ଭାରତୀୟ ତୀର୍ଥ ଏକ୍ସପ୍ରେସର ଡିଜିଟାଲ ଫ୍ଲାଗଅପ କରିବେ ପ୍ରଧାନମନ୍ତ୍ରୀ :-