ଓଡିଶା

odisha

ETV Bharat / state

ପ୍ରବାସୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମସ୍ୟା ସମାଧାନ ଲାଗି ଦେଲେ ପ୍ରତିଶ୍ରୁତି - DHARMENDRA PRADHAN MEETS PRAVASI

ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ । ବିଭିନ୍ନ ଦେଶରେ ବସବାସ କରୁଥିବା ପ୍ରବାସୀ ଭାରତୀୟଙ୍କ ସହ କଲେ ଆଲୋଚନା । ଦେଲେ ପ୍ରତିଶ୍ରୁତି ।

ପ୍ରବାସୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ
ପ୍ରବାସୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ (ETV Bharat Odisha)

By ETV Bharat Odisha Team

Published : Jan 9, 2025, 9:38 PM IST

ଭୁବନେଶ୍ବର: ରାଜଧାନୀରେ ଚାଲିଥିବା ପ୍ରବାସୀ ଭାରତୀୟ ସମ୍ମିଳନୀ ମହାକୁମ୍ଭର ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଦିନ ତମାମ ବିଭିନ୍ନ ଦେଶରେ ବସବାସ କରୁଥିବା ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିଛନ୍ତି । ଓମାନ, କତାର ଓ ଅନ୍ୟାନ୍ୟ ଦେଶର ପ୍ରବାସୀ ଭାରତୀୟଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା, ଓଡିଶାକୁ ସିଧାସଳଖ ବିମାନ ସଂଯୋଗ ନେଇ ପ୍ରବାସୀ ଭାରତୀୟ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସମସ୍ୟା ସମାଧାନ ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

‘ପ୍ରବାସୀ ଦିବସ ପାଇଁ ଓଡ଼ିଶାକୁ ବାଛିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ’:

ପ୍ରବାସୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ (ETV Bharat Odisha)

କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଭାରତୀୟ ପ୍ରବାସୀ ଦିବସ ପାଇଁ ଚଳିତ ଥର ଓଡ଼ିଶାକୁ ବାଛିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡ଼ିଶା ତରଫରୁ କୃତଜ୍ଞତା ଜଣାଉଛି । ଏହା ଦ୍ୱାରା ଓଡ଼ିଶାକୁ ସାରା ବିଶ୍ୱର ଲୋକ ଓ ପ୍ରବାସୀ ଭଲ ଭାବେ ଜାଣିବାର ସୁଯୋଗ ପାଇଲେ । ଓଡ଼ିଆ ଲୋକଙ୍କ ଆତିଥ୍ୟ ମଧ୍ୟ ଜାଣିବାକୁ ପାଇଲେ । ମୁଁ ଯେତେ ଲୋକଙ୍କୁ ଭେଟିଲାଣି ସମସ୍ତେ କହୁଛନ୍ତି ଏଠିକାର ଲୋକଙ୍କ ଆତିଥ୍ୟ ବହୁତ ଭଲ । ଏଠିକାର ଆତିଥ୍ୟକୁ ବୈଷୟିକ ସ୍ତରର ଅତିଥି ମାନେ ବହୁତ ପସନ୍ଦ କରିଛନ୍ତି । ଏଠିକାର ପରିବେଶକୁ ସେମାନେ ପସନ୍ଦ କରିଛନ୍ତି । ଏହା ସହ ରାଜ୍ୟ ସରକାରଙ୍କ ଆୟୋଜନ ବହୁତ ଉଚ୍ଚସ୍ତରୀୟ ହୋଇଛି ବୋଲି କହୁଛନ୍ତି ।"


ପ୍ରଧାନମନ୍ତ୍ରୀଙ୍କ ଆହ୍ବାନଙ୍କୁ ପ୍ରଶଂସା କଲେ ଧର୍ମେନ୍ଦ୍ର:

ପ୍ରବାସୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ (ETV Bharat Odisha)

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଓଡିଶା ଏକ ଗୋଟେ ଆନ୍ତର୍ଜାତିକ ସ୍ତରର ଉତ୍ସବ ଆମ ରାଜ୍ୟ ପାଳନ କରିପାରିଛି । ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଧନ୍ୟବାଦ ଦେଉଛି । ଓଡ଼ିଶାକୁ ଏହି ମର୍ଯ୍ୟାଦା ଆଣିଥିବାରୁ ଏବଂ ଓଡ଼ିଶାର ମାନ ସମ୍ମାନ ବଢ଼ାଇ ଥିବାରୁ ସେମାନଙ୍କୁ ଧନ୍ୟବାଦ । ପ୍ରଧାନମନ୍ତ୍ରୀ ହେଉଛନ୍ତି ବିଶ୍ୱର ନେତା । ଯେଉଁ କାର୍ଯ୍ୟ ପ୍ରଧାନମନ୍ତ୍ରୀ ଭାରତରୁ ଆରମ୍ଭ କରିଥିଲେ ସେହି କାମ ବିଶ୍ୱରର ପହଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି । ଗୋଟିଏ ଗଛ ମାଆଙ୍କ ନାଁ'ରେ ଲଗାଇବା ତାକୁ ବିଶ୍ୱସ୍ତରରେ ପହଞ୍ଚାଇବାକୁ ଆହ୍ୱାନ କରିଛନ୍ତି । କାରଣ ବିଶ୍ୱର ନେତା ବିଶ୍ୱର କଥା ଭାବେ । ସେହିପରି ପ୍ରଧାନମନ୍ତ୍ରୀ ତାହା କରିଛନ୍ତି । ଗୋଟିଏ ଗୋଟିଏ ଗଛ ଲଗାଇ ବିଶ୍ୱ ପରିବେଶକୁ ସନ୍ତୁଳନକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନ । ଏହା ଏକ ସାଧୁ ଉଦ୍ୟମ ।"


ଓଡ଼ିଶା ହେଉଛି ଶାନ୍ତିର ମାଟି:

ପ୍ରବାସୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ (ETV Bharat Odisha)


ସେ ଏହା ମଧ୍ୟ କହିଛନ୍ତି, "ଭାରତ ହେଉଛି ଐତିହ୍ୟ ଓ ପରମ୍ପରା ଏକ ଅପାର ଗନ୍ତାଘର । ଭାରତର ପରମ୍ପରା, ଐତିହ୍ୟ ଓ ଐତିହାସିକ ପୃଷ୍ଠଭୂମିରେ ବିରାସଦରେ ୟାକୁ ଦେଖାଇବା ପାଇଁ ବିଶ୍ଵ ସ୍ତରର ପର୍ଯ୍ୟଟକ ମାନେ ଆସନ୍ତୁ । ତାହା ପ୍ରବାସୀ ମାନେ ଭାରତର ଆମ୍ବାସଡ଼ର ଭାବେ କାମ କରନ୍ତୁ । ଏଇଟା ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି । ଓଡ଼ିଶା ହେଉଛି ଶାନ୍ତିର ମାଟି । କଳିଙ୍ଗ ଯୁଦ୍ଧର ପରିଚୟ ଶାନ୍ତି । ଏଥିପାଇଁ ଓଡ଼ିଶା ଆଜି ଖ୍ୟାତି ଅର୍ଜିଛି । ତେଣୁ ଯୁଦ୍ଧ ନୁହେଁ ବୁଦ୍ଧର ଆହ୍ୱାନ ଦେଇ ଆମର ବହୁତ ପୁରୁଣା ଐତିହାସିକ ତଥ୍ୟକୁ ଏବଂ ତାର ସମାଜରେ ମୂଳ ଚରିତ୍ର କଣ ଥିଲା ତାକୁ ଦର୍ଶାଇଛନ୍ତି । ଶାନ୍ତିର ଚରିତ୍ର ହିଁ ଆମ ସମାଜରେ ଥିଲା । ତେଣୁ ଆମ ସମାଜର ଚରିତ୍ରକୁ ପ୍ରଧାନମନ୍ତ୍ରୀ ବିଶ୍ୱ ସ୍ତରରେ ଏବଂ ରାଜନୈତିକ ଓ କୁଟନୈତିକ ସ୍ତରରେ ରଖି ଆମ ଓଡ଼ିଶା ମର୍ଯ୍ୟାଦା ବଢ଼ାଇଛନ୍ତି । ବିଶ୍ୱର ଯୁବକ ମାନଙ୍କ ଦେଶ ହେଉଛି ଭାରତ । ଆଗମୀ ଦିନରେ ଯୁବକଙ୍କ କାନ୍ଧରେ ହିଁ ଭାରତର ନେତୃତ୍ୱ ଆଗକୁ ବଢିବ ।"

ପ୍ରବାସୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ପୂର୍ବ ଭାରତର ଦ୍ବାର ଓଡ଼ିଶା, ଦେଶ ବିକାଶର ନେବ ନେତୃତ୍ବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସରେ ହେବେ ସାମିଲ

ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ପ୍ରବାସୀ ଏକ୍ସପ୍ରେସ ଶୁଭାରମ୍ଭ

ଓଡ଼ିଶାକୁ ପ୍ରଶଂସାରେ ପୋତିଲେ ରିକି କେଜ, କହିଲେ 'ସାରା ବିଶ୍ୱ ଏଠାରୁ ଶିଖିବା ଦରକାର'

ଲୋକଙ୍କ ସମସ୍ୟା ସାମ୍ନାକୁ ଆଣୁଛି ଇଟିଭି ଭାରତ, ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

ଆଉ ଜଣେ ସାଲବେଗ, ମହାପ୍ରଭୁଙ୍କ ପ୍ରେମରେ ପ୍ରବାସୀ ମହମ୍ମଦ ଅରସଦ

କାଲି ପ୍ରବାସୀ ଭାରତୀୟ ସମ୍ମିଳନୀର ଉଦଯାପନୀ:

ପ୍ରବାସୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ (ETV Bharat Odisha)

ଆସନ୍ତାକାଲି ଉଦଯାପିତ ହେବ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ଗତକାଲି(ଜାନୁଆରୀ 8)ରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀ ଆସନ୍ତାକାଲି(ଜାନୁଆରୀ 10) ଶେଷ ହେବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଉଦଘାଟନ କରିଥିଲେ । ଓଡ଼ିଶାକୁ ଭୂରି ଭୂରି ପ୍ରଶଂସା କରିଥିଲେ । ଆସନ୍ତାକାଲି ଉଦଯାପନୀ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିରେ 27 ଜଣ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିବେ । 18ତମ ପ୍ରବାସୀ ଭାରତୀୟ ସମ୍ମିଳନୀ ଏଥର ଓଡ଼ିଶାର ଭୁବନେଶ୍ବରରେ ଆୟୋଜନ ହେଉଛି ।

ପ୍ରବାସୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details