ଓଡିଶା

odisha

ETV Bharat / state

ବଜାରକୁ ଆସୁଛି ଆଳୁ ଗାଡି: ଖସୁନି ଦର, କିନ୍ତୁ କାହିଁକି ? - POTATO CRISIS

ବଜାରକୁ ଆସିଲାଣି ଆଳୁ । ତଥାପି ଖସୁନି ଦର । ଏବେବି କିଲୋପ୍ରତି 40 ଟଙ୍କାରେ ବିକ୍ରି ହେଉଛି । ଅସନ୍ତୋଷ ଖାଉଟି ।

POTATO CRISIS
POTATO CRISIS (ETV Bharat Odisha)

By ETV Bharat Odisha Team

Published : Dec 6, 2024, 9:37 PM IST

କଟକ: ରାଜ୍ୟରେ ଏବେ ଆଳୁକୁ ନେଇ ଯେଉଁ ସମସ୍ୟା ଦେଖାଯାଉଥିଲା ତାହା ଏବେ ପ୍ରାୟ ସମାଧାନ ହୋଇଯାଇଛି । କାରଣ କିଛି ଗାଡି ୟୁପିରୁ ଆସୁଥିବା ବେଳେ ଆଉ କିଛି ଗାଡି ପଶ୍ଚିମବଙ୍ଗରୁ ଆସୁଥିବା ଛତ୍ରବଜାର ପରିବା ଵ୍ୟଵସାୟୀ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି । ପ୍ରତ୍ୟେକ ଦିନ ଆବଶ୍ୟକତା ଅନୁଯାୟୀ ଆଳୁ ଗାଡି ଆସୁଛି । ୟୁପିରୁ ଯେଉଁ ଆଳୁ ଆସୁଛି ତାହାର ଦର ହୋଲସେଲରେ ୨୮ ରୁ ୨୯ ଟଙ୍କା କିଲୋ ପ୍ରତି ରହୁଥିବା ସମ୍ପାଦକ କହିଛନ୍ତି । ସେହିପରି ପଶ୍ଚିମବଙ୍ଗର ଆଳୁ ହୋଲସେଲରେ କିଲୋପ୍ରତି ୩୨ ଟଙ୍କାରେ ବିକ୍ରି ହେଉଛି । ଏହା ସ୍ୱତ୍ତ୍ୱେ ମଧ୍ୟ ଖୁଚୁରାରେ ଆଳୁ ଦର କିଲୋପ୍ରତି ୪୦ ଟଙ୍କାରେ ବିକ୍ରି ହେଉଛି । ଯାହାକୁ ନେଇ ଖାଉଟି ଅସନ୍ତୋଷ ଜାହିର କରିବା ସହ ସରକାର ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ।


କେବେ ଏବଂ କେମିତି କମିବ ଆଳୁ ଦର ?

ଏନେଇ ଛତ୍ରବଜାର ପରିବା ବ୍ୟବସାୟୀ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁକହିଛନ୍ତି, ‘ଆଳୁ ଦର ଏବେବି କିଲୋପ୍ରତି ୪୦ ଟଙ୍କାରେ ବିକ୍ରି ହେଉଛି । ଯେତେବେଳେ ବଜାରକୁ ଆଳୁ ଗାଡି ଆସୁ ନଥିଲା,ସେତେବେଳେ ଆଳୁ ଦର ବି ଉଚ୍ଚା ରହୁଥିଲା । ଆଉ ଏବେବି ଆଳୁ ଗାଡି ଆସିବା ସତ୍ତ୍ୱେ ଦର ବି କମୁ ନାହିଁ । ଛତ୍ରବଜାରକୁ ଏବେ ସ୍ୱାଭାବିକ ଭଳି ଆଳୁ ଗାଡି ଆସିନଥିଲେ ବି ଯେତିକି ଗାଡି ଆସୁଛି ତାହା ବି କୌଣସି ଅସୁବିଧା ହେଉନାହିଁ । ଏବେ ପ୍ରତ୍ୟେକ ଦିନ ୟୁପି ଏବଂ ପଶ୍ଚିମବଙ୍ଗରୁ ଆଳୁ ଗାଡି ଆସୁଛି । ଯଦିଓ ପଶ୍ଚିମବଙ୍ଗରୁ ଯେଉଁ ଗାଡି ଆସୁଛି ତାହା ଲୁଚାଛପାରେ । ଆମର କିଛି ଵ୍ୟଵସାୟୀ ମାନେ ଟଙ୍କା ଖର୍ଚ୍ଚ କରି ପଶ୍ଚିମବଙ୍ଗ ରୁ ଆଳୁ ଆଣୁଛନ୍ତି ଯାହା ପାଇଁ ଦର ଟିକେ ଉଚ୍ଚା ରହୁଥିବା କହିଛନ୍ତି । ୟୁପି ଆଳୁ ଅପେକ୍ଷା ପଶ୍ଚିମବଙ୍ଗ ଆଳୁ ଭଲ । ତେଣୁ ପଶ୍ଚିମବଙ୍ଗ ଆଳୁ ପାଇଁ ଖାଉଟିଙ୍କ ଚାହିଦା ରହୁଛି । ଏହାର ଦର ବି ଉଚ୍ଚା ରହୁଛି । ଏହି ଦର ଅମଳ ହେବା ପର୍ଯ୍ୟନ୍ତ ରହିବ ।’ ସେହିପରି ଯଦି ପଶ୍ଚିମବଙ୍ଗ ସରକାର ଆଳୁ କଟକଣା ଉଠାଇ ଦେଵ ତେବେ ଆଳୁ ଦର କମିବ । ନଚେତ ଦର ସେହି ୪୦ ଟଙ୍କା ରହିପାରେ ବୋଲି ସେ ଆଶଙ୍କା କରିଛନ୍ତି ।

POTATO CRISIS (ETV Bharat Odisha)

ୟୁପିରୁ ଆଳୁ ଆଣୁଛନ୍ତି ବ୍ୟବସାୟୀ:

ଓଡିଶାକୁ ଆଳୁ ନ ପଠାଇବା ପାଇଁ ବେଙ୍ଗଲ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଓଡ଼ିଶାକୁ ଆଳୁ ଗାଡି ଆସିପାରୁନାହିଁ । ଲୁଚି ଛପି ପ୍ରାୟ ୨ ରୁ ୩ଟି ଆଳୁ ଗାଡି କଟକ ଆସୁଛି । ଆମ ରାଜ୍ୟରେ କୌଣସି ଷ୍ଟୋରରେ ଆଳୁ ମହଜୁଦ ନାହିଁ । ଯେଉଁଠି ସବୁ ଥିଲା ତାହା ଶେଷ ହେବାକୁ ବସିଲାଣି । ଫଳରେ ଆଳୁ ଗାଡି ପର୍ଯ୍ୟାପ୍ତ ପରିମାଣରେ ନ ଆସିବା ଯୋଗୁଁ ଆଳୁ ଦରର ବଡ଼ ସମସ୍ୟା ସୃଷ୍ଟି ହୋଇଛି । ଆଳୁ ସମସ୍ୟା ସମସ୍ୟା ଦୂର କରିବା ପାଇଁ ଗୋଟିଏ ମାତ୍ର ବିକଳ୍ପ ଯାହାକି ୟୁପି ଆଳୁ । ୟୁପିରୁ ଯଦି ଆଳୁ ଆସିବ ତେବେ ଆଳୁ ସମସ୍ୟାର ସମାଧାନ ହେବ ବୋଲି ଵ୍ୟଵସାୟୀ ସଂଘ କହିଥିଲେ । ରାଜ୍ୟ ସରକାର ୟୁପି ସହ କଥା ହୋଇ ଏହି ସମସ୍ୟାର ସାମଧାନ କରିବାକୁ ଵ୍ୟଵସାୟୀ ସଂଘ ପ୍ରସ୍ତାବ ଦେଇଥିଲେ । ଗତଥର ଏହି ଆଳୁ ସମସ୍ୟା ପାଇଁ ରାଜ୍ୟ ସରକାର ୟୁପିରୁ ଆଳୁ ଆଣିଥିଲେ ଏବଂ ଆଳୁ ସଙ୍କଟ ଦୂର ହୋଇଥିଲା । ୟୁପିରୁ ୩୦୦ ଆଳୁ ଗାଡି ଆସୁଥିବା କଥା ମନ୍ତ୍ରୀ କହିଥିଲେ । ମାତ୍ର ୩୦୦ ଆଳୁ ଗାଡି କଥାକୁ ନେଇ ଵ୍ୟଵସାୟୀ ଯାହା କହିଛନ୍ତି ତାହା ଶୁଣିଲେ ବି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ କହିଛନ୍ତି ଵ୍ୟଵସାୟୀ ମାନେ ୟୁପିରୁ ଆଳୁ ଆଣି ବ୍ୟବସାୟ କରୁଛନ୍ତି । କିନ୍ତୁ ସରକାରଙ୍କ ଆଳୁ ଗାଡି କଥା ସେ ଜାଣି ନଥିବା କହିଛନ୍ତି ।

PATATO PRICE (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ABOUT THE AUTHOR

...view details