ଓଡିଶା

odisha

ETV Bharat / state

ବାତ୍ୟା ପରେ ବାଲେଶ୍ୱରରେ ବନ୍ୟା ସ୍ଥିତି, ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ

ବାତ୍ୟା ପ୍ରଭାବରେ ବାଲେଶ୍ବରର ୫ଟି ବ୍ଲକରେ ଅଧିକ କ୍ଷୟକ୍ଷତି ହେଇଛି । ବାତ୍ୟା ପରେ ବନ୍ୟା ସ୍ଥିତି ଉପୁଜିଛି । ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି ।

Post Cyclone Situation In Balasore
Post Cyclone Situation In Balasore (ETV Bharat Odisha)

By ETV Bharat Odisha Team

Published : 5 hours ago

ବାଲେଶ୍ବର: ବାତ୍ୟା 'ଦାନା' ପ୍ରଭାବରେ ବାଲେଶ୍ୱର ଜିଲ୍ଲାର ମୁଖ୍ୟତଃ ୫ଟି ବ୍ଲକରେ ଅଧିକ କ୍ଷୟକ୍ଷତି ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାରି ଭିତରେ ସୋର, ଖଇରା ବ୍ଲକର ଅନେକ ଅଞ୍ଚଳକୁ ବିଦ୍ୟୁତ ସେବା ପହଞ୍ଚି ପାରିନାହିଁ । ବାତ୍ୟା ଦାନା ଛାଡ଼ିବା ପରେ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ନଈ କୂଳିଆ ଅଞ୍ଚଳ ଲୋକେ । ବନ୍ୟା ଫଳରେ ଜଳବନ୍ଦୀରେ ରହିଛି ଅନେକ ଗାଁ । ସୋର ବ୍ଲକ ତଳନଗର ପଞ୍ଚାୟତ ସୁନାରୀ, ଅସ୍ତବାଙ୍କ, ସାଲମପୁର, ଅଙ୍କୁରଖାର୍ଜୀ, ଚାଉଳି ସବିରା, ପଦନପଡା, ରହଣିଆ, ଡିହ ସବିରା, ବେଲସବିରା ଓ ବ୍ରାହ୍ମଣ ସବିରା ଆଦି ଗାଁ ଜଳାର୍ଣ୍ଣବ ଅବସ୍ଥାରେ ଥିବାବେଳେ ଆଜି ସକାଳଠାରୁ ବନ୍ୟା ପାଣି ନିଷ୍କାସନ ହେଉଥିବା ଜଣାପଡିଛି । କାଂଶବାଂଶ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଏମିତି ଅବସ୍ଥା ଉପୁଜିଛି ।

Post Cyclone Situation In Balasore (ETV Bharat Odisha)

ଚାଲିଛି କ୍ଷୟକ୍ଷତି ଆକଳନ:

ବାତ୍ୟା ପରର ସ୍ଥିତି ଏବଂ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କହିଛନ୍ତି, "ଯେଉଁ ୫ଟି ବ୍ଲକ ପ୍ରଭାବିତ ହୋଇଥିଲା ସେସବୁ ସ୍ଥାନରେ ପୁନରୁଦ୍ଧାର ହୋଇଯାଇଛି । ମୁଖ୍ୟ ରାସ୍ତାରେ ଯେଉଁସବୁ ଗଛ ଓ ଖୁଣ୍ଟ ପଡିଥିଲା ସେସବୁ ସଫା ହୋଇଯାଇଛି । ବାତ୍ୟା ପରେ କିଛିକିଛି ଜାଗାରେ ପାଣି ରହିଥିଲା । ସକାଳଠାରୁ ପାଣି ନିଷ୍କାସିତ ହେବା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ସବୁକିଛି ସାଧାରଣ ହେଉଛି । ବାତ୍ୟା ପରର ସ୍ଥିତି କ୍ଷୟକ୍ଷତି ଆକଳନ ଚାଲିଛି । ଅଲଗା ବ୍ଲକରୁ ଆରଆଇ, ପିଇଓମାନଙ୍କୁ ମୋବିଲାଇଜ କରାଯାଇଛି । ଓଡିଶା ସରକାର ଯେଉଁ ନିର୍ଦ୍ଦେଶ ଦେଇଥିବା ନିର୍ଦ୍ଧାରିତ (ନଭେମ୍ବର ୨ ତାରିଖ) ପୂର୍ବରୁ ସମସ୍ତ କାମ ସାରିବା ପାଇଁ ଜିଲ୍ଲା ପ୍ରଶାସନ ଚେଷ୍ଟା ଚାଲାଇଛି । ସବୁ ବିଭାଗ ତରଫରୁ ବାତ୍ୟା ପରର ସ୍ଥିତି ପାଇଁ ସବୁ ପ୍ରକ୍ରିୟା ଚାଲିଛି । ପ୍ରଭାବିତ ଅଞ୍ଚଳରେ ଗୃହପାଳିତ ପଶୁମାନଙ୍କୁ ଔଷଧ ଦେବା ଆରମ୍ଭ ହୋଇଛି ।"

Post Cyclone Situation In Balasore (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ବାତ୍ୟାରେ କେମିତି ସୁରକ୍ଷିତ ରଖିବେ ଫସଲ ? ଚାଷୀଙ୍କୁ ପରାମର୍ଶ ଦେଲା OUAT
ଏହା ମଧ୍ୟ ପଢ଼ନ୍ତୁ...ବାତ୍ୟା ପରେ ବନ୍ୟା ଦାଉରେ ଅସ୍ତବ୍ୟସ୍ତ ଜନଜୀବନ, ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ଓ ଜିଲ୍ଲାପାଳ

ଏହା ମଧ୍ୟ ପଢ଼ନ୍ତୁ...ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ, ଆକଳନ କଲେ 'ଦାନା' କ୍ଷୟକ୍ଷତି

ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ବିଭାଗ ଟିମ ନିୟୋଜିତ:

ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି, "କିଛି କ୍ଷୟକ୍ଷତି ଆକଳନ ରିପୋର୍ଟ ଯାଇଛି । ସମ୍ପୂର୍ଣ୍ଣ ରିପୋର୍ଟ ନଭେମ୍ବର ୨ ପୂର୍ବରୁ ପ୍ରଦାନ କରାଯିବ । ଗ୍ରାଉଣ୍ଡରେ ଯେଉଁଠି ଯେଉଁଠି ପଲିଥିନର ଆବଶ୍ୟକତା ଅଛି ସେସବୁ ସ୍ଥାନରେ ପଲିଥିନ ଦେବା ଆରମ୍ଭ କରିଦେଇଛୁ । ଜିଲ୍ଲା ପ୍ରଶାସନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଧ୍ୟାନ ଦେଉଛୁ । ଫ୍ରି କିଚେନ ଏବେ ବହୁତ କମ ଜାଗାରେ ଚାଲିଛି । ବାତ୍ୟା ପରେ ଲୋକମାନେ ଘରକୁ ଫେରିଯାଇଛନ୍ତି । ଯେଉଁଠି ଆଵଶ୍ୟକତା ଅଛି ସେଠାରେ ଚାଲୁ ରହିଛି । ଏବେ ସବୁ ଜାଗାରେ ପାଣି ନିଷ୍କାସିତ ହେବାରେ ଲାଗିଛି । ଆଖପାଖ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ପାଣି ଆସିଥିଲା ହେଲେ ଏବେ ପାଣି ନିଷ୍କାସିତ ହେଉଛି । ଓଡ୍ରାଫ ଟିମ, ଏନଡିଆରଏଫ, ଅଗ୍ନିଶମ ବିଭାଗର ଟିମ ନିୟୋଜିତ ଅଛନ୍ତି ଯେଉଁ ଜାଗାରେ ଆବଶ୍ୟକ ପଡିବ ସେମାନେ ସେଠି ପହଞ୍ଚି ଲୋକଙ୍କୁ ସେବା ପ୍ରଦାନ କରିବେ ।"

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details