ଓଡିଶା

odisha

ETV Bharat / state

ମନ୍ତ୍ରୀଙ୍କ ଉପସ୍ଥିତିରେ ବୁଥରେ ଉତ୍ତେଜନା, କାମାକ୍ଷାନଗରରେ ପ୍ରିଜାଡିଙ୍ଗ ଅଫିସରଙ୍କୁ ବିରୋଧ - Poll Violence In 3rd Phase Election

Poll Violence In 3rd Phase Election: କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ମହୁଲପାଳ ପଞ୍ଚାୟତର ୧୩୧ ନମ୍ବର ବୁଥରେ ଭିନ୍ନକ୍ଷମ ଓ ବୟସ୍କ ଭୋଟରମାନଙ୍କ ମତଦାନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ । ସେହିଭଳି ଆଠଗଡରେ କୃଷି ମନ୍ତ୍ରୀଙ୍କ ଉପସ୍ଥିତିରେ ହାତାହାତି ହେଲେ କର୍ମୀ । ଅଧିକ ପଢନ୍ତୁ

Poll Violence In 3rd Phase Election
Poll Violence In 3rd Phase Election (ETV Bharat Odisha)

By ETV Bharat Odisha Team

Published : May 25, 2024, 4:16 PM IST

ଢେଙ୍କାନାଳ/କଟକ: ଆଜି ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ୬ଟି ସଂସଦୀୟ କ୍ଷେତ୍ର ଓ 42ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟ ଗ୍ରହଣ ପ୍ରକ୍ରିୟା । ରାଜ୍ୟର କିଛି ସ୍ଥାନରେ ନିର୍ବାଚନୀ ଜନିତ ଉତ୍ତେଜନା ଦେଖାଦେଇଛି । ଢେଙ୍କାନାଳ ସଂସଦୀୟ କ୍ଷେତ୍ରର କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଭୁବନ ବ୍ଲକର ଅଠରଟି ପଞ୍ଚାୟତ ଓ ଭୁବନ NACର ଅଠରଟି ବୁଥରେ ଚାଲିଛି ମତଦାନ । ତେବେ ଭୁବନ ବ୍ଲକ ମହୁଲପାଳ ପଞ୍ଚାୟତର ୧୩୧ ନମ୍ବର ବୁଥରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ବୁଥରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କ ମତଦାନରେ ପାତରଅନ୍ତରକୁ ନେଇ ଅଞ୍ଚଳବାସୀଙ୍କ କ୍ଷୋଭ ଦେଖିବାକୁ ମିଳିଛି । ଏହା ସହ ଜଣେ ମହିଳା ଭୋଟରଙ୍କ ନାଁରେ ଅନ୍ୟ କେହି ଭୋଟ ଦେଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Poll Violence In 3rd Phase Election (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ....କଟକରରେ 24 ନମ୍ବର ବୁଥରେ EVM ତ୍ରୁଟି, ମତଦାନ ସାମୟିକ ବାଧାପ୍ରାପ୍ତ - EVM Problem In Cuttack

ଅଞ୍ଚଳବାସୀ ପ୍ରିଜାଡିଙ୍ଗ ଅଫିସରଙ୍କୁ ବିରୋଧ କରିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା । ଯାହାଫଳରେ ବୁଥ କବାଟ ବନ୍ଦ କରାଯାଇଥିଲା । ବୁଥ ଆଗରେ ସ୍ଥାନୀୟ ବାସିନ୍ଦା ପ୍ରିଜାଡିଙ୍ଗ ଅଫିସରଙ୍କୁ ଏଠାରୁ ସ୍ଥାନାନ୍ତର କରାଯିବା ଦାବିରେ ନାରାବାଜି ଚାଲିଥିଲା । ପରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ଉଭୟ ମହିଳା ଓ ପୁରୁଷଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଖବର ପାଇ ଭୁବନ ଥାନାଧିକାରିଣୀ ମନସ୍ମିତା ମହାନ୍ତି ଘଟଣାସ୍ଥଳରେ ପହଞ୍ଚିବାର ଦେଖି ଗଣ୍ଡଗୋଳକାରୀ ଛତ୍ର ଭଙ୍ଗ ଦେଇଥିଲେ । ଥାନାଧିକାରିଣୀଙ୍କ ଉପସ୍ଥିତିରେ ବୁଥ ଖୋଲାଯାଇ ପୁନର୍ବାର ଦୁଇ ଘଣ୍ଟା ପରେ ମତଦାନ ଶାନ୍ତି ଶୃଙ୍ଖଳାର ସହିତ ଆରମ୍ଭ ହୋଇଛି ।

ସେହିଭଳି କଟକ ଲୋକସଭା ଅନ୍ତର୍ଗତ ଆଠଗଡ ନିର୍ବାଚନ ମଣ୍ଡଳୀରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଉପସ୍ଥିତିରେ ନିର୍ବାଚନୀ ହିଂସା ଦେଖାଦେଇଛି । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ରାଧାଗୋବିନ୍ଦପୁର ବୁଥରେ ଭୋଟ ଦେବାକୁ ଆସିଥିବା ସମୟରେ ଘଟିଥିଲା ଅଘଟଣ । ଶାସକ ଓ ବିରୋଧୀ ଦଳ କର୍ମୀ ମାନେ ହାତାହାତି ହୋଇଥଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗଣ୍ଡଗୋଳକାରୀଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଆୟତ୍ତ ହୋଇଥିଲା । ତେବେ ଆଠଗଡ଼ରେ ତ୍ରିମୁଖୀ ଲଢେଇ ନେଇ ରାଜନୈତିକ ମାହୋଲ ଉଷ୍ମ ରହିଥିଲା ବେଳେ ମନ୍ତ୍ରୀ ରାଜା ସ୍ବାଇଁଙ୍କୁ ଏଭଳି ବୁଥ ମଧ୍ୟରେ ବ୍ୟବହାର କରିବା ଓ ବୁଥ ମଧ୍ୟରେ ଏଭଳି ଘଟଣା ଘଟିବା ନିହାତି ଭାବରେ ସୁରକ୍ଷିତ ଓ ନିରପେକ୍ଷ ନିର୍ବାଚନ ଉପରେ ବଡ଼ ପ୍ରଶ୍ନ ଉଠାଇଛି ।

ଇଟିଭି ଭାରତ, ଢେଙ୍କାନାଳ/ କଟକ

ABOUT THE AUTHOR

...view details