ଓଡିଶା

odisha

ETV Bharat / state

ନୀତି ବିହୀନ ରାଜନୀତି କେବଳ ଛଳନା: ନବୀନ - NAVEEN ON POLITICS AND MORALITY

ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଜନ୍ମ ଜୟନ୍ତୀରେ ନୈତିକ ରାଜନୀତି ସଂଜ୍ଞା ବୁଝାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ନୀତି ବିହୀନ ରାଜନୀତି କେବଳ ଛଳନା ମାତ୍ର : ନବୀନ
ନୀତି ବିହୀନ ରାଜନୀତି କେବଳ ଛଳନା ମାତ୍ର : ନବୀନ (ETV Bharat Odisha)

By ETV Bharat Odisha Team

Published : Nov 18, 2024, 11:22 AM IST

ଭୁବନେଶ୍ବର:‘‘ରାଜନୀତି ହେଉଛି ନିସ୍ଵାର୍ଥପର ସେବା ଓ ପ୍ରତିବଦ୍ଧତା । ନୀତି ବିହୀନ ରାଜନୀତି କେବଳ ଛଳନା ମାତ୍ର । ଲୋକଙ୍କ ଭଲ ପାଇବା ଆଗରେ କ୍ଷମତା ପ୍ରତିପତ୍ତି ଓ ପଡ ମର୍ଯ୍ୟାଦା ସବୁ ମୂଲ୍ୟହୀନ । ସାଧାରଣ ଜନତାଙ୍କ ସନ୍ତୋଷ ହିଁ ରାଜନେତାଙ୍କର ସବୁଠାରୁ ବଡ଼ ସମ୍ପତ୍ତି । ’’ପୂର୍ବତନ ମନ୍ତ୍ରୀ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଜୟନ୍ତୀ ଅବସରରେ ଆୟୋଜିତ ସମାରୋହରେ ଅଂଶଗ୍ରହଣ କରି ଏହା କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ଗତକାଲି ଭୁବନେଶ୍ବରରେ ଆୟୋଜିତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଜୟନ୍ତୀ ସମାରୋହରେ ନବୀନ ଅଂଶଗ୍ରହଣ କରିଥିଲେ । ଅଭିଭାଷଣ ରଖି ସେ ହରିଶ୍ଚନ୍ଦ୍ରଙ୍କ ରାଜନୈତିକ ଅବଦାନକୁ ସ୍ମରଣ କରିବା ସହ ପ୍ରଶଂସା କରିଥିଲେ । ଏହି ଅବସରରେ ସେ ହରିଶ୍ଚନ୍ଦ୍ରଙ୍କ ଉଦାହରଣ ଛଳରେ ରାଜନୀତିରେ ମୂଲ୍ୟବୋଧ ଓ ନୈତିକତାର କଥା କହିଥିଲେ ।

ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମରେ ନବୀନ ଓ ଅନ୍ୟ ଅତିଥି (ETV Bharat Odisha)
  • ‘ଲୋକଙ୍କ ଭଲ ପାଇବା ଆଗରେ କ୍ଷମତା ପ୍ରତିପତ୍ତି ମୂଲ୍ୟହୀନ’

ନବୀନ କହିଥିଲେ,‘‘ନୀତି ବିହୀନ ରାଜନୀତି କେବଳ ଛଳନା ମାତ୍ର, ଲୋକଙ୍କ ଭଲ ପାଇବା ଆଗରେ କ୍ଷମତା ପ୍ରତିପତ୍ତି ଓ ପଡ ମର୍ଯ୍ୟାଦା ସବୁ ମୂଲ୍ୟହୀନ । ସାଧାରଣ ଜନତାଙ୍କ ସନ୍ତୋଷ ହିଁ ରାଜନେତାଙ୍କର ସବୁଠାରୁ ବଡ଼ ସମ୍ପତ୍ତି । ହରିଶ୍ଚନ୍ଦ୍ର ବକ୍ସିପାତ୍ର ଓଡ଼ିଶା ରାଜନିତୀରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ । ଛାତ୍ର ଜୀବନରୁ ତାଙ୍କର ସଂଗ୍ରମୀ ଜୀବନ ଆରମ୍ଭ ହୋଇଥିଲା । ଗରୀବ ଲୋକଙ୍କ କଲ୍ୟାଣ ପାଇଁ ସେ ସଂଗ୍ରାମ କରିଯାଇଛନ୍ତି । ଆଦିବସୀ ଭାଇଭଉଣୀଙ୍କର ହକ୍ ପାଇଁ ସେ ସଂଗ୍ରାମ କରୁଥିଲେ । ଚାଷୀଙ୍କ ସ୍ୱାର୍ଥ ପାଇଁ ଓ ସେମାନଙ୍କୁ ଶୋଷଣରୁ ମୁକ୍ତି ଦେବା ପାଇଁ ସେ ଲଢ଼େଇ କରୁଥିଲେ । ସଂଗ୍ରାମ ହିଁ ଥିଲା ତାଙ୍କର ସବୁଠାରୁ ବଡ଼ ପରିଚୟ ।’’

ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- ନବୀନ ବୁଲିବେ ଜିଲ୍ଲା, ସଦସ୍ୟତା-ଜନସମ୍ପର୍କ ପଦ ଯାତ୍ରା ପରେ ଗସ୍ତ

ଏହା ମଧ୍ୟ ପଢନ୍ତୁ :- ଛାତ୍ରଛାତ୍ରୀଙ୍କ କଲ୍ୟାଣ କାର୍ଯ୍ୟକ୍ରମକୁ ମୋହନ ମାଝୀ ସରକାର ବନ୍ଦକୁ ନବୀନଙ୍କ ନାପସନ୍ଦ

ଏହା ମଧ୍ୟ ପଢନ୍ତୁ...ଆମ୍ବ ଟାକୁଆ ଟ୍ରାଜେଡି: '୧୨ ବର୍ଷର ତପସ୍ୟା ଶୁଖୁଆ ପୋଡାରେ ଗଲା’, ନବୀନଙ୍କ ବୟାନଙ୍କୁ ବିଜେପିର କାଉଣ୍ଟର

  • ଜଣେ ରାଜନେତାଠାରୁ ସଂଗ୍ରାମୀ ଭାବେ ଅଧିକ ପରିଚିତ ଥିଲେ ହରିଶ୍ଚନ୍ଦ୍ର: ନବୀନ

ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଥିଲେ,‘‘ ହରିଶ୍ଚନ୍ଦ୍ରଙ୍କର ଜଣେ ମନ୍ତ୍ରୀ ବା ବିଧାୟକ ଭାବରେ ପରିଚୟଠାରୁ ଏହି ସଂଗ୍ରାମୀ ପରିଚୟ ଥିଲା ବହୁ ଉପରେ । ସେ ଥିଲେ ଗରୀବ ଜନତାର ପ୍ରକୃତ ବନ୍ଧୁ । ସମାଜବାଦୀ ଆଦର୍ଶରେ ତାଙ୍କର ଗଭୀର ବିଶ୍ୱାସ ଥିଲା ଏବଂ ଏହି ଆଦର୍ଶ ତାଙ୍କ ଜୀବନ ଓ କାର୍ଯ୍ୟରେ ପ୍ରତିଫଳିତ ହେଉଥିଲା । ତାଙ୍କ ପିଢ଼ୀର ରାଜନେତାଙ୍କ ଅଭାବ ଆଜି ସମସ୍ତେ ଅନୁଭବ କରୁଛନ୍ତି ।’’ ଗତକାଲି କାର୍ଯ୍ୟକ୍ରମରେ ନବୀନଙ୍କ ସହ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ପ୍ରଫୁଲ୍ଲ ଘଡାଇ ଓ ଅନ୍ୟ ବରିଷ୍ଠ ବ୍ୟକ୍ତିବିଶେଷ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details