ଓଡିଶା

odisha

By ETV Bharat Odisha Team

Published : Mar 1, 2024, 10:19 PM IST

ETV Bharat / state

ନିମାପଡ଼ାରେ ରାଜନୈତିକ ହିଂସା, କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା

Political Violence: ନିର୍ବାଚନ ତାରିଖ ଘୋଷଣା ହୋଇ ନଥିବାବେଳେ ନିମାପଡ଼ାରେ ଦେଖା ଦେଲାଣି ନିର୍ବାଚନୀ ହିଂସା । କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ଦଳୀୟ ବ୍ୟାନର ପୋଡ଼ା ଯାଇଥିବା ଅଭିଯୋଗ ହୋଇଛି ।ଅଧିକ ପଢନ୍ତୁ

ନିମାପଡ଼ାରେ ରାଜନୈତିକ ହିଂସା, କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା
ନିମାପଡ଼ାରେ ରାଜନୈତିକ ହିଂସା, କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା

ନିମାପଡ଼ାରେ ରାଜନୈତିକ ହିଂସା, କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା

ନିମାପଡ଼ା:ପୁରୀ ଜିଲ୍ଲା ନିମାପଡ଼ାରେ ନିର୍ବାଚନୀ ହିଂସା । କଂଗ୍ରେସ କାର୍ଯ୍ୟାଳୟ ଭଙ୍ଗାରୁଜା, ପୋଡ଼ିଲେ କଂଗ୍ରେସ ବ୍ୟାନର ।ରାଜ୍ୟ ରାଜନୀତିରେ ନିମାପଡ଼ା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । ଏବେ ଠାରୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି । ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ଆଶାୟୀ ପାର୍ଥୀମାନଙ୍କ ଉତ୍କଣ୍ଠା ସେତିକି ବଢ଼ିବାରେ ଲାଗିଛି । କିଭଳି ନିର୍ବାଚନ ବୈତରଣୀ ପାରି ହେବେ ରଣନୀତି ସେଥି ପାଇଁ ସବୁ ଦଳ ପ୍ରସ୍ତୁତ ଚଳାଇ ଥିଲାବେଳେ ଏବେ ନିମାପଡ଼ାରେ ଦେଖା ଦେଲାଣି ରାଜନୈତିକ ହିଂସା । କଂଗ୍ରେସ ଅଫିସ ଆଗରେ କିଛି ଦୁର୍ବୃତ୍ତ କଂଗ୍ରେସ ବ୍ୟାନର ପୋଡ଼ିବା ସହ ବ୍ୟପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।

ଶ୍ୟାମସୁନ୍ଦରପୁରରେ ଥିବା କଂଗ୍ରେସ କାର୍ଯ୍ୟାଳୟ ଭଙ୍ଗାରୁଜା । ଗତକାଲି ବିଳମ୍ବିତ ରାତିରେ କିଛି ଯୁବକ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହିତ କଂଗ୍ରେସ ବ୍ୟାନର ପୋଡ଼ିଥିବା ଅଭିଯୋଗ ହୋଇଛି । କଂଗ୍ରେସ କାର୍ଯ୍ୟାଳୟକୁ ଭଙ୍ଗା ରୁଜା କରିଛନ୍ତି ଦୁର୍ବୁତ୍ତ । ଦୁର୍ବୁତ୍ତ ମାନେ ଥଣ୍ଡା ଓ ମଦ ବୋତଲ କଂଗ୍ରେସ କାର୍ଯ୍ୟାଳୟକୁ ଫିଙ୍ଗି ଥିବାବେଳେ କାର୍ଯ୍ୟାଳୟ ଭିତରେ ଥିବା ଜଣେ କର୍ମଚାରୀ ଭୟଭୀତ ହୋଇ ପଡ଼ିଥିଲେ । ଏ ନେଇ ନିମାପଡ଼ା ଥାନାରେ ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ସିଦ୍ଧାର୍ଥ ରାଉତରାୟ ।

ବିଜେଡ଼ି ନିର୍ବାଚନ ହାରିଯିବା ଭୟରେ ଏଭଳି ହୀନ କାର୍ଯ୍ୟ କରିଥିବା କହିଛନ୍ତି ସିଦ୍ଧାର୍ଥ ରାଉତରାୟ । ଏଭଳି ଅପରାଧୀକ କାର୍ଯ୍ୟକଳାପ ଘଟଣାଇ କ'ଣ ବିଜେଡ଼ି ଜିତି ଯିବ କି ବୋଲି ପ୍ରଶ୍ନ କରିଛନ୍ତି ସେ । ସେପଟେ ଥାନା ଅଧିକାରୀ ବାମଦେବ ସ୍ବାଇଁ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିବା ସହିତ ଶୀଘ୍ର ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଏହି ଘଟଣାକୁ କଂଗ୍ରେସ ନେତା ସିଦ୍ଧାର୍ଥ ରାଉତରାୟ ଦୃଢ଼ ନିନ୍ଦା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ......ବଢ଼ିଲା ଲ' ଅଫିସରଙ୍କ ଦୈନିକ ଓ ରେଟେନର ଫି

ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି 46ଟି ପଞ୍ଚାୟତ ସହିତ ନିମାପଡା ଏନ.ଏ.ସି । ସେଥି ମଧ୍ୟରୁ ନିମାପଡା ବ୍ଲକ ଅଧୀନ ସମସ୍ତ 32 ଗୋଟି ପଞ୍ଚାୟତ ସହିତ ନିମାପଡା ଏନ. ଏ. ସି ଏବଂ ଗୋପ ବ୍ଲକ 14ଟି ପଞ୍ଚାୟତ ରହିଛି ।ଏ ଥିରେ ବିଜେଡ଼ି ଲଗାତାର ୩ଥର ବିଜୟୀ ହୋଇଥିବା ବେଳେ ବିଜେପି ଏବଂ କଂଗ୍ରେସ ପାରଜୟର ଶିକାର ହେଉଛନ୍ତି ।

ଇଟିଭି ଭାରତ, ନିମାପଡା

ABOUT THE AUTHOR

...view details