ଭୁବନେଶ୍ବର:ନିର୍ବାଚନ ପରେ ଦୁର୍ବଳ ହେବାରେ ଲାଗିଛି ଓଡ଼ିଶା କଂଗ୍ରେସ । ମୁରବି ଛେଉଣ୍ଡ ହେବାରେ ଲାଗିଛି ଓଡିଶା ପ୍ରଦେଶ କଂଗ୍ରେସ କମିଟି । ଯଦିଓ ପିସିସି ସଭାପତି ଅଛନ୍ତି ,ହେଲେ ସେ ମଧ୍ୟ 'କିଂ କର୍ତ୍ତବ୍ୟବିମୁଢ' । ଚଳିତ ନିର୍ବାଚନରେ ଦଳର ଦୟନୀୟ ପ୍ରଦର୍ଶନ ପରେ କଂଗ୍ରେସରେ ଏବେ ଦେଖା ଦେଇଛି ଭୀଷଣ ଅନ୍ତଃକନ୍ଦଳ ।
POLITICAL ANALYST RAVI DAS REACTION ON ODISHA CONGRESS (ETV Bharat Odisha) ନେତୃତ୍ୱକୁ ଚ୍ୟାଲେଞ୍ଜ କରି ମାନସ ଚୌଧୁରୀ,ପ୍ରକାଶ ମିଶ୍ର ,ନରେଶ ମହାନ୍ତି, ଶ୍ରୀୟସ୍ମିତା ପଣ୍ଡା ଭଳି ଯୁବ ନେତାମାନେ ବଳି ପଡିଗଲେ । ନିର୍ବାଚନ ପରିଚାଳନାରେ ସ୍ୱଚ୍ଛତା ନାହିଁ । ମନ ଇଚ୍ଛା ଟିକଟ ବଣ୍ଟନ ହୋଇଛି । ଦଳ ପକ୍ଷରୁ ଆସିଥିବା ଟଙ୍କାର ହେରଫେର୍ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ପ୍ରଭାରୀ ଅଜୟ କୁମାର ବୋଲି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସରୁ ବହିଷ୍କୃତ ନେତା ମାନସ ଚୌଧୁରୀ । କଂଗ୍ରେସରୁ 5 ଜଣ ପଦାଧିକାରୀ ବହିଷ୍କାର ହେବା ପରେ କଂଗ୍ରେସ ଭବନରେ ଝୁଲୁଛି ତାଲା ।
ରାଜନୀତି ସମୀକ୍ଷକ ରବି ଦାଶ କହିଛନ୍ତି ଯେ, କଂଗ୍ରେସରେ ଏବେ ଅଚଳାବସ୍ଥା ଲାଗି ରହିଛି । ଫଳରେ ଦିନକୁ ଦିନ କଂଗ୍ରେସର ମର୍ଯ୍ୟାଦା କ୍ଷୁର୍ଣ୍ଣ ହେବାରେ ଲାଗିଛି । ଯାହାକୁ ନେଇ ଦଳ ଭିତରେ ତୀବ୍ର ଅସନ୍ତୋଷର ଦାନା ବାନ୍ଧୁଥିବା ବେଳେ AICC ଓଡିଶା ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ ଓଡ଼ିଶାରେ ପ୍ରଦେଶ କଂଗ୍ରେସ ପୁନର୍ଗଠିତ ହେଉ । ନହେଲେ କଂଗ୍ରେସ ଆଉ ଉଠି ପାରିବ ନାହିଁ । ପିସିସି ପୁନର୍ଗଠନ ହେଲେ ଦାୟିତ୍ୱରେ ଥିବା ନେତାମାନେଙ୍କୁ କଂଗ୍ରେସ ସଂଗଠନ କାର୍ଯ୍ୟରେ ଲଗାଇବା । 14 ଜଣ ବିଧାୟକ ଥିଲେ ବି ସଂଗଠନ ଉପରେ ଗୁରୁତ୍ୱ ଦେବ ଦଳ । ଯେଉଁମାନେ 10 ହଜାରରୁ କମ୍ ଭୋଟ ପାଇ ହାରିଥିବା ପ୍ରାର୍ଥୀମାନଙ୍କୁ ଦଳ ଗୁରୁଦାୟିତ୍ୱ ଦେବା ଦରକାର ।
ଏହା ମଧ୍ୟ ପଢନ୍ତୁ .....ନୂଆ ଏନ୍ଏସି ଓ ମ୍ୟୁନିସପାଲିଟି ଗଠନର ନାହିଁ ସରକାରୀ ରେକର୍ଡ: ନଗର ଉନ୍ନୟନ ମନ୍ତ୍ରୀ - New NAC and Municipality Record
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜାତୀୟସ୍ତରରେ କଂଗ୍ରେସର ଯେଉଁଭଳି ପତିଆରା ବୃଦ୍ଧି ପାଉଛି ଓଡ଼ିଶାରେ ତାହା ହେଉନାହିଁ । ଗତ ନିର୍ବାଚନରେ ଯଦିଓ ପୂର୍ବ ନିର୍ବାଚନ ଅପେକ୍ଷା ଭଲ ପ୍ରଦର୍ଶନ ହୋଇଛି । କଂଗ୍ରେସର ଭୋଟ ହାର ମଧ୍ୟ ଗତ ନିର୍ବାଚନରେ ହ୍ରାସ ପାଇଛି । କଂଗ୍ରେସ ସଭାପତି ନିଜେ ଏହାର ଅନୁସନ୍ଧାନ କରିବା ପାଇଁ ଦାଇତ୍ୱ ନେବା କଥା ।ଦଳର ସଂଗଠନକୁ ଅଧିକ ସୁଦୃଢ କରିବାକୁ ହେବ । ଓଡ଼ିଶା କଂଗ୍ରେସ ଯେଉଁଭଳି ଭାବରେ ଏବେ ନିମ୍ନଗାମୀ ପଥରେ ଗତି କରୁଛି । ଯଦି ଏମିତି ଚାଲେ ତାହେଲେ କଂଗ୍ରେସ ନିଜର ଅସ୍ତିତ୍ବ ହରାଇବ ।
ଇଟିଭି ଭାରତ, ଭୁବନେଶ୍ବର