ଓଡିଶା

odisha

ETV Bharat / state

ପ୍ରବାସୀ ଭାରତୀୟ ଦିବସ ପାଇଁ ସୁରକ୍ଷା: ସରିଲା ମକଡ୍ରିଲ, ଜଗିବେ ୯୦ ପ୍ଲାଟୁନ ଫୋର୍ସ - PRAVASI BHARATIYA DIVAS

ପ୍ରବାସୀ ଭାରତୀୟ ଦିବସ ପାଇଁ ପୋଲିସର ଆଣ୍ଟି କମ୍ବାଟ ଅପରେସନ । ସରିଲା ମକଡ୍ରିଲ ସେପଟେ ଏନେଇ ଭୁବନେଶ୍ୱରରେ ୯୦ ପ୍ଲାଟୁନ ପୋଲିସ ମୁତୟନ ରହିବେ ।

Security arrangement mock drill  for Pravasi Bharatiya Divas
Security arrangement mock drill for Pravasi Bharatiya Divas (ETV Bharat Odisha)

By ETV Bharat Odisha Team

Published : Jan 5, 2025, 11:06 PM IST

ଭୁବନେଶ୍ୱର:ଓଡ଼ିଶାରେ ଆୟୋଜନ ହେବାକୁ ଯାଉଛି 18ତମ ପ୍ରବାସୀ ଭାରତୀୟ ଦିବସ । ଏହି ଦିବସରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ହେବିଓ୍ବେଟ ସାମିଲ ହେବାକୁ ଯାଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ପ୍ରସ୍ତୁତି ଜୋରଦାର ରହିଛି । ଆଜି ସୁରକ୍ଷା ବ୍ୟବସ୍ଥାକୁ ନେଇ ମକଡ୍ରିଲ କରିଛି କମିଶନରେଟ ପୋଲିସ ।

ଜାନୁଆରୀ 8 ତାରିଖରୁ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ । ଭୁବନେଶ୍ୱରକୁ ବିଶ୍ୱର ବିଭିନ୍ନ କୋଣ ଅନୁକୋଣରେ ରହୁଥିବା ଭାରତୀୟମାନଙ୍କ ସୁଅ ଛୁଟିବ । ଏହିସହ ଏହି ଦିବସରେ ସାମିଲ ହେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ହେବିଓ୍ବେଟ । ତେବେ ଏନେଇ ରାଜଧାନୀରେ ଚାଲିଛି ବଡଧରଣର ସୁରକ୍ଷା ପ୍ରସ୍ତୁତି। କୌଣସି ଅଘଟଣକୁ ଏଡାଇବା ପାଇଁ ପୋଲିସ ପକ୍ଷରୁ ଆଣ୍ଟି କମ୍ବାଟ ଅପରେସନର ମକଡ୍ରିଲ କରାଯାଇଛି ।

Security arrangement mock drill for Pravasi Bharatiya Divas (ETV Bharat Odisha)

ସୁରକ୍ଷା ବ୍ୟବସ୍ଥା କଡାକଡି

ଏୟାରପୋର୍ଟ, ରାଜଭବନ, ଜନତା ମଇଦାନ, ତାରକା ହୋଟେଲ ସମେତ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥଳଗୁଡିକରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି । ହୋଟେଲ ଗୁଡିକରେ ହେବିଓ୍ବେଟମାନଙ୍କର ରହଣି ନିମନ୍ତେ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଜନତା ମଇଦାନରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସର କାର୍ଯ୍ୟକ୍ରମ ସ୍ଥଳରେ ଆଜି (ରବିବାର) ପୋଲିସ ପକ୍ଷରୁ ଆଣ୍ଟି କମ୍ବାଟ ଅପରେସନ କରାଯାଇଛି । ଓଡ଼ିଶା ପୋଲିସର କାଉଣ୍ଟର ଟେରରିଷ୍ଟ ସ୍କ୍ୱାର୍ଡ, ସ୍ପେଶାଲ ଟାକ୍ଟିକାଲ ୟୁନିଟ୍, ବମ୍ ସ୍କ୍ୱାର୍ଡ, ଡଗ ସ୍କ୍ୱାର୍ଡ ମିଳିତ ଭାବେ ଆଣ୍ଟି କମ୍ବାଟ ଅପରେସନର ମକଡ୍ରିଲ କରିଛନ୍ତି ।

Security arrangement mock drill for Pravasi Bharatiya Divas (ETV Bharat Odisha)


ଆଣ୍ଟି କମ୍ବାଟ ଅପରେସନ

ପ୍ରବାସୀ ଭାରତୀୟ ଦିବସରେ ଅନେକ ହେବିଓ୍ବେଟ ସାମିଲ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆତଙ୍କୀ ହମଲା କିମ୍ବା ସେଭଳି କିଛି ଘଟଣା ଘଟିଲେ ଏହାର ମୁକାବିଲା କରିବା ପାଇଁ ଆଣ୍ଟି କମ୍ବାଟ ଅପରେସନ କରାଯାଇଛି । ଜନତା ମଇଦାନର ଚତୁଃପାର୍ଶ୍ୱରେ ସେଭଳି କିଛି ଆତଙ୍କୀ କାର୍ଯ୍ୟକଳାପ ଘଟିଲେ ତାର କିଭଳି ମୁକାବିଲା କରିହେବ କିମ୍ବା କିଭଳି ରୋକାଯିବ ତାହାର ଆଜି ମକଡ୍ରିଲ କରାଯାଇଛି । ଟେରୋରିଷ୍ଟ ସ୍କ୍ୱାର୍ଡ, ସ୍ପେଶାଲ ଟାକ୍ଟିକାଲ ୟୁନିଟ୍, ବମ୍ ସ୍କ୍ୱାର୍ଡ, ଡଗ ସ୍କ୍ୱାର୍ଡ, ଅଗ୍ନିଶମ ବିଭାଗ କିଭଳି କାର୍ଯ୍ୟ କରିବେ ସେନେଇ ରିହରସଲ କରାଯାଇଛି । ପୋଲିସ ଡିଜି ଓ୍ବାଇ ବି ଖୁରାନିଆ ଉପସ୍ଥିତ ରହି ଏହାର ତଦାରଖ କରିଥିଲେ ।

Security arrangement mock drill for Pravasi Bharatiya Divas (ETV Bharat Odisha)


ମୁଖ୍ୟଶାସନ ସଚିବ ଓ ଡିଜିଙ୍କ ତଦାରଖ

ଆଜି ମୁଖ୍ୟଶାସନ ସଚିବ ମନୋଜ ଆହୁଜା ଓ ପୋଲିସ ଡିଜି ଓ୍ବାଇ ବି ଖୁରାନିଆ, ଜନତା ମଇଦାନରେ ପହଞ୍ଚି ଟିମ ସହ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବା ସହ ତଦାରଖ କରିଥିଲେ । ଅତିଥି ଓ ଭିଭିଆଇପିମାନଙ୍କର ପ୍ରବେଶ ପଥ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କରାଯାଇଥିବା ଷ୍ଟେଜ, ଖାଇବା ପିଇବା ସ୍ଥାନଗୁଡିକର ମଧ୍ୟ ଯାଞ୍ଚ କରିଥିଲେ ।

Security arrangement mock drill for Pravasi Bharatiya Divas (ETV Bharat Odisha)

ଜଗିବେ ୯୦ପ୍ଲାଟୁନ

ଏନେଇ ଟ୍ୱିନସିଟି ଭୁବନେଶ୍ୱର ଓ କଟକରେ ୯୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ରାଜ୍ୟ ପୋଲିସର ୬୦ ପ୍ଲାଟୁନ ସମେତ ସେଣ୍ଟ୍ରାଲ ଫୋର୍ସର ୩୦ପ୍ଲାଟୁନ ଫୋର୍ସ ବ୍ୟବସ୍ଥା କରାଯାଇଛି । ଏନେଇ ଟ୍ରାଫିକ ଠାରୁ ଆରମ୍ଭ କରି ପୋଲିସ ମୁତୟନ ପର୍ଯ୍ୟନ୍ତ ସମସ୍ତ ଡ୍ୟୁଟିରେ ରହିବାକୁ ଥିବା ଅଫିସର ଓ ପୋଲିସ କର୍ମଚାରୀମାନେ କଣ କଣ ପଦକ୍ଷେପ ନେବେ ସେନେଇ ଆଲୋଚନା କରିଛନ୍ତି ପୋଲିସ କମିଶନର ।

Security arrangement mock drill for Pravasi Bharatiya Divas (ETV Bharat Odisha)
ଏନେଇ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି,"ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆତଙ୍କୀ କାର୍ଯ୍ୟକଳାପ ରୋକିବା ପାଇଁ ବ୍ୟବସ୍ଥା କରାଯାଇଛି, ଭିଆଇପି ସୁରକ୍ଷା, ଜନଗହଳିକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ । ବାହାରୁ 40 ପ୍ଲାଟୁନ ଫୋର୍ସ ଓ 100ରୁ ଅଧିକ ଅଫିସର ଓ 12 କମ୍ପାନୀ ସେଣ୍ଟ୍ରାଲ ଫୋର୍ସ ମଗାଯାଇଛି । ସାଇବର ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ଟ୍ରାଫିକ ପରିଚାଳନାକୁ ମଧ୍ୟ ଗୁରୁତ୍ୱ ଦିଆଯିବ ।"

ପ୍ରବାସୀଙ୍କ ୧୪୦ ଲିଏଜନ ଅଫିସର

Security arrangement mock drill for Pravasi Bharatiya Divas (ETV Bharat Odisha)

ଆମନ୍ତ୍ରିତ ପ୍ରବାସୀମାନଙ୍କୁ ଏୟାରପୋର୍ଟରେ ସ୍ୱାଗତ କରିବାଠୁ ନେଇ ସେମାନଙ୍କ ଫେରିବା ପର୍ଯ୍ୟନ୍ତ ସେମାନଙ୍କ ସହ ଜଣେ ଲେଖାଏଁ ଅଫିସର ନିୟୋଜିତ ରହିବେ । ଏନେଇ ୫୦୦ ଅଫିସରଙ୍କ ମଧ୍ୟରୁ ୧୪୦ଜଣଙ୍କୁ ଲିଏଜନ ଅଫିସର ଭାବେ ଚୟନ କରାଯାଇଛି । ସେମାନଙ୍କ ମଧ୍ୟରେ ଓଏଏସ, ଓଏଫଏସ ରାଙ୍କର ଅଫିସର ରହିଛନ୍ତି । ଅନେକ ନବନିଯୁକ୍ତ ଅଫିସର ମଧ୍ୟ ରହିଛନ୍ତି । ସେମାନଙ୍କୁ ତାଲିମ ଦେଇଛନ୍ତି ଗୃହ ସଚିବ ସତ୍ୟବ୍ରତ ସାହୁ ଓ ବୈଦେଶିକ ମନ୍ତ୍ରଣାଳୟ ସଚିବ ଅଙ୍କନ ବାନାର୍ଜୀ । ଅତିଥିମାନଙ୍କୁ ଓଡ଼ିଶାର ବିଭିନ୍ନ କଳା ଓ ପର୍ଯ୍ୟଟନ ବିଷୟରେ ଅବଗତ କରାଇବେ । ସେହିପରି ୧୫ଜଣ ନବ ନିଯୁକ୍ତ ଆଇପିଏସ ଅଫିସର ମଧ୍ୟ ନିୟୋଜିତ କରାଯାଇଛି ।

ଏହାମଧ୍ୟ ପଢନ୍ତୁ...

କାଲିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜୟଶଙ୍କର, ବୁଲିବେ ପୁରୀ-କୋଣାର୍କ

ପ୍ରବାସୀ ଭାରତୀୟ ଦିବସ: ଆସିବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ, ଶୃଙ୍ଖଳା ପାଇଁ ପ୍ରସ୍ତୁତି ଜୋରଦାର

କାଲିଠୁ ଏକାମ୍ର ଉତ୍ସବ, ପ୍ରବାସୀ ଭାରତୀୟ ଦେଖିବେ ଓଡ଼ିଆ ସଂସ୍କୃତି ଓ ଐତିହ୍ୟ

ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ ପାଇଁ ପ୍ରସ୍ତୁତ ପୁରୀ, ଉତ୍ତମ ଆତିଥ୍ୟ ଉପରେ ଗୁରୁତ୍ବ

ପ୍ରବାସୀ ଭାରତୀୟ ସାଉଁଟିବେ ଓଡ଼ିଶାର ପର୍ଯ୍ୟଟନର ଅନୁଭୂତି, ବୁଲିବେ ଚିଲିକା-ସାତପଡା

Security arrangement mock drill for Pravasi Bharatiya Divas (ETV Bharat Odisha)

ପୋଲିସ ଡିଜି ଓ୍ବାଇ ବି ଖୁରାନିଆ କହିଛନ୍ତି," କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ସମସ୍ତ ପ୍ରକାର ଦିଗକୁ ନଜରରେ ରଖାଯାଇଛି । ଭିଆଇପି ସୁରକ୍ଷା ସହ ଟ୍ରାଫିକ ଓ ଇଣ୍ଟେଲିଜେନସ ଓ ଅନ୍ୟାନ୍ୟ ସନ୍ଦିଗ୍ଧ ଗତିବିଧି ପ୍ରତି ମଧ୍ୟ ଇଣ୍ଟେଲିଜେନସ ନଜର ରଖିଛି ।"

ଭୁବନେଶ୍ୱର, ଇଟିଭି ଭାରତ

ABOUT THE AUTHOR

...view details