ଭୁବନେଶ୍ବର: ଆସନ୍ତାକାଲି(ଶନିବାର) ୯ ଜିଲ୍ଲାରେ ହେବାକୁ ଯାଉଛି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ୬ଟି ଲୋକସଭା କ୍ଷେତ୍ର ସହ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ହେବ ଭୋଟ ଗ୍ରହଣ । ଏନେଇ ରାଜନୈତିକ ସମ୍ବେଦନତା ଓ ଆଇନଶୃଙ୍ଖଳା ଦୃଷ୍ଟିରୁ ସୁରକ୍ଷା ଉପରେ ଅଧିକ ଗୁରୁତ୍ଵ ଦିଆଯାଇଛି । କାରଣ ୨୧ ପ୍ରତିଶତ ବୁଥରେ ସମ୍ବେଦନଶୀଳ ରହିଛି । ଏନେଇ ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯାଉଥିବା କହିଛନ୍ତି ପୋଲିସ ଡିଜିପି । ପୋଲିସ ଡିଜି ଅରୁଣ ଷଡଙ୍ଗୀ କହିଛନ୍ତି, ଅନ୍ତିମ ପର୍ଯାୟ ନିର୍ବାଚନ ହେବାକୁ ଜିଲ୍ଲା ଗୁଡିକ ଉପକୂଳ ଜିଲ୍ଲାରେ ବିଶେଷ କରି ରାଜନୈତିକ ପ୍ରବଣତା ଓ ଆଇନଶୃଙ୍ଖଳା ଦୃଷ୍ଟିରୁ ଅଧିକ ସମ୍ବେଦନଶୀଳ ରହିଛି । 10882 ବୁଥରେ 8752 ସ୍ଥାନରେ ଭୋଟଗ୍ରଣ କରାଯିବ । 21 ପ୍ରତିଶତ କ୍ରିଟିକାଲ ବୁଥ ରହିଛି ଅର୍ଥାତ୍ ୨୨୮୦ଟି ବୁଥ ସମ୍ବେଦନଶୀଳ ରହିଛି । ପ୍ରତିଟି ମୁହୂର୍ତ୍ତରେ ବୁଥ ମାନଙ୍କର ସ୍ଥିତି ଉପରେ ନଜର ରଖାଯାଉଛି କିଛି ଅଘଟଣ ବା ଗଣ୍ଡଗୋଳ ହେଲେ ସେ ନେଇ ପରିସ୍ଥିତି ଦେଖି ଘଟଣା କ୍ରମ ଉପରେ ଫୋକସ ଦିଆଯାଉଛି ।
Poll Preparedness For Last Phase Polls (ETV Bharat Odisha) ଏହା ମଧ୍ୟ ପଢନ୍ତୁ ...କାହାର ହେବ ଉତ୍ତର-ଉପକୂଳ : 2019ରେ 4-2 ଥିଲେ ବିଜେଡି-ବିଜେପି, ଏଥର ହେବ କି ଫଟୋ ଫିନିସ୍ ? - LAST PHASE ELECTION IN ODISHA
ସମ୍ବେଦନଶୀଳ ବୁଥ ଉପରେ ସେଣ୍ଟ୍ରାଲ ଆର୍ମଡ ଫୋର୍ସର ଅଧ ସେକ୍ସନ ଲେଖାଏଁ ନଚେତ ଗୋଟେ ସେକ୍ସନ ଫୋର୍ସ ମୁତୟନ କରାଯାଉଛି । ଏନେଇ ସମୁଦାୟ 36ହଜାର ପୋଲିସ ନିୟୋଜିତ ରହିଛନ୍ତି । 126 କମ୍ପାନି ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ଓ 86 ପ୍ଲାଟୁନ ରାଜ୍ୟ ଆର୍ମଡ ପୋଲିସ ମୁତୟନ ରହିବେ । ଏନେଇ ୯ଟି ଜିଲ୍ଲା ପାଇଁ ୪୪ଜଣ ଅତିରିକ୍ତ ଏସପି ଓ ୯୯ଜଣ ଡିଏସପି, ୨୧୦ଜଣ ଇନସ୍ପେକ୍ଟର, ୨୫୧୦ଜଣ ଏସଆଇ ଓ ଏଏସଆଇ ସହ ୮୦୮୩ଜଣ ହୋମଗାର୍ଡ ସହ ୯୪୭୬ଜଣ କନଷ୍ଟେବଳ ନିୟୋଜିତ ହେବେ । ୮୪୩ଟି ମୋବାଇଲ ପାର୍ଟି ଅଧିକ ସକ୍ରିୟ ଭାବେ ୧୦ରୁ ୧୨ବୁଥ ଉପରେ ନଜର ରଖିବେ । ଏଥି ସହିତ ସିଏପିଏଫର କମାଣ୍ଡର ମାନଙ୍କୁ ନେଇ ମଧ୍ୟ ୩୪ଟି ମୋବାଇଲ ପାଟ୍ରୋଲିଂ ପାର୍ଟି ଗଠନ କରାଯାଇଛି, ଯେଉଁମାନେ କି ସମ୍ବେଦନଶୀଳତା ବୁଥ ଉପରେ ନଜର ରଖିବେ ।
ପ୍ରତିଟି ଜିଲ୍ଲାକୁ ୫ରୁ ୬ଟି ସେକ୍ଟର ଭାବେ ବିଭାଜିତ କରି ସେକ୍ଟର ଅଫିସର ନଜର ରଖିବେ । ଏଯାବତ ଏହି ସବୁ ଜିଲ୍ଲା ଅଞ୍ଚଳରେ ୩୬ଟି ନିର୍ବାଚନ ଜନିତ ଗଣ୍ଡଗୋଳ ଓ ଏମସିସି ଉଲ୍ଲଙ୍ଘନ କେସ ହେବା ସହ ୪୯ଜଣଙ୍କୁ ଗିରଫ କରାଯାଇଛି । ୧୩ଟି ଷ୍ଟ୍ରଙ୍ଗ ରୁମ ଚୟନ କରାଯାଇ ସେ ସବୁ ସ୍ଥାନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଇଭିଏମ ରଖିବା ପାଇଁ ସୁରକ୍ଷା ବ୍ୟବସ୍ଥା କରଯାଇଛି । ସେହିପରି କିଛି ପ୍ରାର୍ଥୀଙ୍କ ଅନୁରୋଧ କ୍ରମେ କିଛି ସୁରକ୍ଷା ଦୃଷ୍ଟିରୁ ଏନେଇ ଜିଲ୍ଲା ଏସପି ଓ ଅବଜର୍ଭରଙ୍କର ସହ ଆଲୋଚନା କରି ଏଦିଗରେ ମଧ୍ୟ ବିଶେଷ ପଦକ୍ଷେପ ନିଆଯାଉଛି । ଗଣ୍ଡଗୋଳ ବା ସେଭଳି ହିଂସା ପ୍ରବଳ ଅଞ୍ଚଳ ଉପରେ ଅଧିକ ନଜର ରଖାଯାଇଛି । ସାମ୍ପ୍ରଦାୟିକ ଗଣ୍ଡଗୋଳ ବା ସେଭଳି ପରିସ୍ଥିତି ଉପୁଜିଲା ଭଳି ପରିସ୍ଥିତି ଉପରେ କଠୋର ଭାବେ ମନିଟର କରାଯାଉଛି ଓ ପ୍ରାଧାନ୍ୟ ଦିଆଯାଉଛି ।
ଇଟିଭି ଭାରତ, ଭୁବନେଶ୍ବର