ସମ୍ବଲପୁର:ସମ୍ବଲପୁର ପୀରବାବା ଛକରେ ବୋମାମାଡ଼ ଘଟଣାର ପର୍ଦ୍ଦାଫାସ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିଲା ଏହି ବୋମାମାଡ଼ । ମୁ୍ଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ସମ୍ବଲପୁର ପୋଲିସ । ତେବେ ଅଭିଯୁକ୍ତ ଜଣକ ସମ୍ବଲପୁର କ୍ଷେତରାଜପୁର ଥାନା ଅନ୍ତର୍ଗତ ବଡ଼ବଜାରର ସୁନାରୀ ପଡା ଅଞ୍ଚଳ ଅଭିଳାଷ ମିଶ୍ର ବୋଲି ସମ୍ବଲପୁର ଏସପି ମୁକେଶ ଭାମୁ ସୂଚନା ଦେଇଛନ୍ତି l ଏଥିସହ ଅଭିଯୁକ୍ତ ଘରୁ ବୋମା ତିଆରି ସାମଗ୍ରୀ ଜବତ ହୋଇଛି l
ଅନ୍ୟପଟେ ଏହି ଘଟଣାରେ କୌଣସି ସାମ୍ପ୍ରଦାୟିକ ମାମଲା ନଥିବା ବେଳେ ଅଭିଯୁକ୍ତ ନିଜେ ବୋମା ତିଆରି କରିଥିବା ଏସପି କହିଛନ୍ତି l ତେବେ ସମ୍ବଲପୁର ଏସପିଙ୍କ ସୂଚନା ମୁତାବକ, ଅଭିଳାଷ ନିଜ ବାପାଙ୍କ ପ୍ରତି ହୋଇଥିବା ଅପମାନର ପ୍ରତିଶୋଧ ନେବା ପାଇଁ ଏହି ବୋମାମାଡ଼ କରିଥିଲା । ସୁଶିଲ ପାଇକା ନାମକ ଜଣେ ବ୍ୟକ୍ତି ଅଭିଳାଷଙ୍କ ବାପାଙ୍କୁ ଅପମାନିତ କରିଥିଲା । ତେଣୁ ଏହାର ପ୍ରତିଶୋଧ ନେବା ପାଇଁ ବୋମାମାଡ ହୋଇଥିଲା । ସୁଶୀଲ ପାଇକା ଇନଷ୍ଟଗ୍ରାମରେ "ମେମ୍ବର ଅଫ ସମ୍ବଲପୁର ମାଫିଆ ଗ୍ୟାଙ୍ଗ" ନାମରେ ଆକାଉଣ୍ଟ ଖୋଲିଛି l ତେଣୁ ଅଭିଳାଷ ଵମ ତିଆରି କରି ବମ ଉପରେ ସମ୍ବଲପୁର ମାଫିଆ ଗ୍ୟାଙ୍ଗର ନାମ ଲେଖି ଏହି ବୋମାମାଡ଼ କରି ପରୋକ୍ଷରେ ସୁଶୀଲ ପାଇକାକୁ ଫସାଇବାକୁ ଚେଷ୍ଟା କରିଥିଲେ ବୋଲି ଏସପି ସୂଚନା ଦେଇଛନ୍ତି l
ଏହା ମଧ୍ୟ ପଢନ୍ତୁ-ଅଶାନ୍ତ ହେଲା ସମ୍ବଲପୁର, ଧର୍ମ ଅନୁଷ୍ଠାନ ସମ୍ମୁଖରେ ବୋମା ମାଡ଼