ଭୁବନେଶ୍ବର: ଓଡ଼ିଶାରେ 28 ହଜାର 987 କୋଟି ଟଙ୍କାର ବିଦ୍ୟୁତ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫେବୃଆରୀ 3 ତାରିଖ ଓଡ଼ିଶା ଗସ୍ତରେ ଆସି ଦୁଇଟି ଥର୍ମାଲ ପାୱାର ପ୍ରକଳ୍ପର ଲୋକାର୍ପଣ କରିବା ସହ ଗୋଟିଏ ବିଦ୍ୟୁତ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଏନଟିପିସି କର୍ତ୍ତୃପକ୍ଷ ।
ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଓଡ଼ିଶାରେ 28 ହଜାର 987 କୋଟି ଟଙ୍କାର ବିଦ୍ୟୁତ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫେବୃଆରୀ 3 ତାରିଖ ଓଡ଼ିଶା ଗସ୍ତରେ ଆସି ଦୁଇଟି ଥର୍ମାଲ ପାୱାର ପ୍ରକଳ୍ପର ଲୋକାର୍ପଣ କରିବା ସହ ଗୋଟିଏ ବିଦ୍ୟୁତ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । 2800 ମେଗାୱାଟ କ୍ଷମତା ବିଶିଷ୍ଟ ଏନଟିପିସି ଦର୍ଲିପାଲି ସୁପର ଥର୍ମାଲ ପାୱାର ଷ୍ଟେସନ ଏବଂ 1250 ମେଗାୱାଟ କ୍ଷମତା ବିଶିଷ୍ଟ ଏନଏସପିସିଏଲ ରାଉରକେଲା ପିପି-୨ ସମ୍ପ୍ରସାରଣ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ମୋଦି । ଏହା ସହ 2660 ମେଗାୱାଟ କ୍ଷମତା ବିଶିଷ୍ଟ ଏନଟିପିସି ତାଳଚେର ଥର୍ମାଲ ବିଦ୍ୟୁତ ପ୍ରକଳ୍ପ ଷ୍ଟେଜ-୩ ର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଏହି ସମସ୍ତ ପ୍ରକଳ୍ପ ନିମନ୍ତେ 28 ହଜାର 978 କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
ଅଧିକ ପଢନ୍ତୁ- ଉଦଘାଟନ ପାଇଁ ପ୍ରସ୍ତୁତ ଆଇଆଇଏମ ସମ୍ବଲପୁର, ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା
ଏନଟିପିସି କର୍ତ୍ତୃପକ୍ଷ ଆହୁରି କହିଛନ୍ତି ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଅବସ୍ଥିତ ଦର୍ଲିପାଲି ଏସଟିପିପି ହେଉଛି ସୁପରକ୍ରିଟିକାଲ ଜ୍ଞାନକୌଶଳ ସମ୍ପନ୍ନ ଏକ ପିଟ ହେଡ ପାଓ୍ବାର ଷ୍ଟେସନ । ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଗୁଜରାଟ ଏବଂ ସିକିମ ଭଳି ରାଜ୍ୟ ଗୁଡ଼ିକୁ କମ ମୂଲ୍ୟରେ ବିଜୁଳି ଯୋଗାଉଛି । ରାଉରକେଲା ଇସ୍ପାତ କାରଖାନା (ଆରଏସପି)ରେ ଏନଟିପିସି-ସେଲ ପାଓ୍ବାର କମ୍ପାନି ଲିମିଟେଡର ୨୫୦ ମେଗାଓ୍ବାଟ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି। ଯାହା ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗୁରୁତ୍ବପୂର୍ଣ ଇସ୍ପାତ କାରଖାନାକୁ ନିର୍ଭରଯୋଗ୍ୟ ଶକ୍ତି ପ୍ରଦାନ କରିବ ।