ଓଡିଶା

odisha

ETV Bharat / state

ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟର ଶିଳାନ୍ୟାସ, ରାଜ୍ୟ ପାଇବ 50ଭାଗ ବିଜୁଳି

Talcher Thermal Power Station: ଶିଳାନ୍ୟାସ ହେଲା ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁର ଗସ୍ତରେ ଆସି ଭର୍ଚ୍ଚୁଆଲରେ ଏହାର ଶିଳାନ୍ୟାସ କରିଛନ୍ତି । ଅଧିକ ପଢନ୍ତୁ

Talcher Thermal Power Plant
Talcher Thermal Power Plant

By ETV Bharat Odisha Team

Published : Feb 3, 2024, 8:53 PM IST

ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟର ଶିଳାନ୍ୟାସ

ଅନୁଗୋଳ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶନିବାର) ଓଡ଼ିଶା ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ତାଳଚେର ଏନଟିପିସି ଥର୍ମାଲ ବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଯାହାକୁ ନେଇ ତାଳଚେର ଥର୍ମାଲଠାରେ ପ୍ରକଳ୍ପର ସମସ୍ତ ଅଧିକାରୀ ଉପସ୍ଥିତ ରହି ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ କରିଥିବା ଶିଳାନ୍ୟାସକୁ ଦେଖିଵା ସହ ଏକ ସଭାର ଆୟୋଜନ କରିଥିଲେ ।

ସୂଚନା ଅନୁସାରେ ପୁରୁଣା ତାଳଚେର ଥର୍ମାଲ ଟିଟିପିଏସ ପ୍ଲାଣ୍ଟ ପରିସରରେ ବର୍ତ୍ତମାନ ତାଳଚେର ଥର୍ମାଲ ପାୱାର ପ୍ରୋଜେକ୍ଟ ଷ୍ଟେଜ-୩ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଯାହାକୁ ଏନଟିପିସି ୧୯୯୫ ମସିହାରେ ଓଡ଼ିଶା ରାଜ୍ୟ ବିଦ୍ୟୁତ ବୋର୍ଡଠାରୁ ଅଧିଗ୍ରହଣ କରିଥିବା ବେଳେ ୫୦ ବର୍ଷରୁ ଅଧିକ ହେବ ବିଦ୍ୟୁତ ଉତ୍ପାଦନ ପରେ ପ୍ଲାଣ୍ଟଟି ପୁରୁଣା ହୋଇଯାଇଥିବାରୁ ଏହାକୁ ବନ୍ଦ କରି ଦିଆଯାଇଥିଲା । ତେବେ ନିର୍ମାଣ ହେବାକୁ ଥିବା ଏହି ନୂତନ ପ୍ଲାଣ୍ଟରେ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ୧୩୨୦ ମେଗାୱାଟ ବିଜୁଳି ଉତ୍ପାଦନ ହେବ ଯାହା ଓଡିଶା ସମେତ ତାମିଲନାଡୁ ଗୁଜୁରାଟ ଓ ଆସାମକୁ କମ ମୂଲ୍ୟରେ ବିଜୁଳି ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏଥିରେ କମ କୋଇଲା ବ୍ୟବହାର ହେବାକୁ ଥିବାବେଳେ ପ୍ରଦୂଷଣର ମାତ୍ରା କମ ରହିବ ବୋଲି ଏନଟିପିସି କତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ- କାର୍ଯ୍ୟକ୍ଷମ ହେବ ତାଳଚେର ଥର୍ମାଲ ପାୱାର ଷ୍ଟେସନ, ସୂଚନା ଦେଲେ NTPCର CGM

ତାଳଚେର ଥର୍ମାଲ ପାୱାର ଷ୍ଟେସନ ବନ୍ଦ ହୋଇଯିବା ପରେ ସେଠାରେ ପୁଣି ଥରେ ନୂତନ ପ୍ଲାଣ୍ଟ ନିର୍ମାଣ ହେବ କି ନାହିଁ ସେନେଇ ସ୍ଥାନୀୟ ଜନସାଧାରଣ ଏବଂ କାମ କରୁଥିବା ଶତାଧିକ ଅସ୍ଥାୟୀ କର୍ମଚାରୀ ମାନଙ୍କ ମଧ୍ୟରେ ସନ୍ଦେହ ଥିଲା । ବନ୍ଦ ପ୍ଲାଣ୍ଟକୁ ଚଳାଇବାକୁ ଦାବି କରି ବହୁବାର ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବହୁ ବାଦବିବାଦ ପରେ କେନ୍ଦ୍ର ସରକାର ସେଠାରେ ୧୩୫୦ ମେଗାୱାଟ କ୍ଷମତା ବିଶିଷ୍ଟ ନୂତନ ପ୍ଲାଣ୍ଟ ନିର୍ମାଣ କରିବାକୁ ୧୧ହଜାର ୮୮୪କୋଟି ଟଙ୍କା ମଞ୍ଜୁରୀ ଦେଇଥିଲେ । ଏହାପରେ ସେଠାରେ ୬୨୦ ମେଗାୱାଟ କ୍ଷମତା ବିଶିଷ୍ଟ ଦୁଇଟି ୟୁନିଟ ନିର୍ମାଣ କରାଯିବା ନେଇ କାର୍ଯ୍ୟ ଆରମ୍ଭ ହୋଇଥିଲା।

ଗତ ୨୦୨୧ ମାର୍ଚ୍ଚ ମାସରେ ତାଳଚେର ଥର୍ମାଲ ପାୱାର ଷ୍ଟେସନ ବନ୍ଦ ହୋଇଥିବା ନେଇ ସୂଚନା ମିଳିଥିଲା । ପରିବେଶ ମଞ୍ଜୁରୀ ଶେଷ ହେଉଥିବାରୁ ପ୍ଲାଣ୍ଟ ବନ୍ଦ ହେବା ନେଇ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା । ଏନଟିପିସି ପରିଚାଳନାଧୀନ ଟିଟିପିଏସ କମ୍ପାନୀରୁ 420 ମେଗାୱାଟ ବିଜୁଳି ଉତ୍ପାଦିତ ହେଉଥିଲା । ପ୍ଲାଣ୍ଟ ବନ୍ଦକୁ ବିରୋଧ କରି ମଧ୍ୟ ଜିଲ୍ଲାରେ ଆନ୍ଦୋଳନ ହୋଇଥିଲା । ତାଳଚେର ତାପଜ ବିଦ୍ୟୁତ୍‌ କେନ୍ଦ୍ର ହେଉଛି ଦେଶର ଅନ୍ୟତମ ସର୍ବପୁରାତନ ତାପଜ ବିଦ୍ୟୁତ୍‌ କେନ୍ଦ୍ର । ଓଡ଼ିଶା ସରକାରଙ୍କ ଦ୍ୱାରା ସ୍ଥାପିତ ଏହି ତାପଜ ବିଦ୍ୟୁତ୍‌ କେନ୍ଦ୍ରର ଷ୍ଟେଜ୍‌-୧ (୨୪୦ ଏମ୍‌ଡବ୍ଲୁ) ୧୯୬୮ରେ ଏବଂ ୧୯୮୨ରେ ଷ୍ଟେଜ୍‌-୨ (୨୨୦ଏମ୍‌ଡବ୍ଲୁ) ଚାଲୁ ହୋଇଥିଲା ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details