ଓଡିଶା

odisha

ETV Bharat / state

ରାଜ୍ୟରେ 21 ଷ୍ଟେସନର ନବୀକରଣ, 50ରୁ ଅଧିକ ରେଲୱେ ଓଭରବ୍ରିଜ୍ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ - ଅମୃତ ଭାରତ ରେଳ ଷ୍ଟେସନ

Amrit Bharat Stations: ଓଡ଼ିଶାର 21 ରେଳ ଷ୍ଟେସନର ବଦଳିବ ରୂପରେଖ । 50 ରୁ ଅଧିକ ରେଲୱେ ଓଭରବ୍ରିଜର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ,

Amrit Bharat Stations
Amrit Bharat Stations

By ETV Bharat Odisha Team

Published : Feb 26, 2024, 2:54 PM IST




ଭୁବନେଶ୍ବର: ଅମୃତ ଭାରତ ରେଳ ଷ୍ଟେସନ ପୁନଃବିକାଶ ଯୋଜନା ଅଧିନରେ ଦେଶର 554 ଟି ରେଳ ଷ୍ଟେସନର ନବିକରଣ ପାଇଁ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶା ସମେତ 27ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଭିସି ଜରିଆରେ ଓଡ଼ିଶାରେ 21 ଷ୍ଟେସନର ନବୀକରଣ ଓ 50ରୁ ଅଧିକ ଓଭର ବ୍ରିଜର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ। ପଟିଆ ଏବଂ କଳାରାହାଙ୍ଗ ଠାରେ ରେଳ ଓଭର ବ୍ରିଜ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇଥିବା ବେଳେ ଭୁବନେଶ୍ଵର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଏବଂ ଶହ ଶହ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ ।

Amrit Bharat Stations

ପଟିଆ, କଳାରାହାଙ୍ଗ, ତରାବୋଇ, ଭୁଷଣ୍ଡପୁର ଠାରେ ନିର୍ମାଣ ହେବ ରେଳ ଓଭର ବ୍ରିଜ। ଏହି ଚାରୋଟି ରେଳ ଓଭର ବ୍ରିଜ ପାଇଁ 266 କୋଟି 30 ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୋଦି ସରକାର । ଭୁବନେଶ୍ଵର ସଂସଦୀୟ କ୍ଷେତରେ 4ଟି ଓଭର ବ୍ରିଜ ନିର୍ମାଣ ପାଇଁ ଦାବି କରାଯାଇଥିଲା। ପଟିଆ ରେଲୱେ ଲେଭଲ କ୍ରସିଂ ନିକଟରେ 68 କୋଟି 50 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ରେଲୱେ ଫ୍ଲାଏ ଓଭର ହେବ । ଆସନ୍ତାକାଲି (ମଙ୍ଗଳବାର) ଠାରୁ କାମ ଆରମ୍ଭ ହେବ । କଳାରାହାଙ୍ଗ ଠାରେ 70 କୋଟି 30 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହେବ ରେଳ ଓଭର ବ୍ରିଜ । ଏହି 4ଟି ଓଭର ବ୍ରିଜ ପାଇଁ ବହୁ ଦିନର ଦାବି ହୋଇ ଆସୁଥିଲା। ସମୁଦାୟ 41 ହଜାର କୋଟି ଟଙ୍କା ବ୍ୟୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ବର୍ଷରେ 554 ରେଳଷ୍ଟେସନ ଏବଂ 1500 ROB / RUBs ପ୍ରକଳ୍ପ ଗୁଡିକର ପୁନନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ପକାଇଛନ୍ତି।

ଏହା ମଧ୍ୟ ପଢନ୍ତୁ-ବଦଳିବ ଦେଶର 553ଟି ରେଳ ଷ୍ଟେସନର ରୂପରେଖ, ଆଜି ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଅମୃତ ଭାରତ ଯୋଜନା ଅଧୀନରେ ସମୁଦାୟ 3268 କୋଟି ବ୍ୟୟରେ ଓଡିଶାର 57 ଟି ଷ୍ଟେସନର ପୁନନିର୍ମାଣ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ, ଗତବର୍ଷ ଠାରୁ କିଛି ପ୍ରମୁଖ ଷ୍ଟେସନ ଗୁଡିକରେ କାର୍ଯ୍ୟ ଆରମ୍ଭ ହୋଇ ସାରିଛି। ଓଡିଶାରେ 900 କୋଟି ବ୍ୟୟ ଅଟକଳରେ ଆହୁରି 21ଟି ଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଯେଉଁଥିରେ ତାଲଚର, ରଘୁନାଥପୁର, ପାରାଦୀପ, କେନ୍ଦୁଝରଗଡ, ଝାରସୁଗୁଡାରୋଡ, ସମ୍ବଲପୁରସହର, ଟିଟଲାଗଡ, କେସିଙ୍ଗା, ପାରଳାଖେମୁଣ୍ଡି, କୋରାପୁଟ, ଜୟପୁର, ବିମଲାଗଡ, ଜାରୋଲି, ରାଇରଙ୍ଗପୁର, ପାନପୋଷ, ବାଲେଶ୍ୱର, ବେତନଟୀ, ଭଦ୍ରକ, ବେଲପାହାଡ଼, ବ୍ରଜରାଜନଗରଏବଂ ରାୟଗଡା ଷ୍ଟେସନ ଆଦି ରହିଛି। ଓଡ଼ିଶାର 21 ଟି ଷ୍ଟେସନ ଏବଂ 52 ଟି ରୋଡ୍ ଓଭରବ୍ରିଜ୍ ଏବଂ ଅଣ୍ଡର ପାସର ବିକାଶପାଇଁ 2320 କୋଟି ଟଙ୍କା ଖର୍ଚ୍ଚହେବ। ଓଡିଶାରେ ମୋଟ 409 ରୋଡ ଓଭର ବ୍ରିଜ୍ (ROB) ଏବଂ ରୋଡ୍ ଅଣ୍ଡର ବ୍ରିଜ୍ (RUBs) ନିର୍ମାଣ ହୋଇସାରିଛି ଏବଂ ରାଜ୍ୟରେ 220 ROB / RUBs ନିର୍ମାଣ କାର୍ଯ୍ୟ ଚାଲିଛି।

554 ରେଳ ଷ୍ଟେସନ ମଧ୍ୟରୁ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ 55 , ବିହାରରେ 49, ମହାରାଷ୍ଟ୍ରରେ 44, ପଶ୍ଚିମବଙ୍ଗରେ 37, ମଧ୍ୟପ୍ରଦେଶରେ 34, ଆସାମରେ 32, ଓଡିଶାରେ 25, ପଞ୍ଜାବରେ 22, ଗୁଜୁରାଟ ଏବଂ ତେଲେଙ୍ଗାନାରେ 21ଲେଖାଏଁ , ଝଡ଼ଖଣ୍ଡରେ 20, ଆନ୍ଧ୍ରପ୍ରଦେଶରେ 18 ଏବଂ ତାମିଲନାଡୁରେ 18, ହରିୟାଣାରେ 15, କର୍ଣ୍ଣାଟକରେ 13ଟି ଷ୍ଟେସନର ନବିକରଣ କରାଯିବ ।


ଇଟିଭି ଭାରତ, ଭୁବନେଶ୍ବର


ABOUT THE AUTHOR

...view details