ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନିରେନ୍ଦ୍ର ମୋଦିଙ୍କ ଆଜି ଭୁବନେଶ୍ବର ଗାଡକଣ ଶବରସାହିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଆବଣ୍ଟନ କରିଛନ୍ତି । ହିତାଧିକାରୀଙ୍କୁ ଚାବି ଦେଇ ଗୃହ ପ୍ରବେଶ କରାଇବା ସହ ଆବାସ ଯୋଜନାର ସୁବିଧାର ଉପଲବ୍ଧିକୁ ନେଇ ସିଧାସଳଖ ହିତାଧିକାରୀଙ୍କ ସହ କଥା ହୋଇଛନ୍ତି । ଆଉ ସେଠାରେ ଗାଁ ଲୋକଙ୍କ ସହ ଜଣ ଜଣ କରି କଥା ହେବା ସହ ଜନ୍ମଦିନ ପାଳିଛନ୍ତି ପ୍ରଧାନମନ୍ତ୍ରୀ । ଲୋକଙ୍କ ସହ ମିଶି ମାଟି କପରେ ଚା' ପିଇବା ଓ ତାଙ୍କ ସହ ବିସକେଟ ଖାଇଛନ୍ତି । ହିତାଧିକାରୀଙ୍କ ହାତ ତିଆରି କ୍ଷୀରି ଖାଇ ଜନ୍ମଦିନକୁ ଖୁସିରେ ପାଣିଛନ୍ତି ମୋଦି । ଆଜି ଜନ୍ମଦିନରେ ଗାଁ ପରିବେଶରେ ସାଧାରଣ ଜନତାଙ୍କ ସହ ମିଶି ଜନ୍ମଦିନ ପାଳିଥିବା ବେଳେ ବହୁତ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ।
PM Modi At Gadakana Sabar Sahi (ETV Bharat Odisha) କ୍ଷୀରି ଖାଇଲେ ପ୍ରଧାନମନ୍ତ୍ରୀ:
ତେବେ ଭୁବନେଶ୍ୱର ଗାଡକଣ ଶବରସାହି ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଜନାର ଶୁଭାରମ୍ଭ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରୁ କରିଥିଲେ । ଶୁଭାରମ୍ଭ ପୂର୍ବରୁ ମୋଦିଙ୍କୁ ଗାଁ ଲୋକ ପାରମ୍ପରିକ ଢଙ୍ଗରେ ପୁଷ୍ପ ଚନ୍ଦନ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । କେବଳ ସେତିକି ନୁହେଁ ଗାଁକୁ ପ୍ରବେଶ ପୂର୍ବରୁ ପାରମ୍ପରିକ ନୃତ୍ୟରେ କମ୍ପିଥିଲା ସାରା ଗାଁ ପରିବେଶ । କାରଣ ଗାଁର ଆରମ୍ଭରୁ କୋରାପୁଟର ନୃତ୍ୟଶିଳ୍ପୀମାନେ ପାରମ୍ପରିକ ବାଦ୍ୟ ଯନ୍ତ୍ର ସହ ତାଙ୍କ ପରମ୍ପରା ଝଲକରେ ନୃତ୍ୟରେ ନିଆରା ଢଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କରିଥିଲେ । ସ୍ୱାଗତ ପରେ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରୁ ପ୍ରଥମ ଗୃହ ପ୍ରବେଶ କରାଇଥିଲେ ପ୍ରଧାନମନ୍ତ୍ରୀ । ପ୍ରଥମେ ଗୃହ ପ୍ରବେଶ କରିସାରି ଘରେ ଥିବା ଠାକୁରଙ୍କୁ ଅର୍ଥାତ ଜଗନ୍ନାଥଙ୍କୁ ପୂଜା କରିଥିଲେ । ଆଉ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରେ ମୋଦିଙ୍କ ଜନ୍ମଦିନ ଅବସରରେ ବୋହୁ ସାଧବିଙ୍କ ଦ୍ୱାରା ପ୍ରସ୍ତୁର ଚାଉଳ କ୍ଷୀରି ଖାଇଥିଲେ ।
PM Modi At Gadakana Sabar Sahi (ETV Bharat Odisha) ମୋଦିଙ୍କୁ ପାଖରେ ପାଇଁ ଗାଡକଣବାସୀ ଖୁସି:
PM Narendra Modi AT Gadakana (ETV Bharat Odisha) ପରେ ତାଙ୍କ ଛୋଟ ଛୁଆକୁ ପରିବାରର ସଦସ୍ୟ ପରି କୋଳରେ ଧରିଲେ ଆଉ ତାଙ୍କୁ ଆବାସ ଯୋଜନାର ଉପଲବ୍ଧି ସମ୍ପର୍କରେ ପଚାରିଥିଲେ । ପରେ ପରେ ଛୋଟ ପିଲା ଗୁଡ଼ିଆ ତାଙ୍କୁ ଜନ୍ମଦିନର ଶୁଭେଛା ଜଣାଇବା ସହ ତାଙ୍କ ଠାରୁ ଫଟୋ ନେବା ସହ ତାଙ୍କୁ ପାଠ ପଢିବା କଥା ପଚାରିଥିଲେ । ସର୍ବୋପରି ଭୁବନେଶ୍ୱର ଗସ୍ତରେ ଆସି ପିଏମ ଆବାସ ଯୋଜନା ପାଇଥିବା ଲୋକଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିବା ବେଳେ ମୋଦିଙ୍କୁ ପାଖରେ ପାଇଁ ସମସ୍ତେ ବେଶ ଖୁସି ହୋଇଛନ୍ତି । ସମସ୍ତେ ଜନ୍ମଦିନର ଶୁଭେଛା ଜଣେଇଥିବା ବେଳେ ମଞ୍ଜୁ ନାୟକଙ୍କୁ ଅଟୋଗ୍ରାଫ ଦେଇଛନ୍ତି । କଥା ହେବା ଭିତରେ ପାଇଥିବା ଯୋଜନା ସହ ବାକିଥିବା ଯୋଜନାକୁ ପୁରା କରିବାର ପ୍ରତିଶୃତି ଦେଇଛନ୍ତି ମୋଦି । ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ ଗାଁର ପୁଅ ଭାବରେ କାମ କରିବି ବୋଲି ମୋଦି କହିଥିବା କହିଛନ୍ତି ଗ୍ରାମବାସୀ ।
PM Narendra Modi AT Gadakana (ETV Bharat Odisha) ସବୁ ହିତାଧିକାରୀ ଖୁବଶୀଘ୍ର ଘର ପାଇବେ:
PM Narendra Modi AT Gadakana (ETV Bharat Odisha) ସେପଟେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରକହିଛନ୍ତି, "ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନରେ ଲୋରକମାନଙ୍କ ଗୃହ ପ୍ରବେଶ କରାଇଲେ ଆଉ ଗାଁ ପରିବେଶରେ ଜନ୍ମଦିନ ପାଳିଲେ । ଏହା ଆମ ପାଇଁ ସୌଭାଗ୍ୟର ଦିନ ଏହା ଏକ ବିରଳ ଦୃଶ୍ୟ । ଏଠାରେ କ୍ଷୀରି ଖାଇଲେ ନିଶ୍ଚିତ ଏହା ଗ୍ରାମବାସୀଙ୍କ ପାଇଁ ଖୁସି କଥା । ଆଗକୁ ଅନ୍ୟ ସବୁ ହିତାଧିକାରୀ କିଭଳି ଖୁବଶୀଘ୍ର ଘର ପାଇବେ ତାର ପ୍ରତିଶୃତି ଦେଲେ ।" ସେହିପରି ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ କହିଛନ୍ତି, "ପ୍ରଧାନମନ୍ତ୍ରୀଙ୍କ ଆଜିର ଏ ଗସ୍ତ ହିତାଧିକାରୀଙ୍କ ପାଇଁ ନିଆରା ଅନୁଭୂତି । ପ୍ରଧାନମନ୍ତ୍ରୀ ତାଙ୍କର ଗୃହ ପ୍ରବେଶ କରାଇଥିବାରୁ ଲୋକମାନେ ବହୁତ ଖୁସି । ଆଜି ଶବର ସାହିର ୧୨୦ ଜଣଙ୍କ ମଧ୍ୟରୁ ୩୬ ଜଣ ହିତାଧିକାରୀ ଘର ପାଇଛନ୍ତି । ଆଗକୁ ଅନ୍ୟ ସମସ୍ତ ହିତାଧିକାରୀ କିଭଳି ଘର ପାଇବେ ତାର ବ୍ୟବସ୍ତା ସରକାର ଖୁବଶୀଘ୍ର କରିବେ ।"
PM Narendra Modi AT Gadakana (ETV Bharat Odisha) ଇଟିଭି ଭାରତ, ଭୁବନେଶ୍ବର