ଓଡିଶା

odisha

ETV Bharat / state

ସୁଦର୍ଶନଙ୍କ ବାଲୁକା କଳାକୁ ଭୂୟସୀ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

PM Modi appreciates Sudarsan Patnaik's sand art: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ଅବସରରେ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ପ୍ରସ୍ତୁତ ବାଲୁକା ଚିତ୍ରକଳାକୁ କଲେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 24, 2024, 10:38 AM IST

Updated : Jan 24, 2024, 1:59 PM IST

PM Modi appreciates Sudarsan Patnaik's sand art
ସୁଦର୍ଶନଙ୍କ ବାଲୁକା କଳାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ସୁଦର୍ଶନଙ୍କ ବାଲୁକା କଳାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପୁରୀ/ନୂଆଦିଲ୍ଲୀ:ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାକୁ ଭୂୟସୀ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଙ୍ଗଳବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 127ତମ ଜନ୍ମ ଜୟନ୍ତୀ ବା ପରାକ୍ରମ ଦିବସ ଅବସରରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ଦିଲ୍ଲୀର ଲାଲକିଲ୍ଲା ଠାରେ ନେତାଜୀଙ୍କ ଏକ ଆକର୍ଷଣୀୟ ବାଲୁକା ଚିତ୍ରକଳା ପ୍ରସ୍ତୁତ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କର ଏହି କଳାକୃତିକୁ ବୁଲି ଦେଖିବା ସହ ବାଲୁକା ଶିଳ୍ପୀଙ୍କୁ ଖୁବ୍ ପ୍ରଶଂସା କରିଥିଲେ ।

ଗତକାଲି (ମଙ୍ଗଳବାର) ସୁଭାଷ ଚନ୍ଦ୍ର ବୋଷଙ୍କ 127ତମ ଜନ୍ମ ଜୟନ୍ତୀ ଥିଲା । ନେତାଜୀଙ୍କୁ ମନେ ପକାଇ ଖ୍ୟାତିସମ୍ପନ୍ନ ଓଡ଼ିଆ ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଲାଲକିଲ୍ଲୀଠାରେ ୭ ଫୁଟ ଉଚ୍ଚର ଏକ ସୁନ୍ଦର ବାଲୁକା କଳାକୃତି ତିଆରି କରିଥିଲେ । ଏଥିରେ ୫୦୦ ଷ୍ଟିଲ ଗିନା ବ୍ୟବହାର କରାଯାଇଥିଲା । ସୁଦର୍ଶନ ବାଲୁକା କଳାରେ ଗିନାଗୁଡିକୁ ଖୁବ୍ ଆକର୍ଷଣୀୟ ଭାବେ ସଜାଇଥିଲେ । ଯାହାକି ନେତାଜୀଙ୍କ ବାଲୁକା ଚିତ୍ରକଳାକୁ ଆହୁରି ଆକର୍ଷଣୀୟ କରିଥିଲା ।

ଏହା ମଧ୍ୟ ପଢନ୍ତୁ:ଅଯୋଧ୍ୟାରେ ସୁଦର୍ଶନଙ୍କ ବାଲୁକା କଳା; ପ୍ରସ୍ତୁତ କଲେ ରାମଲାଲାଙ୍କ ବିଶାଳ କଳାକୃତି

ଏହା ମଧ୍ୟ ପଢନ୍ତୁ: ଆଜାଦ ହିନ୍ଦ୍‌ ଫୌଜର ପ୍ରତିଷ୍ଠାତା ନେତାଜୀଙ୍କ ୧୨୭ତମ ଜୟନ୍ତୀ ପାଳିତ

ପ୍ରଧାନମନ୍ତ୍ରୀ ମୋଦି ଏହି ବାଲୁକା କଳା ପରିଦର୍ଶନ କରି ଖୁସି ହୋଇଥିଲେ । ଏଥିପାଇଁ ସେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । ଏନେଇ ସୁଦର୍ଶନ କହିଛନ୍ତି, ''ପ୍ରଧାନମନ୍ତ୍ରୀ ମୋର ବାଲୁକା ଚିତ୍ରକଳା ଦେଖି ପ୍ରଶଂସା କରିବା ଅତ୍ୟନ୍ତ ଗର୍ବ ବିଷୟ । ପ୍ରଧାନମନ୍ତ୍ରୀ ମୋତେ ପ୍ରଥମେ ଜୟ ଜଗନ୍ନାଥ କହିବା ପରେ କେମିତି ଅଛନ୍ତି ବୋଲି ପଚାରିଥିଲେ । ତେବେ ସେ ମହାପ୍ରଭୁଙ୍କ କୃପାରୁ ଭଲ ଅଛନ୍ତି, ପ୍ରଧାନମନ୍ତ୍ରୀ ତାଙ୍କର ବାଲୁକା ଚିତ୍ରକଳା ଦେଖିବାକୁ ନିଜେ ଆସିଥିବାରୁ ସେ ବହୁତ୍ ଖୁସି ଓ ଗର୍ବ ଅନୁଭବ କରୁଛନ୍ତି ବୋଲି ପ୍ରତିକ୍ରିୟାରେ କହିଥିଲେ ।''

ସୁଦର୍ଶନ ପଟ୍ଟନାୟକ ଜଣେ ଖ୍ୟାତିସମ୍ପନ୍ନ ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ । ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମଧ୍ୟ ମିଳିଛି । ଦେଶ ବିଦେଶରେ ବାଲୁକା ଚିତ୍ରକଳା ପ୍ରତିଯୋଗିତାରେ ଭାଗ ନେଇ ସେ ଅନେକ ସମ୍ମାନର ଅଧିକାରୀ ହୋଇଛନ୍ତି । ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା ଚିତ୍ରକଳା ମାଧ୍ୟମରେ ଅନେକ ସମୟରେ ସମାଜକୁ ବିଭିନ୍ନ ସଚେତନତା ବାର୍ତ୍ତା ଦେଇଥାନ୍ତି । ନିକଟରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅବସରରେ ସେ ସେଠାରେ ପ୍ରଭୁ ରାମଚନ୍ଦ୍ରଙ୍କ ଆକର୍ଷଣୀୟ ବାଲୁକା କଳାକୃତି ପ୍ରସ୍ତୁତ କରିଥିଲେ ।

ଇଟିଭି ଭାରତ, ପୁରୀ

Last Updated : Jan 24, 2024, 1:59 PM IST

ABOUT THE AUTHOR

...view details