ଓଡିଶା

odisha

ETV Bharat / state

ଇଦ୍ ଉଲ୍-ଫିତରକୁ ନେଇ ଚଳଚଞ୍ଚଳ ମସଜିଦ, ସବୁଠି ଇଦ୍‌ ପାଳିତ - EID UL FITR 2024

Eid Al Fitr 2024: ଆଜି ମୁସଲମାନ ସମ୍ପ୍ରଦାୟଙ୍କ ପବିତ୍ର ପର୍ବ ଇଦ୍ ଉଲ୍-ଫିତର । ଇଦ ପାଇଁ ଉତ୍ସବ ମୁଖର ଖୋର୍ଦ୍ଧା ଏବଂ ରାଉରକେଲା ସହର । ମସଜିଦରେ ମୁସଲିମ ଧର୍ମାବଲମ୍ବୀମାନେ ସମୂହ ନମାଜ ପାଠ ସହ ପାଳୁଛନ୍ତି ଇଦ୍‌ ।

ଖୋର୍ଦ୍ଧା-ରାଉରକେଲାରେ ଧୁମଧାମରେ ଇଦ୍ ଉଲ୍-ଫିତର ପାଳିଲେ ଇସଲାମ ଧର୍ମାବଲମ୍ବୀ
ଖୋର୍ଦ୍ଧା-ରାଉରକେଲାରେ ଧୁମଧାମରେ ଇଦ୍ ଉଲ୍-ଫିତର ପାଳିଲେ ଇସଲାମ ଧର୍ମାବଲମ୍ବୀ

By ETV Bharat Odisha Team

Published : Apr 11, 2024, 12:48 PM IST

Updated : Apr 11, 2024, 1:44 PM IST

ଖୋର୍ଦ୍ଧା-ରାଉରକେଲାରେ ଧୁମଧାମରେ ଇଦ୍ ଉଲ୍-ଫିତର ପାଳିଲେ ଇସଲାମ ଧର୍ମାବଲମ୍ବୀ

ଖୋର୍ଦ୍ଧା-ରାଉରକେଲା:ଆଜି ହେଉଛି ଇଦ-ଉଲ-ଫିତର । ଦୀର୍ଘ ଏକ ମାସର ଉପବାସ ବ୍ରତ ରମଜାନର ଉଦଯାପନ ହୋଇଛି । ଏହି ପର୍ବ ପାଇଁ ପାଳନ ଉତ୍ସବ ମୁଖର ଖୋର୍ଦ୍ଧା ଏବଂ ରାଉରକେଲା ସହର । ସହରର ମୁସଲିମ ସମ୍ପ୍ରଦାୟର ଛୋଟ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ପର୍ବରେ ସାମିଲ ହୋଇଛନ୍ତି ।

ସକାଳୁ ରାଉରକେଲା ଇଦଗା ପଡ଼ିଆରେ ଏକତ୍ରିତ ହୋଇଥିଲେ ମୁସଲିମ ଧର୍ମାବଲମ୍ବୀ । ସମ୍ପୂର୍ଣ୍ଣ ପାରମ୍ପରିକ ଭାବରେ କୁର୍ତ୍ତା, ପାଇଜାମା ଏବଂ ଟୋପି ପିନ୍ଧି ଏକତ୍ରିତ ହୋଇ ସମସ୍ତ ମୁସଲିମ ଭାଇମାନେ ଇଦ ପାଳନ କରିଛନ୍ତି । ସକାଳେ ରାଉରକେଲା ପ୍ଲାଣ୍ଟସାଇଟ ରୋଡ଼ ସ୍ଥିତ ଇଦଗା ମୈଦାନରେ ବହୁ ସଂଖ୍ୟାରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଯୋଗ ଦେଇ ଇଦ୍ ନମାଜରେ ସାମିଲ ହୋଇଥିଲେ । ଇଦ୍ ମୁବାରକ୍‌ ଜଣାଇବାକୁ ଅନ୍ୟ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଇଦଗା ମୈଦାନରେ ଉପସ୍ଥିତ ଥିଲେ ।

ସେହିପରି ବିଭିନ୍ନ ମସଜିଦରେ ମଧ୍ୟ ନମାଜ ପାଠ ହୋଇଥିଲା । ଏହାଛଡା ୧୫ ନମ୍ବର ସେକ୍ଟର, ବନ୍ଧମୁଣ୍ଡା, ବିଶ୍ରା, କଲୁଙ୍ଗା, ପାନପୋଷ ଆଦି ସ୍ଥାନରେ ମଧ୍ୟ ଇଦ ନମାଜ ଶାନ୍ତି ଶୃଙ୍ଖଳା ସହ ସମାହିତ ହୋଇଛି । ସେପଟେ ସହରରେ କୌଣସି ବିଶୃଙ୍ଖଳା ପରିସ୍ଥିତି ନ ହେବା ପାଇଁ ରାଉରକେଲା ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହାସହ କୌଣସି ବ୍ୟକ୍ତି ବିଶୃଙ୍ଖଳା ସୃଷ୍ଟି କରନ୍ତି‌ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦେଇଛି ରାଉରକେଲା ପୋଲିସ ପ୍ରଶାସନ ।

ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ପର୍ବକୁ ବେଶ୍ ଧୁମଧାମରେ ପାଳନ କରିଛନ୍ତି ମୁସଲମାନ ସମ୍ପ୍ରଦାୟର ଜନସାଧାରଣ । ବିଶେଷକରି ରାଉତପଡ଼ାରେ ବସବାସ କରୁଥିବା ମୁସଲମାନ ମାନେ, ସେମାନେ ପବିତ୍ର ରମଜାନ ମାସରେ ରୋଜା ରଖିବା ସହ ତରାବି ନମାଜ ପୁରା ମାସେ ପର୍ଯ୍ୟନ୍ତ ପଢ଼ି ଆଜି ଇଦ୍ ନମାଜ ପଢ଼ିଛନ୍ତି,ସମସ୍ତେ ମିଳିମିଶି ସାହିକୁ ସାଜସଜ୍ଜା କରିବା ସହ ସକାଳୁ ଗ୍ରାମରେ ଥିବା ଇଦଗା ପଡିଆରେ ଏକତ୍ରିତ ହୋଇ ପରସ୍ପରକୁ ଖଜୁରୀ ଖୁଆଇ ଆଲିଙ୍ଗନ କରି ଇଦ୍ ପର୍ବର ଅଭିନନ୍ଦନ ଜଣାଇବା ସହ ନମାଜ ପଢ଼ିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଆଜି ଇଦ୍‌ ଉଲ୍-ଫିତର, ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ସୂଚନା ଥାଉ କି, ମୁସଲମାନ ମାନଙ୍କ ପାଇଁ ଏହା ଏକ ବଡ଼ ପର୍ବ । ଆଜିର ଇଦ୍ ସହ ଶେଷ ହେଲା ଦୀର୍ଘ ଏକ ମାସ ଧରିଚାଲିଥିବା ଉପବାସ । ଏହି ରମଜାନ ମାସକୁ ଇସଲାମରେ ସବୁଠାରୁ ପବିତ୍ର ମାସ ବୋଲି କୁହାଯାଏ । ଏହି ସମୟରେ ଦାନଧର୍ମ କରାଯାଇଥାଏ । ଏହା ମଧ୍ୟ ବିଶ୍ଵାସ ରହିଛି ରୋଜା ରଖି ନମାଜ ପଢ଼ିଲେ ଇଶ୍ବର ବର୍ଷ ଜାକର ପାପ କ୍ଷମା କରନ୍ତି ଏବଂ ପୁଣ୍ୟ ମିଳିଥାଏ ଏବଂ ଉପବାସର ଅର୍ଥ ହେଉଛି ତୁମର ବିଶ୍ୱାସ ବଜାୟ ରଖିବା, ମନକୁ ଆସୁଥିବା ଖରାପ ଚିନ୍ତାଧାରାକୁ ତ୍ୟାଗ କରିବା, ପାପ କାମଠାରୁ ଦୂରେଇ ରହିବା ।

ଇଟିଭି ଭାରତ, ଖୋର୍ଦ୍ଧା-ରାଉରକେଲା

Last Updated : Apr 11, 2024, 1:44 PM IST

ABOUT THE AUTHOR

...view details