ଓଡିଶା

odisha

ETV Bharat / state

ଭୀମସାରରୁ ଶିଶୁ ପୁତ୍ର ଚୋରି ଅଭିଯୋଗ, CCTVରେ ମହିଳା କଏଦ

ବୁର୍ଲା ଭୀମସାର ମେଡିକାଲରୁ ଶିଶୁପୁତ୍ର ଚୋରି ଅଭିଯୋଗ । ବିଶ୍ବାସ ଜନ୍ମାଇ ଚୋରି କଲେ ମହିଳା । ମହିଳାଙ୍କୁ ଧରିବାକୁ ପୋଲିସ ତଦନ୍ତ ଆରମ୍ଭ ।

VIMSAR BABY STOLEN
VIMSAR BABY STOLEN (ETV Bharat Odisha)

By ETV Bharat Odisha Team

Published : Nov 26, 2024, 9:17 PM IST

ସମ୍ବଲପୁର: ରାଜ୍ୟରେ ଶିଶୁ ବିକ୍ରି ନେଇ ତୁମ୍ବିତୋଫାନ ଦେଖିବାକୁ ମିଳିଥିବା ବେଳେ ବୁର୍ଲା ଭୀମସାର ମେଡିକାଲରୁ ଶିଶୁ ପୁତ୍ର ଚୋରି ଅଭିଯୋଗ ଆସିଛି । ଅଜଣା ମହିଳା ସମ୍ପର୍କ ବଢାଇ ଦୁଇ ଦିନର ଏକ ନବଜାତକ ଶିଶୁପୁତ୍ରକୁ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ସେପଟେ ଘଟଣାର ଖୋଳତାଡ ଆରମ୍ଭ ହୋଇଛି । ମହିଳା ଶିଶୁ ପୁତ୍ରକୁ ନେଇ ଯାଉଥିବା ବେଳେ CCTVରେ କଏଦ ହୋଇଛି ଦୃଶ୍ୟ ।

କଣ ଥିଲା ଘଟଣା:

ଗତ 2 ଦିନ ତଳେ ଛତିଶଗଡ଼ ରାଜ୍ୟ ସରେଇପାଲି ଅଞ୍ଚଳରୁ ଜଣେ ଦମ୍ପତି ବୁର୍ଲା ଭୀମସାରର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ । ତାଙ୍କର ଅସ୍ତ୍ରୋପଚାର ମାଧ୍ୟମରେ ଏକ ଶିଶୁପୁତ୍ରଟେ ଜନ୍ମ ହୋଇଥିଲା । ଉକ୍ତ ଦମ୍ପତିଙ୍କ ସହିତ ଶିଶୁପୁତ୍ରର ମାଉସୀ ମଧ୍ୟ ଆସିଥିଲେ । ତେବେ ସମ୍ବଲପୁର ଅଞ୍ଚଳର ଜଣେ ମହିଳା ଶିଶୁପୁତ୍ରର ମାଉସୀ ସହ କଥା ହୋଇଥିଲେ ଆଉ ତାଙ୍କ ସହ ସମ୍ପର୍କ ବଢ଼ାଇ ବିଶ୍ୱାସ ଜନ୍ମେଇ ଥିଲେ । ଆଜି(ମଙ୍ଗଳବାର) ଅପରାହ୍ନ ପ୍ରାୟ 4ଟା ସମୟରେ ଯେତେବେଳେ ଛୁଆଟି କାନ୍ଦିଲା ସେତେବେଳେ ଉକ୍ତ ମହିଳା ଜଣକ ଶିଶୁପୁତ୍ରଟିକୁ ଚୁପ କରିବା ପାଇଁ ନିଜ କୋଳକୁ ନେଇଥିଲା । ଆଉ ଧିରେ ଧିରେ ବାହାରକୁ ଚାଲି ଆସିଥିଲା ବୋଲି ଅଭିଯୋଗ ହୋଇଛି ।

ଭୀମସାରରୁ ଶିଶୁ ପୁତ୍ର ଚୋରି ଅଭିଯୋଗ (ETV Bharat Odisha)

ମହିଳାଙ୍କୁ ଖୋଜୁଛି ପୋଲିସ:

ଉକ୍ତ ମହିଳା ଜଣକ ଶିଶୁର ପରିବାର ସହ ମିଶିଯାଇଥିଲା ତାଙ୍କ ଉପରେ ହଠାତ ସନ୍ଦେହ ସୃଷ୍ଟି ହୋଇନଥିଲା । ତେବେ ଦୀର୍ଘ ସମୟ ଧରି ଉକ୍ତ ମହିଳା ଜଣକ ନଫେରିବାରୁ ମହିଳାଙ୍କୁ ସମସ୍ତେ ଖୋଜିଥିଲେ । ତୁରନ୍ତ ବୁର୍ଲା ଥାନାକୁ ଏନେଇ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ସିସିଟିଭି ଗୁଡିକୁ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ଉକ୍ତ ମହିଳା ଜଣକ ଶିଶୁପୁତ୍ରକୁ ନେଇ ପଳାଉଥିବାର ଦେଖିବାକୁ ମିଳିଥିଲା । ପୋଲିସ ବର୍ତ୍ତମାନ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ:

ଆର୍ଥିକ ଅନାଟନରୁ ନବଜାତ କନ୍ୟାକୁ ବିକ୍ରି ଅଭିଯୋଗ

କାହିଁକି ନବଜାତକୁ ଦେଇଦେଲା ମା' ? ଶିଶୁ ବିକ୍ରି ସନ୍ଦେହରେ ତଦନ୍ତ ଜୋରଦାର

ବଲାଙ୍ଗୀର ଶିଶୁ ବିକ୍ରି ଘଟଣା, ANMଙ୍କ ସମେତ ୩ ଗିରଫ


ଆଶା ଖୁବ ଶୀଘ୍ର ମହିଳା ଧରାପଡିବେ:

ଏନେଇ ଭୀମସାର ମେଡିକାଲର ନିର୍ଦ୍ଦେଶକ ଭାବଗ୍ରାହୀ ରଥ କହିଛନ୍ତି, ‘ସେ ମେଡିକାଲ ଅଧିକ୍ଷକଙ୍କୁ ବୁର୍ଲା ଥାନାରେ ଏକ ଏତଲା ଦେବା ପାଇଁ କହି ସାରିଛନ୍ତି । ତେବେ ବୁର୍ଲା ଥାନା ଅଧିକାରୀ ତାଙ୍କ ତରଫରୁ ସୂଚନା ପାଇଁ ହସ୍ପିଟାଲକୁ ଆସି ପଚରା ଉଚରା କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି l ମେଡିକାଲର ସିସିଟିଭିରେ ଅଭିଯୁକ୍ତ ମହିଳାଙ୍କ ସ୍ପଷ୍ଟ ଚିତ୍ର ଜଣାପଡୁଛି । ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଧରିବା ପାଇଁ ଚେଷ୍ଟା ଚଳେଇଛନ୍ତି । ଆଶା କରୁଛୁ ପୋଲିସ ତାଙ୍କୁ ଶୀଘ୍ର ଧରିବ । ତେବେ ଶିଶୁପୁତ୍ରର ମା’ଙ୍କ ଜଣେ ଭଉଣୀ ମଧ୍ୟ ତାଙ୍କ ସାଙ୍ଗେ ଆସିଥିଲେ । ଅଭିଯୁକ୍ତ ମହିଳା ଜଣକ ଶିଶୁପୁତ୍ରର ମା’ଙ୍କ ଭଉଣୀଙ୍କୁ ବିଭିନ୍ନ ପ୍ରକାର ସହାୟତା କରି ସମ୍ପର୍କ ବଢେଇ ବିଶ୍ୱାସ ଜନ୍ମେଇ ଥିଲେ ଓ ଶିଶୁର ପରିବାର ଖାଉଥିବା ସମୟରେ ଶିଶୁଟି କାନ୍ଦିବାରୁ ସେହି ଅଭିଯୁକ୍ତ ଅଜଣା ମହିଳା ତାକୁ କୋଳରେ ଧରି ବାହାରକୁ ପଳାଇ ଯାଇଥିଲେ ।’

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details