ଓଡିଶା

odisha

ପୁଣି ଚର୍ଚ୍ଚାରେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ, ଘରୋଇ ଟ୍ୟୁସନ ନ ଗଲେ ନମ୍ବର କାଟ୍ ! - nayagarh autonomous college

By ETV Bharat Odisha Team

Published : Jun 26, 2024, 10:14 PM IST

NAYAGARH AUTONOMOUS COLLEGE: ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟ ବିରୋଧ ଆସିଛି ସଙ୍ଗୀନ ଅଭିଯୋଗ । ଘରୋଇ ଟ୍ୟୁସନ ନ ଗଲେ ଛାତ୍ରୀଙ୍କ ନମ୍ବର କାଟ୍ ଅଭିଯୋଗ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ କଲେଜ ଅଧ୍ୟକ୍ଷ । ଅଧିକ ପଢନ୍ତୁ

NAYAGARH AUTONOMOUS COLLEGE
NAYAGARH AUTONOMOUS COLLEGE (ETV Bharat Odisha)

ନୟାଗଡ଼:ପୁଣି ଚର୍ଚ୍ଚାକୁ ଆସିଛି ନୟାଗଡ଼ସ୍ଵୟଂ ଶାସିତ ମହାବିଦ୍ୟାଳୟ । ଘରୋଇ ଟ୍ୟୁସନକୁ ନଯିବାରୁ କଲେଜରେ ଛାତ୍ରୀଙ୍କ ମାର୍କ କାଟ୍ ଅଭିଯୋଗ ଆଣିଛନ୍ତି ଜଣେ ଅଭିଭାବକ । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି +3 ପ୍ରଥମ ବର୍ଷର ଛାତ୍ରଛାତ୍ରୀ । ଘରୋଇ ଟ୍ୟୁସନକୁ ଯାଉଥିବା କଲେଜ ଅଧ୍ୟାପକ-ଅଧ୍ୟାପିକାଙ୍କ କଥା ନ ମାନିଲେ ଜାଣିଶୁଣି ନମ୍ବର କାଟି ଦିଆଯାଉଥିବା ସେମାନେ ଅଧ୍ୟକ୍ଷ ନିକଟରେ ଅଭିଯୋଗ କରିଛନ୍ତି । ଏନେଇ କଲେଜ ଅଧ୍ୟକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଅଭିଭାବକ ପକ୍ଷରୁ ଅଭିଯୋଗ କରାଯାଇଛି ।

NAYAGARH AUTONOMOUS COLLEGE (ETV Bharat Odisha)

ସୂଚନାଯୋଗ୍ୟ, ଯୁକ୍ତ ତିନି ପ୍ରଥମ ବର୍ଷ କମ୍ପ୍ୟୁଟର ବିଭାଗର ଜଣେ ଛାତ୍ରଙ୍କ ଅଭିଯୋଗ ମୁତାବକ, ମୂଲ୍ୟାୟନ ପାଇଁ ବାହାର କଲେଜକୁ ଯାଉଥିବା ଥିଓରୀ ଖାତାରେ ୯୦ ପ୍ରତିଶତ ନମ୍ବର ରଖିଛନ୍ତି ସେ, ମାତ୍ର ନିଜ କଲେଜରେ ମୂଲ୍ୟାୟନ ହୋଇଥିବା ପ୍ରାକ୍ଟିକାଲ ଓ ଇଣ୍ଟରନାଲ୍ ଖାତାରେ ଖୁବ୍ କମ୍ ନମ୍ବର ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ଉକ୍ତ ଛାତ୍ରୀ ଜଣକ । କେବଳ ଜଣେ ଛାତ୍ରଙ୍କ କ୍ଷେତ୍ରରେ ଏପରି ଘଟି ନାହିଁ, କଲେଜର ଅଧିକାଂଶ ଛାତ୍ରଛାତ୍ରୀ ଏମିତି ବେଆଇନ କାର୍ଯ୍ୟ ନେଇ ପ୍ରଶ୍ନ ଉଠାଇଛନ୍ତି । ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନକୁ ନୟାଗଡ଼ କଲେଜର ଅଧ୍ୟାପକ ଓ ଅଧ୍ୟାପିକାମାନେ ମାନୁନ‌ଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ଶିକ୍ଷା କ୍ଷେତ୍ରରେ ଆସିବ ସଂସ୍କାର, ରେଜଲ୍ଟ ଖରାପ ହେଉଥିବା ସ୍କୁଲ ଉପରେ ଫୋକସ: ଗଣଶିକ୍ଷା ମନ୍ତ୍ରୀ - reforms in education sector

ସେପଟେ କଲେଜ ଅଧ୍ୟକ୍ଷ ବିପିନ କୁମାର ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ସ୍ବୀକାର କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶ ମୁତାବକ ଘରୋଇ କୋଚିଂ ସେଣ୍ଟରକୁ ନ ଯିବା ପାଇଁ ସମସ୍ତ ଅଧ୍ୟାପକ-ଅଧ୍ୟାପିକାଙ୍କଠାରୁ ଏକ ଲିଖିତନାମା ରଖାଯାଉଛି । ତ‌ଥାପି ଛାତ୍ରଛାତ୍ରୀଙ୍କ ଏହି ଅଭିଯୋଗକୁ ଗୁରୁତ୍ବ ଦିଆଯାଇ ଘଟଣାର ଅନୁସନ୍ଧାନ କରାଯିବ ବୋଲି କଲେଜ ଅଧ୍ୟକ୍ଷ କହିଛନ୍ତି । ଯଦି ଅଭିଯୋଗରେ ସତ୍ୟତା ଥାଏ । ତେବେ ନିଶ୍ଚିତ ଭାବେ ନିୟମ ଉଲ୍ଲଘଂନକାରୀ ଅଧ୍ୟାପକ-ଅଧ୍ୟାପିକାଙ୍କ ବିରୋଧରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ସେହିପରି ଘରୋଇ ଟ୍ୟୁସନ ନ ଗଲେ ନମ୍ବର କାଟ୍ ଅଭିଯୋଗର ସତ୍ୟସତ୍ୟା କେତେ ରହିଛି । ଜଣେ ଅଭିଭାବକ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ 7 ଦିନ ମଧ୍ୟରେ ଶେଷ କରିବା ପାଇଁ କଲେଜ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details