ଓଡିଶା

odisha

ETV Bharat / state

ଯୋଜନା ପଣ୍ଡ କଲା ବନବିଭାଗ: ମୟୂରଭଞ୍ଜରୁ ବଜ୍ରକାପ୍ତା କାତି ଜବତ, 2 ଗିରଫ - Pangolin smuggling in Mayurbhanj

Pangolin Skin Seized: ମୟୂରଭଞ୍ଜରୁ ଜବତ ହେଲା ବଜ୍ରକାପ୍ତା କାତି । ଘଟଣା ସ୍ଥଳରୁ ଦୁଇ ଜଣକୁ ଗିରଫ କରିଛି ବନବିଭାଗ । ଅଧିକ ପଢ଼ନ୍ତୁ

ଜବତ ହେଲା ବଜ୍ରକାପ୍ତା କାତି
ଜବତ ହେଲା ବଜ୍ରକାପ୍ତା କାତି

By ETV Bharat Odisha Team

Published : Jan 25, 2024, 12:06 PM IST

ଜବତ ହେଲା ବଜ୍ରକାପ୍ତା କାତି

ରାଇରଙ୍ଗପୁର: ବିକ୍ରି କରିବା ଉଦ୍ଦେଶ୍ୟରେ ଆଣି ରଖିଥିଲେ ବଜ୍ରକାପ୍ତା କାତି । ଯୋଜନାକୁ ଫସର ଫଟାଇଲା ବନବିଭାଗ । ଚଢାଉ କରି କାତି ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଛି ବନବିଭାଗ । ଗତକାଲି(ବୁଧବାର) ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ରେଞ୍ଜର ଖପରଖାଇ ଗ୍ରାମରେ ବନବିଭାଗ ଚଢାଉ କରିଥିଲା ।

ଜବତ ବଜ୍ରକାପ୍ତା କାତି ଗୁଡ଼ିକର ଓଜନ ସାଢ଼େ ଚାରି କିଲୋଗ୍ରାମ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଉଭୟ ଅଭିଯୁକ୍ତଙ୍କୁ ବନବିଭାଗ ଗିରଫ କରି ନିଜ ହେପାଜତକୁ ନେଇଛି । ସେଠାରେ ଆଉ କିଏ କିଏ ଏହି କାରବାରରେ ସମ୍ପୃକ୍ତ ଅଛନ୍ତି ସେ ନେଇ ବନବିଭାଗ ପକ୍ଷରୁ ଅଧିକ ପଚରାଉଚରା ଜାରି ରଖାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଶିମିଳିପାଳରେ ହେବ ବିଶ୍ୱର ପ୍ରଥମ କଳାବାଘ ସଫାରୀ

ସୂଚନା ଅନୁଯାୟୀ, ବଜ୍ରକାପ୍ତା କାତି କାରବାର ହେଉଥିବାର କୌଣସି ସୁତ୍ରରୁ ଖବର ପାଇ କରଞ୍ଜିଆ ବନଖଣ୍ଡ ଅଧିକାରୀ, ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସମେତ କରଞ୍ଜିଆ ଠକୁରମୁଣ୍ଡା ରେଞ୍ଜର ବନ କର୍ମଚାରୀଙ୍କୁ ନେଇ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରଖାଇ ଗ୍ରାମରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ବଜ୍ରକାପ୍ତା କାତି କାରବାରରେ ସମ୍ପୃକ୍ତ ଥିବା କରନ ହାଁସଦା ଓ ଦୁବରାଜ ଗାଗରାଇଙ୍କୁ ଗିରଫ କରିଥିଲା ।

ଏଥି ସହିତ ଦୁଇ ଜଣ ବ୍ୟକ୍ତିଙ୍କ ଠାରୁ ବହୁତ ପରିମାଣରେ ବଜ୍ରକାପ୍ତା କାତି ଜବତ କରାଯାଇଥିଲା । ତେବେ ଉଭୟ ଅଭିଯୁକ୍ତଙ୍କୁ ଗତକାଲି କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛି ବନବିଭାଗ । ବର୍ତ୍ତମାନ ଶିମିଳିପାଳ ଅଭୟାରଣ୍ୟରେ ବନବିଭାଗ ଓ ପୋଲିସର ମିଳିତ ପାଟ୍ରୋଲିଂ ଚାଲିଥିଲେ ମଧ୍ୟ ଶିକାରୀମାନେ ବନ ବିଭାଗ କର୍ମଚାରୀଙ୍କୁ ଚକମା ଦେଇ ବିଭିନ୍ନ ସମୟରେ ବନ୍ୟଜନ୍ତୁ ଶିକାର କରୁଥିବା ଘଟଣା ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି । ତେଣୁ ବନ୍ୟଜନ୍ତୁ ଶିକାର କରୁଥିବା ଶିକାରୀ ମାନଙ୍କ ପାଇଁ କୋଠରରୁ ଅତି କଠୋର ଦଣ୍ଡ ବିଧାନର ବ୍ୟବସ୍ଥା ସରକାରଙ୍କ ଦ୍ଵାରା କରାଗଲେ ଆଗାମୀ ଦିନରେ ଶିକାର ରୋକିବା ପାଇଁ ସହାୟକ ହୋଇପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

ସୂଚନା ଥାଉକି, କେବଳ ବଜ୍ରକାପ୍ତା ନୁହେଁ ନୁହେଁ ଜିଲ୍ଲାରେ ବେଆଇନ ଭାବେ ପଶୁ ଶିକାର ବଢି ଚାଲିଛି । ବିଭିନ୍ନ ସମୟରେ ଶିମିଳିପାଳ ହେଉ ଅବା ବିଭିନ୍ନଅଞ୍ଚଳରେ ପଶୁ ଶିକାର ଖବର ସାମ୍ନାକୁ ଆସୁଛି । ବେଧଡକ ପଶୁ ଶିକାର ପରିବେଶ ପାଇଁ ଚିନ୍ତାର କାରଣ ସାଜିଛି । ଆଗକୁ ଜିଲ୍ଲାରେ ଅଧିକ ପାଟ୍ରୋଲିଂର କରାଯିବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details