ଓଡିଶା

odisha

By ETV Bharat Odisha Team

Published : May 14, 2024, 1:03 PM IST

ETV Bharat / state

ପ୍ରଭୁ ନୃସିଂହନାଥଙ୍କଠାରେ ଲାଗି ହେଲା 'ପଖାଳ ଭୋଗ' - Pakhala Voga

Nrusinghanath Pakhala Voga: ଗ୍ରୀଷ୍ମ ପ୍ରବାହରେ ବରଗଡ ଜିଲ୍ଲାର ପ୍ରତିଷ୍ଠ ପ୍ରଭୁ ନୃସିଂହନାଥଙ୍କ ଠାରେ ଲାଗିହେଲା ପଖାଳ ଭୋଗ । ଭୋଗ ପାଇବାକୁ ଭକ୍ତଙ୍କ ଭିଡ । ଅଧିକ ପଢନ୍ତୁ

Nrusinghanath Pakhala Voga
Nrusinghanath Pakhala Voga (ETV Bharat Odisha)

Nrusinghanath Pakhala Voga (ETV Bharat Odisha)

ବରଗଡ:ସାରା ରାଜ୍ୟରେଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତାପମାତ୍ରା ବୃଦ୍ଧି ପାଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହି ସମୟରେ ପଖାଳ କଂସା ସାହା ପାଲଟିଛି । କେବଳ ମଣିଷ ନୁହେଁ ବିଭିନ୍ନ ଦେବାଦେବୀ ମଧ୍ୟ ଗ୍ରୀଷ୍ମ ପ୍ରବାହରୁ ବାଦ ପଡିନାହାନ୍ତି । ବୈଶାଖ ମାସର ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ବରଗଡ ଜିଲ୍ଲା ନୃସିଂହନାଥ ପୀଠରେ ପ୍ରଭୁ ନୃସିଂହନାଥଙ୍କ ଠାରେ ପଖାଳ ଭୋଗ ଲାଗି ହେବା ସହ ଭକ୍ତଙ୍କୁ ଅର୍ପଣ କରାଯାଉଛି ।



ବରଗଡ ଜିଲ୍ଲା ସଦର ମହକୁମାରୁ ୧୧୫ କିଲୋମିଟର ଦୂର ଦକ୍ଷିଣ ସୀମାନ୍ତରେ ରହିଛି ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଧନ ପର୍ବତ । ଏହି ପର୍ବତର ପାଦ ଦେଶରେ ଘଞ୍ଚ ବନାନୀ ପରିବେଶରେ ଅବସ୍ଥିତ ପବିତ୍ର ନୃସିଂହନାଥ ମନ୍ଦିର । ଏହି ପ୍ରାଚୀନ ନୃସିଂହନାଥ ମନ୍ଦିରରେ ପୂଜା ପାଉଛନ୍ତି ଭଗବାନ ବିଷ୍ଣୁଙ୍କର ଅନ୍ୟତମ ସ୍ୱରୁପ ମାର୍ଜାରକେଶରୀ । ତେବେ ବୈଶାଖ ମାସର ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ମହାପ୍ରଭୁ ନୃସିଂହନାଥଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମହାପ୍ରଭୁ ନୃସିଂହନାଥଙ୍କ ମୁଣ୍ଡରେ ଓଦା କପଡା ଏବଂ ଚନ୍ଦନ ଲେପନ କରାଯାଉଥିବା ସହ ଅପରାହ୍ନରେ ପଖାଳ ଭୋଗ ଅର୍ପଣ କରାଯାଉଛି । ପ୍ରତିବର୍ଷ ଅକ୍ଷୟ ତୃତୀୟା ଠାରୁ ଦଶମୀ ପର୍ଯ୍ୟନ୍ତ ନୃସିଂହନାଥ ପୀଠରେ ଏହି ପଖାଳ ଭୋଗ ଲାଗି ହେଉଥିବା ବେଲେ ଏଥିରେ ଦହି ଓ ଟେଭା ପତ୍ର ମିଶାଯାଇ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତି କରାଯାଇଥାଏ ।

ଏହାମଧ୍ୟ ପଢନ୍ତୁ.. ବୌଦ୍ଧରେ ଶ୍ରୀଜଗନ୍ନାଥଙ୍କ ନିକଟରେ ଲାଗି ହେଲା 'ପଖାଳ ଭୋଗ'

ଅତ୍ୟଧିକ ଗରମ ଯୋଗୁ ମନୁଷ୍ୟ ଯେପରି ବିଭିନ୍ନ ଖାଦ୍ୟ ପାନୀୟ ପରିବର୍ତ୍ତନ କରିଥାଏ ସେହିପରି ବହୁ ପୂର୍ବରୁ ନୁସିଂହନାଥ ପୀଠରେ ବୈଶାଖ ମାସରେ ସାତ ଦିନ ଧରି ପଖାଳ ଭୋଗ ଲାଗି ଆସୁଛି । ଅପରାହ୍ନରେ ମହାପ୍ରଭୁ ନୃସିଂହନାଥଙ୍କଠାରେ ଏହି ପଖାଳ ଭୋଗ ଲାଗିବା ପରେ ଭକ୍ତମାନଙ୍କୁ ଦିଆଯାଇଥାଏ । ପଖାଳ ଭୋଗ ପାଇଁ ମନ୍ଦିର କମିଟି ତରଫରୁ ମାଟି ନିର୍ମିତ ପାତ୍ରରେ ଭକ୍ତମାନଙ୍କୁ ବିନା ମୂଲ୍ୟରେ ଅର୍ପଣ କରାଯାଇଥାଏ । ତେବେ ଏହି ପଖାଳ ଭୋଗ ଭଗବାନଙ୍କ ପାଖରେ ଲାଗି ହେବା ସହ ପର୍ଯ୍ୟଟକ ତଥା ଭକ୍ତମାନଙ୍କୁ ମଧ୍ୟ ଦିଆଯାଇଥାଏ ।


ବିଭିନ୍ନ ଦେବାଦେବୀଙ୍କ ଠାରେ ଭିନ୍ନ ଭିନ୍ନ ପ୍ରକାର ଭୋଗ ଲାଗୁଥିବାବେଳେ ବରଗଡ ଜିଲ୍ଲାର ପ୍ରସିଦ୍ଧ ଧର୍ମପୀଠ ନୃସିଂହନାଥଙ୍କ ଠାରେ ବୈଶାଖ ମାସରେ ଲାଗିଥାଏ ପଖାଳ ଭୋଗ । ଯାହାକୁ ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ରହିଛି ଅନେକ ଉତ୍ସାହ । ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଏହି ପଖାଳ ଭୋଗ ପାଇବା ପାଇଁ ନୃସିଂହନାଥ ପୀଠକୁ ଛୁଟି ଆସିଥାନ୍ତି l

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details