ଓଡିଶା

odisha

ETV Bharat / state

ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ସ୍କୁଲକୁ ଅଣଦେଖା; କୋରୋନା ପରେ ମିଳୁନି ମଧ୍ୟାହ୍ନ ଭୋଜନ, ସରକାରୀ ସୁବିଧା ପାଇଁ ଉଠିଲା ସ୍ୱର - Asha Ashwasana School Neglected - ASHA ASHWASANA SCHOOL NEGLECTED

D. Prakash Rao School Asha-Ashwasana Neglligence: ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ସ୍କୁଲ 'ଆଶା ଓ ଆଶ୍ୱାସନା' କୁ ଅଣଦେଖା । ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । କରୋନା ପରଠାରୁ ଏହି ବ୍ୟବସ୍ଥା ବନ୍ଦ ହୋଇଥିବା ବେଳେ ବର୍ତ୍ତମାନ ସ୍କୁଲରେ ପୁଣି ମଧ୍ୟାହ୍ନ ଭୋଜନ ଯୋଗାଇବାକୁ ନୂଆ ସରକାରଙ୍କ ଠାରେ ଦାବି କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଦେଖନ୍ତୁ ଏହି ରିପୋର୍ଟ,

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ସ୍କୁଲକୁ ଅଣଦେଖା, ପିଲାଙ୍କୁ ସରକାରୀ ସୁବିଧା ଯୋଗାଇବାକୁ ଦାବି
ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ସ୍କୁଲକୁ ଅଣଦେଖା, ପିଲାଙ୍କୁ ସରକାରୀ ସୁବିଧା ଯୋଗାଇବାକୁ ଦାବି (ETV Bharat Odisha)

By ETV Bharat Odisha Team

Published : Jun 24, 2024, 5:56 PM IST

କଟକ:ଅବ୍ୟବସ୍ଥାରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ସ୍କୁଲ 'ଆଶା ଓ ଆଶ୍ୱାସନା' । ଛାତ୍ରଛାତ୍ରୀଙ୍କୁ ମିଳୁନି ମଧ୍ୟାହ୍ନ ଭୋଜନ । ଡି. ପ୍ରକାଶ ରାଓଙ୍କ ଦେହାନ୍ତ ପରେ ସ୍କୁଲକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ଗରିବ ଅସହାୟ ପିଲା ଏହି ସ୍କୁଲରେ ପାଠପଢୁଥିବା ବେଳେ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହେଉଛନ୍ତି ସ୍କୁଲ ପିଲା । ଯାହାକୁ ନେଇ ଡି.ପ୍ରକାଶ ରାଓଙ୍କ ଦେହାନ୍ତ ପରେ ତାଙ୍କ ସ୍କୁଲ ପ୍ରତି କେହି ଦୃଷ୍ଟି ଦେଉନଥିବା କହି ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ସ୍କୁଲକୁ ଅଣଦେଖା, ପିଲାଙ୍କୁ ସରକାରୀ ସୁବିଧା ଯୋଗାଇବାକୁ ଦାବି (ETV Bharat Odisha)

ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ଛାତ୍ରଛାତ୍ରୀ

କଟକ ବକ୍ସିବଜାର ତେଲୁଗୁ ସାହିରେ ବିଦ୍ୟାଳୟ ‘ଆଶା ଓ ଆଶ୍ୱାସନା’ ରହିଥିବା ବେଳେ ସମାଜରେ ଗରିବ, ଅସହାୟ, ବସ୍ତି ପିଲା ଏଠାରେ ପାଠ ପଢନ୍ତି । ପ୍ରି ନର୍ସରିରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି । ସ୍କୁଲର ନାଁ ସିନା ‘ଆଶା ଓ ଆଶ୍ୱାସନା' ସ୍କୁଲଟି ବାସ୍ତବିକରେ ବି ଆଶା ଆଉ ଆଶ୍ୱାସନା ଭରସାରେ ହିଁ ଚାଲିଛି । ଡି. ପ୍ରକାଶ ରାଓ ବଞ୍ଚିଥିବା ବେଳେ ଏହି ବିଦ୍ୟାଳୟକୁ ବିଭିନ୍ନ ସରକାରୀ ସୁବିଧା ସହ ପିଲାଙ୍କ ପାଇଁ ସରକାରଙ୍କ ପକ୍ଷରୁ ମଧ୍ୟାହ୍ନ ଭୋଜନ ମିଳୁଥିଲା । କିନ୍ତୁ କରୋନା ପରଠାରୁ ଏହାକୁ ବନ୍ଦ କରି ଦିଆଯାଇଛି । ଫଳରେ ଏହି ସ୍କୁଲରେ ପାଠ ପଢୁଥିବା ଦୁସ୍ଥ ଓ ଅବହେଳିତ ପିଲା ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହୋଉଛନ୍ତି ।

ପ୍ରଶାସନକୁ ବାରମ୍ୱାର ଜଣାଇଲେ ପରେ ବି ଫଳ ଶୂନ

ଏହି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କଣ ପାଇଁ ବନ୍ଦ ହେଲା କାହିଁକି ବନ୍ଦ ହେଲା କାହା ପାଖରେ ଉତ୍ତର ନାହିଁ । ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିବା ପରେ ମଧ୍ୟ ଏହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଫଳରେ ଏହି ପିଲାଙ୍କ ପାଇଁ ସରକାରୀ ମଧ୍ୟାନ୍ନ ଭୋଜନର ବ୍ୟବସ୍ଥା ହୋଇପାରୁନାହିଁ ବୋଲି କହିଛନ୍ତି ଡି. ପ୍ରକାଶଙ୍କ ପରେ ସ୍କୁଲ ପରିଚାଳନା ଦାୟିତ୍ଵରେ ଥିବା ତାଙ୍କ ସାନଝିଅ ଡି. ଭାନୁପ୍ରିୟା । ସେପଟେ ଏହି ସ୍କୁଲଟି ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ପରିଚାଲିତ ହେଉଥିବାରୁ ସରକାର ଏଥିରେ କିଛି କରି ପାରୁନାହାଁନ୍ତି କିନ୍ତୁ ସ୍କୁଲର ସମସ୍ୟା ବାବଦରେ ସରକାରଙ୍କ ଅବଗତ କରାଯିବ ବୋଲି କହିଛନ୍ତି ସିଏମସି ମେୟର ।

ପଦ୍ମଶ୍ରୀ ଡି. ପ୍ରକାଶ ରାଓ କିଏ?

କଟକ ସହରର ଜଣେ ଜଣାଶୁଣା ଚା' ବିକାଳୀ ଡି. ପ୍ରକାଶ ରାଓ । ଯିଏ ଚା' ବିକ୍ରି କରି ସେଥିରୁ ମିଳୁଥିବା ଅର୍ଥରେ ସେ ସମାଜ ସେବା କରୁଥିଲେ । ସହରର ଗରିବ,ଅସହାୟ ଓ ବସ୍ତି ପିଲାଙ୍କୁ ପାଠ ପଢାଇବା ପାଇଁ ୨୦୦୦ ମସିହାରେ 'ଆଶା ଓ ଆଶ୍ୱାସନା’ ସ୍କୁଲ ନିର୍ମାଣ କରିଥିଲେ । ତାଙ୍କର ଏଭଳି କାର୍ଯ୍ୟ ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭାବିତ ହୋଇ ପ୍ରଶଂସା କରିଥିଲେ ଏବଂ ସମାଜ ସେବା ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:ବାଲେଶ୍ବରରେ ଖୋଲିଲା ସ୍କୁଲ କଲେଜ, ଇଣ୍ଟରନେଟ ସେବା ସ୍ୱାଭାବିକ

ନୂଆ ସରକାରଙ୍କ ନିକଟରେ ଦାବି

ତେବେ ଡି. ପ୍ରକାଶ ରାଓ ଇହଧାମ ତ୍ୟାଗ କରିବା ପରେ ପାଇଁ ସତେ ଯେମିତି ଅଲୋଡ଼ା ହୋଇଯାଇଛି 'ଆଶା ଓ ଆଶ୍ୱାସନା' ସ୍କୁଲ । ସ୍କୁଲ ପିଲାଙ୍କ ପାଇଁ ପୂର୍ବରୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ବନ୍ଦ ହୋଇଯାଇଥିବା ବେଳେ ପିଲାଙ୍କ ମୁହଁରେ ଆହାର ଯୋଗାଡ କରିବା ଏବେ କାଠିକର ପାଠ ହୋଇପଡିଛି । ଯାହାକୁ ନେଇ ଚିନ୍ତାରେ ରହିଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।ଏପରି ସମୟରେ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିବା ବେଳେ ନୂଆ ସରକାର ସ୍କୁଲକୁ ଅଣଦେଖା ନକରି ସମସ୍ତ ସୁବିଧା ଯୋଗାଇବାକୁ ନିବେଦନ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।


ଇଟିଭି ଭାରତ, କଟକ

ABOUT THE AUTHOR

...view details