ଓଡିଶା

odisha

ETV Bharat / state

ଫସଲ ଉଜାଡି ଦେଲା ଅଦିନିଆ ବର୍ଷା, ଭାଙ୍ଗିଦେଲା ଚାଷୀଙ୍କ ମେରୁଦଣ୍ଡ - CROP DAMAGED BY UNSEASONAL RAIN

ମାଲକାନଗିରିରେ ଅଦିନିଆ ବର୍ଷାରେ ବୁଡିଲା ଧାନ ଚାଷ । ବିଲରେ ପାଣି ମାଡି ଯିବାରୁ ଏକର ଏକର ଧାନ ଫସଲ ନଷ୍ଟ । ସରକାରୀ ସହାୟତା ଦାବି କଲେ ଚାଷୀ ।

CROP DAMAGED BY UNSEASONAL RAINS
CROP DAMAGED BY UNSEASONAL RAINS (ETV Bharat Odisha)

By ETV Bharat Odisha Team

Published : Dec 8, 2024, 10:45 AM IST

ମାଲକାନଗିରି:ଅଦିନିଆ ବର୍ଷା ଉଜାଡ଼ି ଦେଲା ଏକର ଏକର ଧାନ ଫସଲ । ଜମିରେ ଭିଜିଲା ଅମଳ ଅପେକ୍ଷାରେ ଥିବା ଧାନ । ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନ ହେବ ବର୍ଷା ଲାଗି ରହିଛି । ଏପରିକି ଅପରାହ୍ନରୁ ବର୍ଷା ଆରମ୍ଭ ହୋଇ ରାତି ତମାମ୍ ଜାରି ରହୁଛି । ଫଳରେ ଏକର ଏକର ଜମିରେ ପାଣି ଭର୍ତ୍ତି ହେବା ଯୋଗୁଁ ଧାନ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଅଦିନିଆ ବର୍ଷା ଫସଲ ଉଜାଡ଼ି ଦେଇଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି ।

ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲା ଅଦିନିଆ ବର୍ଷା:

ବିଶେଷ କରି ମାଥିଲି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ଚାଷୀମାନେ ନିଜ ନିଜର ଜମିରେ ଧାନ ଗଛ କାଟି ରଖିଥିବା ବେଳେ ବର୍ଷା ଯୋଗୁଁ ଖଳାକୁ ଆଣିପାରି ନାହାନ୍ତି । ଯାହାଫଳରେ ଜମିରେ ବର୍ଷା ପାଣି ଭର୍ତ୍ତି ହୋଇ ଧାନ ଫସଲ ନଷ୍ଟ ହୋଇଛି । ଏହାସହ ଯେଉଁ ଚାଷୀ ଧାନ କାଟି ନିଜ ଖଳାରେ ରଖିଥିଲେ ସେହି ସବୁ ଧାନ ଅଦିନିଆ ବର୍ଷାରେ ଓଦା ହୋଇ ଗଜା ହେବାକୁ ବସିଲାଣି । ଅଦିନିଆ ବର୍ଷା ଜିଲ୍ଲାର ଚାଷୀମାନଙ୍କର ଆର୍ଥିକ ସ୍ଥିତିକୁ ଦୁର୍ବଳ କରି ଦେଇଛି ।

CROP DAMAGED BY UNSEASONAL RAINS (ETV Bharat Odisha)

ଫସଲ ନଷ୍ଟ ହୋଇଥିବା ସ୍ଵୀକାର କଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ:

ଆସନ୍ତା ୧୬ ତାରିଖରୁ ଜିଲ୍ଲାରେ ମଣ୍ଡି ଆରମ୍ଭ ହେବାକୁ ଥିବାବେଳେ ଫସଲ ନଷ୍ଟ ହେଲେ ମଣ୍ଡିରେ ଧାନ ବିକ୍ରି ନହେବା ଆଶଙ୍କା ଦେଖା ଦେଇଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦିଲ ରଞ୍ଜନ ମହାଲିକଙ୍କୁ ପଚାରିବାରୁ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଥିବା ସେ ସ୍ଵୀକାର କରିଛନ୍ତି । ବିଭାଗୀୟ କ୍ଷେତ୍ର କର୍ମଚାରୀ ରାଜସ୍ବ ନୀରିକ୍ଷକଙ୍କ ସହ ମିଶି କେତେ ଜଣ ଚାଷୀଙ୍କର ଫସଲ ନଷ୍ଟ ହୋଇଛି, ତାହାର ଆକଳନ କରାଯିବ ।ଏହାପରେ ଚାଷୀ ପାଇଁ କ୍ଷତି ପୂରଣ ବ୍ୟବସ୍ଥା କରା‌ଯିବ ବୋଲି ସେ ସୂଚନା ଦେଇଛନ୍ତି । ଅନ୍ୟପଟେ ୩୩ ପ୍ରତିଶତରୁ ଅଧିକା ଫସଲ ନଷ୍ଟ ହେଲେ ହିଁ କ୍ଷତି ପୂରଣ ପ୍ରଦାନ କରାଯାଇପାରିବ ବୋଲି ସେ କହିଥିଲେ ।

ଏହା ମଧ୍ୟ ପଢନ୍ତୁ ...ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଓଡିଶାରେ ଧାନ ଚାଷରେ ହେବ ଉନ୍ନତି, ପରୀକ୍ଷାମୂଳକ କାର୍ଯ୍ୟ ଆରମ୍ଭ - IMPROVE PADDY CULTIVATION

ଏହା ମଧ୍ୟ ପଢନ୍ତୁ ...ଚିନ୍ତା ବଢାଉଛି ନିଅଣ୍ଟିଆ ବର୍ଷା, ଧାନ ବିହନର ମାନକୁ ନେଇ ଚାଷୀଙ୍କ ଅସନ୍ତୋଷ - FARMERS PROBLEM

ଏହା ମଧ୍ୟ ପଢନ୍ତୁ ...ମୌସୁମୀର ଲୁଚକାଳି: ଆଗେଇ ପାରୁନି ଚାଷକାର୍ଯ୍ୟ, ଚିନ୍ତାରେ ଚାଷୀକୁଳ - Deogarh Cultivation affected

ସରକାରୀ ସହାୟତା ଦାବି:

କେବଳ ଧାନ ଚାଷ ନୁହେଁ, ଆଳୁ, ବାଦାମ ସହ ଡାଲିଜାତୀୟ ଏବଂ ପନିପରିବା ମଧ୍ୟ ଲଗାଇଛନ୍ତି ଚାଷୀ । ଏହି ଫସଲ ମଧ୍ୟ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଫସଲ ନଷ୍ଟ ହେଉଥିବା ଦେଖି କି ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ଏପଟେ ଋଣ ବୋଝ ଅନ୍ୟପଟେ ପରିବାର ପ୍ରତିପୋଷଣ ଯାହା ଚାଷୀଙ୍କ ଦୁଃଖ ଦ୍ୱିଗୁଣିତ କରିଛି । ସରକାର ସହଯୋଗ ନକଲେ ଚାଷୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେବେ ବୋଲି କୃଷକ ସଂଘ କହିଛି ।


ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details