ହାଇଦ୍ରାବାଦ:‘‘ଜଣେ ମୁଖ୍ୟ ଶାସନ ସଚିବ ସବୁକିଛି କରିପାରନ୍ତି ବୋଲି ବେଳେବେଳେ ଲୋକେ ଭାବନ୍ତି । ମାତ୍ର ତାହା ସତ ନୁହେଁ । ମୁଁ ବ୍ୟବସ୍ଥା, ପ୍ରକ୍ରିୟା, ପ୍ରଣାଳୀ ଓ ନୀତି ନିୟମ ମଧ୍ୟରେ ସୀମିତ । ମୁଁ ପ୍ରୟାସ କଲେ ମଧ୍ୟ କିଛି କ୍ଷେତ୍ରରେ ଏହି ସୀମିତତା କାରଣରୁ ଲୋକଙ୍କୁ ସାହାଯ୍ୟ କରିପାରି ନଥାଏ । ଲୋକଙ୍କର କିଛି ଆଶା ମୋର କ୍ଷମତା ପରିସର ବାହାରେ ଥାଏ ।’’ କାର୍ଯ୍ୟକାଳ ଶେଷ ହେବା ପରେ ଦାୟିତ୍ବରୁ ଅବ୍ୟାହତି ନେବା ପୂର୍ବରୁ ବିଧି ବ୍ୟବସ୍ଥା ମଧ୍ୟରେ ପ୍ରଶାସନିକ ଜୀବନ ଓ ଜଣେ ପ୍ରଶାସକଙ୍କ ଠାରୁ ସାଧାରଣ ଲୋକଙ୍କର ଥିବା ଆଶାକୁ ଏପରି ଭାବେ ବର୍ଣ୍ଣନା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ମୁଖ୍ୟ ଶାସନ ସଚିବ ଭାବେ ଆଜି (ଜୁନ 30) ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଗତକାଲି (ଶନିବାର) ରାତିରେ ସେ ଏକାଧିକ ଭାବବିହ୍ବଳ ଟ୍ବିଟ୍ କରି ନିଜ ପ୍ରଶାସକ ଜୀବନର ଅନୁଭବ ବାଣ୍ଟିଛନ୍ତି ।
ଟ୍ବିଟରେ ପ୍ରଦୀପ ଲେଖିଛନ୍ତି, ‘‘ପ୍ରିୟ ବନ୍ଧୁମାନେ, ଆସନ୍ତାକାଲି (ରବିବାର) ମୁଖ୍ୟ ଶାସନ ସଚିବ ଭାବେ ମୋର ଶେଷ କାର୍ଯ୍ୟଦିବସ । ମୁଁ ଜଣେ ସାଧାରଣ ବ୍ୟକ୍ତି ଭାବେ ରାଷ୍ଟ୍ର ପ୍ରତି କାର୍ଯ୍ୟ କରିବା ପାଇଁ ଜୀବନର ଆଉ ଏକ ପର୍ଯ୍ୟାୟ ଆରମ୍ଭ କରିବାକୁ ଯାଉଛି । ତେଣୁ ସମସ୍ତେ ମତେ ଆଶୀର୍ବାଦ କରନ୍ତୁ । ମୁଁ ହୃଦୟରୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ଯେତେବେଳେ କୌଣସି ପ୍ରସଙ୍ଗରେ ବିଧି ବ୍ୟବସ୍ଥା ମତେ ସମର୍ଥନ କରିଛି, ମୁଁ ସମସ୍ୟା ସମାଧାନ କରିବା ପାଇଁ ସର୍ବୋତ୍କୃଷ୍ଟ ପ୍ରୟାସ କରିଛି । ଯଦି କୌଣସି ପ୍ରସଙ୍ଗରେ କାହାକୁ ସହାୟତା କରିପାରି ନଥାଏ, ସେଥିପାଇଁ ମୁଁ ଦୁଃଖିତ । ସରକାରୀ ବିଧି ବ୍ୟବସ୍ଥା ପରେ ମଧ୍ୟ ମୁଁ ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ପ୍ରୟାସ କରିବା ଜାରି ରଖିବି ।’’
ପ୍ରଦୀପଙ୍କ ସମ୍ପର୍କରେ...