ବଲାଙ୍ଗୀର: ବଲାଙ୍ଗୀରରେ ଶନିବାର ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଥିଲା । ଏହି ସମ୍ମିଳନୀରେ ଶିକ୍ଷକ ସଂଘ ରାଜ୍ୟ ସରକାରଙ୍କୁ ଦେଇଛି ଶେଷ ଅଲ୍ଟିମେଟମ୍ । ଦୀର୍ଘ ଏକ ମାସ ହେବ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘର ଶିକ୍ଷକମାନେ ଭୁବନେଶ୍ବର ଲୋୟର ପିଏମଜିରେ ଆନ୍ଦୋଳନରତ ଅଛନ୍ତି । ହେଲେ ଏ ଯାଏଁ ସରକାର ତାଙ୍କର ଦାବି ପୂରଣ କରିନଥିବା ବେଳେ ସେମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଶେଷ ଅଲ୍ଟିମେଟମ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ...ପୂରଣ ହେବ ଖାଲି ଥିବା ପଦବୀ, ନିୟୋଜିତ ହେବେ ୧୦ ହଜାର କନିଷ୍ଠ ଶିକ୍ଷକ
ଆସନ୍ତା 11 ଓ 12 ତାରିଖରେ ଏହି ଶିକ୍ଷକ ସଂଘ ଭୁବନେଶ୍ବରରେ ଏକ ବିଶାଳ ସମାବେଶ କରିବାର ନିଷ୍ପତ୍ତି ନେଇଥିବା କହିଛନ୍ତି । ଯେଉଁଥିରେ ହଜାର ହଜାର ଶିକ୍ଷକ ସହ ଅଭିଭାବକ, ପୁରୁଣା ଛାତ୍ର ସମସ୍ତେ ସାମିଲ ହେବେ ବୋଲି କହିଛନ୍ତି ଶିକ୍ଷକ ସଂଘ । ତେବେ ଶିକ୍ଷକ ସଂଘ ମୁଖ୍ୟତଃ ସରକାରୀ ଅନୁଦାନରୁ ବଞ୍ଚିତ ଥିବା ସ୍କୁଲକୁ ଶୀଘ୍ର ଅନୁଦାନ ପ୍ରଦାନ କରିବା, ଅବସରପ୍ରାପ୍ତ ଶିକ୍ଷକମାନଙ୍କ ପେନସନ ଓ ଅବସରପ୍ରାପ୍ତ ସୁବିଧା ଦେବା, ସବୁ ବିଦ୍ୟାଳୟକୁ ସରକାରୀକରଣ, ଖାଲି ପଡ଼ିଥିବା ଶିକ୍ଷକ ପଦବୀଗୁଡିକୁ ପୂରଣ କରିବା, କୋର୍ଟ କାର୍ଯ୍ୟକୁ କାର୍ଯ୍ୟକାରୀ କରିବା ଓ ଅବସର ବୟସ ସୀମା 62କୁ ବୃଦ୍ଧି ଭଳି ଦାବି ରହିଛି ।