କଟକ: ‘ମୋ ବସ’ ଏମଡି ଥିରୁମାଲା ନାଏକଙ୍କୁ ହାଇକୋର୍ଟଙ୍କ କଡା ଭର୍ତ୍ସନା । ମୋ ବସ ଦ୍ୱାରା ଦୁର୍ଘଟଣା ଘଟଣା ସାମ୍ନାକୁ ଆସୁଛି । ଲୋକଙ୍କ ସୁରକ୍ଷା ଓ ଦୁର୍ଘଟଣା ରୋକିବା ପାଇଁ କି ପଦକ୍ଷେପ ନିଆଯାଇଛି ପ୍ରଶ୍ନ କଲେ ହାଇକୋର୍ଟ । ମୋ ବସ ସଂଖ୍ୟା ଦିନକୁ ଦିନ ବଢୁଛି । ମୋ ବସ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କ ବ୍ୟବହାର ମଧ୍ୟ ଅତି ନିନ୍ଦନୀୟ । କିନ୍ତୁ କାହିଁକି ? ଆଜି ପର୍ଯ୍ୟନ୍ତ ମୋ ବସ ଦ୍ୱାରା କେତେ ଜଣ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି ? ମୃତକ ଏବଂ ଦୁର୍ଘଟଣା ଗ୍ରସ୍ତଙ୍କ ପାଇଁ କଣ କ୍ଷତିପୂରଣ ରହିଛି ? କାହିଁକି ଏହା ଉପରେ ଅଙ୍କୁଶ ଲଗାଯାଉ ନାହିଁ । ଯାହାକୁ ନେଇ ଓଡିଶା ହାଇକୋର୍ଟ ଗୁରୁତ୍ୱର ନେବା ସହ କ୍ରୁଟର ଏମଡିଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି । ଏପରିକି ଏସି ରୁମରୁ ବାହାରି ଫିଲଡ଼ ଯିବାକୁ ପରାମର୍ଶ ଦେଇଛନ୍ତି ।
ମୋ ବସରେ କେତେ ଜଣ ଆହତ ହୋଇଛନ୍ତି ?
ମୋ ବସ ଦ୍ୱାରା କେତେଜଣ ଆହତ ହୋଇଛନ୍ତି ବୋଲି MD(Managing Director)ଙ୍କୁ ପ୍ରଶ୍ନ କରିଥିଲେ କୋର୍ଟ । ୨୦୨୨ରେ ୧୯୭ ଜଣ ୨୦୨୩ରେ ୨୮୨ ଜଣ ଏବଂ ୨୦୨୪ରେ ଏଯାବତ ୨୦୦ ଜଣ ଆହତ ହୋଇଥିବା ନେଇ କୋର୍ଟଙ୍କୁ ଅବଗତ କରିଥିଲେ ମୋ ବସ MD । ଡ୍ରାଇଭର ମାନଙ୍କୁ ଟ୍ରେନିଂ ଦିଆଯାଉଛି । ୭୯୦ ଜଣ ଡ୍ରାଇଭରଙ୍କୁ ଟ୍ରେନିଂ ଦିଆଯାଇଛି । ନିୟମ ଖିଲାପ କରିଥିବାରୁ(ମଦ ପିଇ ଗାଡି ଚଳାଇ ଥିବାରୁ) ୧୨ ଜଣ ମୋ ବସ ଡ୍ରାଇଭରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି କୋର୍ଟଙ୍କୁ ଅବଗତ କରିଥିଲେ MD ।କେବଳ ସେତିକି ନୁହେଁ ବରଂ ବସ ଚାଲିବା ପୂର୍ବରୁ ଡ୍ରାଇଭର ମାନେ ମଦ ପିଇଛନ୍ତି କି ନାହିଁ ପ୍ରତ୍ୟେକ ଦିନ ଚେକ କରାଯାଉଛି ବୋଲି କୋର୍ଟଙ୍କୁ MD ଅବଗତ କରିଥିଲେ । ତେବେ କୋର୍ଟ ଏହା ଶୁଣି ମୋ ବସ ଡ୍ରାଇଭରଙ୍କୁ ନେଇ ତୀବ୍ର ସମାଲୋଚନା କରିଛନ୍ତି । ଯଦି ଏତେ ଚେକ କରାଯାଉଛି ତେବେ କାହିଁକି ଦୁର୍ଘଟଣା ଘଟୁଛି ବୋଲି କୋର୍ଟ ପ୍ରଶ୍ନ କରିଥିଲେ ।
ଏସି ରୁମ ଛାଡି ବାହାରେ ଆସି ସ୍ଥିତି ପରଖିବାକୁ ନିର୍ଦ୍ଦେଶ:
ତେବେ ମୋ ବସ ଦ୍ବାରା ଦୁର୍ଘଟଣା ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । କୋର୍ଟରେ ଆଜି ହାଜର ହୋଇଥିଲେ "ମୋ ବସ" MD । କଟକର ୨୧ ରୁଟରେ ୯୪ଟି ବସ ଚାଲଛି ବୋଲି ମୋ ବସ MD କୋର୍ଟଙ୍କୁ ଅବଗତ କରିଛନ୍ତି । ସେହିପରି
ବସର ବେଗକୁ ୪୦ ଘଣ୍ଟା ପ୍ରତି କିମି ମଧ୍ୟରେ ସୀମିତ ରଖିଥିବା ନେଇ କୋର୍ଟଙ୍କୁ ଜଣାଇଥିଲେ MD । ଅଧିକ ବେଗରେ ଗଲେ "କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ୍" ଧରିବ ବୋଲି ଅବଗତ କରିଛନ୍ତି । କୋର୍ଟ ଏହାର ଶୁଣାଣି କରି, ଏସି ରୁମ ଛାଡ଼ି ବାହାରକୁ ଆସି ସ୍ଥିତି ପରଖିବା ପାଇଁ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: |