ଓଡିଶା

odisha

ETV Bharat / state

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗ, କ'ଣ କହୁଛନ୍ତି ଶିକ୍ଷାବିତ୍ ? ଶୁଣନ୍ତୁ

Matric Question Paper Viral: ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଏ ବିଷୟରେ ଶିକ୍ଷାବିତ୍ କ'ଣ କହୁଛନ୍ତି ଜାଣନ୍ତୁ । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 28, 2024, 7:22 PM IST

Question Paper Viral
Question Paper Viral

Question Paper Viral

କଟକ:ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଛି । ପ୍ରଥମେ ଇଂରାଜୀ, ଗଣିତ, ସଂସ୍କୃତ ବା ହିନ୍ଦୀ ବିଷୟରେ ସବଜେକ୍ଟିଭ ପ୍ରଶ୍ନପତ୍ର ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି। ଗୋଟିଏ କଥା ସ୍ପଷ୍ଟ ଯେ, ପ୍ୟାକେଟ ଖୋଲିବା ପରେ ହିଁ ପ୍ରଶ୍ନପତ୍ର ଭାଇରାଲ ହେଉଛି। କିଏ ଏହାକୁ ଭାଇରାଲ କରୁଛି ଏବଂ କେଉଁଠାରୁ ଏହା ଭାଇରାଲ କରାଯାଉଛି, ସେନେଇ କିନ୍ତୁ କୌଣସି ସତ୍ୟାସତ୍ୟ ଜଣାପଡିନାହିଁ। ମାତ୍ର ଏହି ଭାଇରାଲ ପ୍ରସଙ୍ଗ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଶ୍ନପତ୍ର ଭାଇରାଲ ହେବା ପରେ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶିକ୍ଷାବିତ୍ ଡକ୍ଟର ଓଂକାର ରାଉତ । ସେ କହିଛନ୍ତି, "ପ୍ରଶ୍ନପତ୍ର ଭାଇରାଲ ଏବଂ ଲିକ୍ ମଧ୍ୟରେ ୨ ଟି ପାର୍ଥକ୍ୟ ରହିଛି। ପରୀକ୍ଷା ପୂର୍ବରୁ ଅର୍ଥାତ ଛାତ୍ରଛାତ୍ରୀମାନେ କେନ୍ଦ୍ରରେ ପ୍ରବେଶ କରିବା ପୂର୍ବରୁ ଯଦି ଏହି ପ୍ରଶ୍ନପତ୍ର ଭାଇରାଲ ହୋଇଥାନ୍ତା, ତେବେ ଏହାକୁ ଲି୍ କୁହା ଯାଇଥାନ୍ତା। ମାତ୍ର ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା ପାଇଁ କେନ୍ଦ୍ରରେ ପ୍ରବେଶ କରିବା ପରେ ଏହା ଭାଇରାଲ ହେଉଛି। ଏହାଦ୍ୱାରା କୌଣସି ପ୍ରଭାବ ପଡିବ ନାହିଁ। କାରଣ ଛାତ୍ରଛାତ୍ରୀମାନେ କେନ୍ଦ୍ରରେ ପ୍ରବେଶ କରିବା ପରେ ଏହାକୁ ଭାଇରାଲ କରାଯାଉଛି । ଜାଣିଶୁଣି ଏହା କରାଯାଉଛି ଏବଂ କୌଣସି ସ୍କୁଲରୁ ହିଁ ଏହାକୁ ଭାଇରାଲ କରାଯାଉଛି। ଏପରି କରିବା ଠିକ ନୁହେଁ। ଏହା କୋମଳମତି ଛାତ୍ରଛାତ୍ରୀଙ୍କ ମାନସିକତା ଉପରେ ପ୍ରଭାବ ପକାଉଛି ।"

ଏହା ମଧ୍ୟ ପଢନ୍ତୁ...ମାଟ୍ରିକ ଗଣିତ ପ୍ରଶ୍ନପତ୍ର ଭାଇରାଲ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ନଖେଳିବାକୁ ପରୀକ୍ଷାର୍ଥୀଙ୍କ ଅପିଲ୍

ସେ ଆହୁରି ମଧ୍ୟ କହିଛନ୍ତି, "ଯିଏ ବି ଏଭଳି ଭାଇରାଲ କରୁଛି କେବଳ ବଦନାମ ପାଇଁ ଏଭଳି ଅମନୁଷିକତା କାମ କରୁଛି। ସେ ରାଜ୍ୟ ସରକାର ହୁଅନ୍ତୁ କିମ୍ବା ବୋର୍ଡ ଏହାଦ୍ୱାରା ଅନେକ ମାତ୍ରାରେ ବଦନାମ ହେଉଛି। ଯାହାକି ଅନୁଚିତ।" ତେବେ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଶିକ୍ଷାବିତ୍ କହିଛନ୍ତି। ଭାଇରାଲ ହେଉଥିବା ପ୍ରଶ୍ନପତ୍ର ପରୀକ୍ଷାରେ ଆସିଥିବା ନେଇ ପରୀକ୍ଷା ପରେ ପରୀକ୍ଷାର୍ଥୀ କହିଛନ୍ତି । ଯାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର ସତ୍ତ୍ୱେ ଏପରି କେମିତି ସମ୍ଭବ ତାହା ଏବେ ବଡ଼ପ୍ରଶ୍ନ ସୃଷ୍ଟି କରିଛି । ସବୁଠାରୁ ବଡ଼ କଥା ହେଉଛି ଏହି ପ୍ରଶ୍ନପତ୍ର କେବଳ ସ୍କୁଲରେ ରହିଥାଏ । ଏଥିରେ ଉତ୍ତର ଦେବାର ବ୍ୟବସ୍ଥା ରହିଛି । କୌଣସି ଛାତ୍ରଛାତ୍ରୀ ଏହାକୁ ପରୀକ୍ଷା କେନ୍ଦ୍ରରୁ ବାହାରକୁ ନେଇପାରିବେ ନାହିଁ । ଏହାସତ୍ତ୍ୱେ କିପରି ବାହାରକୁ ଆସିଲା ତାହା ତଦନ୍ତ ସାପେକ୍ଷ । ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସହ ନଖେଳିବାକୁ ପରୀକ୍ଷାର୍ଥୀମାନେ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details