ଅନୁଗୋଳ:ପୁଣି ବସ୍ ଦୁର୍ଘଟଣା ।ଅନୁଗୋଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥରେ ଆଜି (ମଙ୍ଗଳବାର) ସକାଳେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୋଟିଏ ବାଲି ବୋଝେଇ ଟ୍ରକକୁ ଧକ୍କା ଦେଇଛି ଏହି ବସ୍ । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଆଜି ସକାଳୁ ଡଲଫିନ ନାମକ ଘରୋଇ ନାଇଟ କୋଚ୍ ବସଟି ରାୟଗଡାରୁ ପୁରୀ ଅଭିମୁଖେ ଯାଉଥିଲା । ସେହ ସମୟରେ ଜରପଡା ଛକ ନିକଟରେ ଥିବା ଏକ ବାଲି ବୋଝେଇ ଟ୍ରକ ସହ ନାଇଟ କୋଚ୍ ବସ ଧକ୍କା ହୋଇଥିଲା । ଫଳରେ ବସ୍ ଡ୍ରାଇଭରର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇଟିଯାକ ଗାଡି ଜବଡ଼ କରିବା ସହ ଅଧିକ ତଦନ୍ତ କରିଛି । ସେପଟେ ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରି ନାହିଁ ।
ଏହା ମଧ୍ୟ ପଢନ୍ତୁ-ଯାଜପୁରରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା: 5 ମୃତ ଓ ୪୦ରୁ ଊର୍ଦ୍ଧ୍ୱ ଆହତ, ଆହତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର