ଓଡିଶା

odisha

ETV Bharat / state

ଗହୀରମଥା ଏନ୍ତୁଡ଼ିଶାଳରୁ ବାହାରିଲେ ଅଲିଭ ରିଡଲେ ଛୁଆ - OLIVE RIDLEY TURTLE - OLIVE RIDLEY TURTLE

BABY OLIVE RIDLEY TURTLE: ଗଭୀର ସମୁଦ୍ରକୁ ଫେରିଲେ ଅଲିଭ ରିଡଲେ ଛୁଆ । ଚଳିତ ବର୍ଷ ଜଳବାୟୁ ପରିବର୍ତ୍ତନ ପାଇଁ ପ୍ରାୟ ଚାରି ସପ୍ତାହ ଅର୍ଥାତ ଏକ ମାସ ବିଳମ୍ବରେ ଆରମ୍ଭ ହୋଇଥିଲା ଅଣ୍ଡାଦାନ ପ୍ରକ୍ରିୟା । ଅଧିକ ପଢନ୍ତୁ

ଗହୀରମଥା ଏନ୍ତୁଡ଼ିଶାଳରୁ ବାହାରିଲେ ଅଲିଭ ରିଡଲେ ଛୁଆ
ଗହୀରମଥା ଏନ୍ତୁଡ଼ିଶାଳରୁ ବାହାରିଲେ ଅଲିଭ ରିଡଲେ ଛୁଆ (ETV Bharat Odisha)

By ETV Bharat Odisha Team

Published : May 24, 2024, 10:42 PM IST

କେନ୍ଦ୍ରାପଡ଼ା: ଗହୀରମଥା ଏନ୍ତୁଡ଼ିଶାଳରୁ ବାହାରିଲେ ଅଲିଭ ରିଡଲେ କଇଁଛ ଛୁଆ । କେନ୍ଦ୍ରାପଡ଼ାର ବିଶ୍ବପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ । ଏହା ବିରଳ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ । ଏବେ ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ଋତୁ ଚାଲି ଥିବାବେଳେ ଆରମ୍ଭ ହୋଇଛି ଛୁଆ ଫୁଟିବାର ସମୟ । ହଜାର ହଜାର ସଂଖ୍ୟାରେ କଇଁଛ ଛୁଆ ସମୁଦ୍ର ମଧ୍ୟକୁ ଯିବାର ନଜରକୁ ଆସିଛି । ଏପଟେ ମାର୍ଚ୍ଚ ଓ ଏପ୍ରିଲ ମାସରୁ ଆରମ୍ଭ ହୋଇଥିଲା ଅଣ୍ଡାଦାନ ପକ୍ରିୟା । ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଏକ୍ସରେ ସୂଚନା ଦେଇ କହିଛନ୍ତି ଯେ, ନୂତନ ସୂର୍ଯ୍ୟୋଦୟରୁ ଆରମ୍ଭ ହେଲା ଦିନ । ଓଡ଼ିଶା ଉପକୂଳରେ ଥିବା ଗହୀରମଥା ଅଭୟାରଣ୍ୟରେ ଅଲିଭ୍ ରିଡଲେଙ୍କ ବହୁ ମାତ୍ରାରେ ବସା ବାନ୍ଧିଥିବା ସ୍ଥାନରୁ ଆଜି ସମୁଦ୍ରକୁ ଯାତ୍ରା କରୁଛନ୍ତି କଇଁଛ ଛୁଆ ।

ଗହୀରମଥା ଏନ୍ତୁଡ଼ିଶାଳରୁ ବାହାରିଲେ ଅଲିଭ ରିଡଲେ ଛୁଆ (ETV Bharat Odisha)

ସୂଚନା ମୁତାବକ, ଚଳିତ ବର୍ଷ ବିଳମ୍ବରେ ଆରମ୍ଭ ହୋଇଥିଲା ଅଲିଭ ରିଡଲେ କଇଁଛଙ୍କର ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା । ଗତ ନଭେମ୍ବର ମାସରେ କେନ୍ଦ୍ରାପଡ଼ା ଜିଲ୍ଲାର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଆସି ପହଞ୍ଚିଥିବା ଅଲିଭ ରିଡଲେଙ୍କର ଦୀର୍ଘ ଦୁଇମାସ ଧରି ସ୍ଫରାଟିକ (ଗୋଟି ଗୋଟି ଅଣ୍ଡାଦାନ) ପ୍ରକ୍ରିୟା ଚାଲିଥିଲା । ତେବେ କୁହାଯାଉଥିଲା କି ଜଳବାୟୁ ପରିବର୍ତ୍ତନ ପାଇଁ ଏହି ଅଣ୍ଡାଦାନ ପାକ୍ରିୟା ବିଳମ୍ବ ହେଉଥିଲା । କିନ୍ତୁ ମାର୍ଚ୍ଚ ପ୍ରଥମ ସପ୍ତାହରୁ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେଉ ଥିବାବେଳେ ଚଳିତ ବର୍ଷ ଜଳବାୟୁ ପରିବର୍ତ୍ତନ ପାଇଁ ପ୍ରାୟ ଚାରି ସପ୍ତାହ ଅର୍ଥାତ ଏକ ମାସ ବିଳମ୍ବରେ ଅଣ୍ଡା ଦେଇଥିଲେ ଅଲିଭ ରିଡଲେ । ରାଜ୍ୟର ଋଷିକୂଲ୍ୟା, ଦେବୀ ଓ ଗହୀରମଥାରେ ଅଲିଭ ରିଡଲେଙ୍କ ଆଗମନ ନଭେମ୍ବର ମାସରୁ ହୋଇଥିଲେ ମଧ୍ୟ ବିଶ୍ୱ ମାନଚିତ୍ରରେ ସ୍ଥାନିତ ଗହୀରମଥାରେ ବିଳମ୍ବ ହୋଇଥିଲା ଚଳିତବର୍ଷର ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ।

ଏହା ମଧ୍ୟ ପଢନ୍ତୁ .....ଜଳବାୟୁ ପରିବର୍ତ୍ତନ ପ୍ରଭାବ ! ମାସେ ବିଳମ୍ବରେ ଅଲିଭ ରିଡଲେ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ - Olive Ridley Mass Nesting

ତେବେ ଏହି ଅଲିଭ ରିଡଲେ ବିଶେଷ ଭାବରେ ପ୍ରଶାନ୍ତ ମହାସାଗର, ଭାରତ ମହାସାଗର ଓ ଶ୍ରୀଲଙ୍କାର ଜାଫନା ଉପକୂଳରୁ ଆସୁଥିବା କୁହାଯାଉଥିବା ବେଳେ ଗହୀରମଥାରେ ଅଧିକ ପସନ୍ଦ କରିଥାନ୍ତି ଅଲିଭ ରିଡଲେ କଇଁଛ । ତେବେ ସମୁଦ୍ର ଉପକୂଳସ୍ଥ କେନ୍ଦ୍ରାପଡ଼ା ଜିଲ୍ଲାର ଏହି ଗହୀରମଥା ବେଳାଭୂମିକୁ ଅନୁକୂଳ ପାଗ ଯୋଗୁଁ ଅଲିଭ ରିଡଲେ ନଭେମ୍ବର ମାସ ଆରମ୍ଭରୁ ଆସୁଥିବା ବେଳେ ମେ ମାସ ଶେଷ ଭାଗରେ କଇଁଛ ଛୁଆମାନେ ନିଜ ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ବିଶେଷ ଭାବରେ ଗୋଟିଏ କଇଁଛ ୧୦୦ରୁ ୧୫୦ଟି ଅଣ୍ଡା ଦେଉଥିବା ବେଳେ ଏହି ଅଣ୍ଡାରୁ ଶାବକ ବାହାରିବା ପାଇଁ ଦେଢ଼ ମାସରୁ ଦୁଇ ମାସ ସମୟ ଲାଗିଥାଏ ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details